Land laws across India: ଆପଣଙ୍କ ପାଖରେ ଏତେ ଏକରରୁ ଅଧିକ ଜମି ଥିଲେ ନେଇଯିବେ ସରକାର! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୧।୨: ଲୋକେ ନିବେଶ ପାଇଁ ଜମି କିମ୍ବା ଘର କିଣୁଥିବାର ନିଶ୍ଚୟ ଦେଖିଥିବେ। ସମ୍ପତ୍ତି କିମ୍ବା ଜମିରେ ନିବେଶ କରେ ଏବେ ପ୍ରଚଳିତ ନୁହେଁ ବରଂ ବହୁ ପ୍ରାଚୀନ କାଳରୁ ଏହା ଜାରି ରହିଛି। ଭାରତରେ ଲୋକେ ନିଜର ଅଧିକ ପୁଞ୍ଜି ବିନିଯୋଗ ଜମି କିଣିବାରେ କରୁଛନ୍ତି।
କିନ୍ତୁ ଭାରତରେ ଜଣେ ବ୍ୟକ୍ତି କେତେ ପରିମାଣରେ ଜମି ରଖିପାରିବେ ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ଜାଣି ରଖନ୍ତୁ ନଚେତ୍‌ ସରକାରଙ୍କ ଏହି ନିୟମ ଦ୍ୱାରା ଆପଣଙ୍କୁ ଜେଲ୍‌ ହୋଇପାରେ। ଜଣେ ବ୍ୟକ୍ତି ନିଜ ପାଖରେ କେତେ ଜମି ରଖିପାରିବେ କିମ୍ବା କିଣି ପାରିବେ? କିମ୍ବା ନିଜ ସୀମାଠାରୁ କେତେ ଅଧିକ ଜମି ଧାରଣ କରିବେ। ଜାଣନ୍ତୁ…

ଭାରତ ସରକାରଙ୍କ ଜମି ଅଧିଗ୍ରହଣକୁ ନେଇ ଏପରି ଏକ ନିୟମ ରହିଛି ଯେଉଁଠି କ୍ଷମତା ଅନୁଯାୟୀ ଅଧିକ ଜମି ରଖିଲେ ଆପଣଙ୍କୁ ଜେଲ୍‌ ହୋଇପାରେ। ସୁନା, ରୂପା ଏବଂ ଟଙ୍କା ପରି ନିଜ ପାଖରେ ଜମି ରଖିବା ପାଇଁ ଏକ ସୀମା ଧାର୍ଯ୍ୟ କରାଯାଇଛି। ଯଦି ଆପଣ କ୍ଷମତାଠାରୁ ଅଧିକ ଜମି ରଖୁଥା’ନ୍ତି ତେବେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ଭାରତରେ କେତେ ଏକରର କୃଷି ଜମି ରଖୁଛନ୍ତି ସେ ସମ୍ବନ୍ଧରେ କୌଣସି ନିୟମ ନାହିଁ। କିନ୍ତୁ, ଦେଶର ପ୍ରତ୍ୟେକ ରାଜ୍ୟରେ ଜମି ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରାଯାଇଛି। ଏପରି କଦାପି ନୁହେଁ ଯେ ଆପଣ ୧୦୦ ଏକର କିମ୍ବା ୧୦୦୦ ଏକର ଜମି କିଣି ନିଜେ ରଖିପାରିବେ । ଦେଶରେ ଜମି କ୍ରୟ ପାଇଁ କ୍ଷମତା ସବୁ ରାଜ୍ୟରେ ଭିନ୍ନ ଭିନ୍ନ ଅଟେ। ସମଗ୍ର ଦେଶରେ ଜମି ଅଧିଗ୍ରହଣ ପାଇଁ କୌଣସି ସମାନ ନିୟମ ନାହିଁ ।

Orissa Land Reforms (Amendment) Act of 1974 ଅନୁଯାୟୀ ୫ସଦସ୍ୟଙ୍କ କିମ୍ବା ତା’ ଠାରୁ କମ୍‌ ସଦସ୍ୟ ପରିବାର ୧୦ଏକର ଜମି ରଖିପାରିବେ। କିନ୍ତୁ ୫ସଦସ୍ୟରୁ ଅଧିକ ପରିବାର ହେଲେ ୧୮ଏକର ଜମି ରଖିପାରିବେ। ଓଡିଶାରେ ସହରମାନଙ୍କରେ ଜଣେ ବ୍ୟକ୍ତିଙ୍କ ପାଖରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ଲଟ୍‌ ଥିଲେ ସେ ଆଉ କୌଣସି ଦ୍ୱିତୀୟ ପ୍ଲଟ କିଣିପାରିବେ ନାହିଁ। କିନ୍ତୁ ବେସରକାରୀ କମ୍ପାନୀମାନେ ସହରୀ ଇଲାକାରେ ୧୦୦ଏକରର ଜମି କିଣି ପାରିବେ।

କେରଳରେ, ଜମି ସଂଶୋଧନ ଅଧିନିୟମ ୧୯୬୩ ଅନୁଯାୟୀ, ଜଣେ ଅବିବାହିତ ବ୍ୟକ୍ତି କେବଳ ୭.୫ ଏକର ପର୍ଯ୍ୟନ୍ତ ଜମି କିଣି ପାରିବେ। ଏଥିସହ ୫ସଦସ୍ୟଙ୍କ ପରିବାର ୧୫ ଏକର ପର୍ଯ୍ୟନ୍ତ ଜମି କିଣି ପାରିବେ। ମହାରାଷ୍ଟ୍ରରେ ଚାଷ ଯୋଗ୍ୟ ଜମି କେବଳ ସେହିମାନଙ୍କ ଦ୍ୱାରା କିଣାଯିବ ଯେଉଁମାନେ ପୂର୍ବରୁ ଚାଷ କରୁଛନ୍ତି। ଏଠାରେ ଜଣେ ସର୍ବାଧିକ ୫୪ ଏକର ଜମି କିଣିପାରିବେ। ପଶ୍ଚିମବଙ୍ଗରେ ସର୍ବାଧିକ ୨୪.୫ ଏକର ଜମି କ୍ରୟ କରାଯାଇପାରିବ। ସେହିପରି ବିହାରରେ ଆପଣ ୧୪ ଏକର ପର୍ଯ୍ୟନ୍ତ କୃଷି ଜମି କିଣି ପାରିବେ।
ହିମାଚଳ ପ୍ରଦେଶରେ ୩୨ ଏକର ଜମି କ୍ରୟ କରାଯାଇପାରିବ। କର୍ନାଟକରେ ୫୪ ଏକର ଜମି କିଣି ପାରୁଥିବାବେଳେ ମହାରାଷ୍ଟ୍ରରେ ମଧ୍ୟ ସମାନ ନିୟମ ପ୍ରଯୁଜ୍ୟ। ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତି ସର୍ବାଧିକ ୧୨.୫ ଏକର ଚାଷ ଜମି କିଣି ପାରିବେ। ସ୍ଥାନୀୟ ବାସିନ୍ଦା, ଆଦିବାସୀ ଜମି, ଲାଲ ଡୋରା ଜମି, ଅନେକ ପ୍ରକାରର ଜମି ସରକାରଙ୍କ ପାଖରେ ଅଛି, ଯାହା ଉପରେ ରାଜ୍ୟ ସରକାରଙ୍କୁ ଅଧିକାର ଦିଆଯାଇଛି।

ଯଦି ଆପଣଙ୍କର ଧାର୍ଯ୍ୟ ସୀମାଠାରୁ ଅଧିକ ଜମି ରଖୁଛନ୍ତି ତେବେ ଧାରା ୧୪୧ ଅନୁଯାୟୀ ଅତିରିକ୍ତ ଜମିକୁ ସରକାର ନିଜ ଅକ୍ତିଆରକୁ ଆଣି ପାରନ୍ତି। ଯଦି ଏଥିପାଇଁ ଆପଣ ଜରିମାନା ନ ଦିଅନ୍ତି ତେବେ ଆପଣଙ୍କ ପାଖରେ ଥିବା ସବୁ ଜମି ସରକାରଙ୍କ ପାଖକୁ ଚାଲିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?