ଇଚ୍ଛାକୃତ ଋଣ ଖିଲାପକାରୀଙ୍କୁ ଦଣ୍ଡ ଫାଙ୍କିବା ସୁଯୋଗ

ନୂଆଦିଲ୍ଲୀ,୨୨ା୬ : ଟେକ୍ନିକାଲ ରାଇଟ୍‌-ଅଫ୍ସର ତାତ୍ପର୍ଯ୍ୟ ହେଉଛି, ଏକ ବ୍ୟାଙ୍କ ବକେୟା ରାଶି ଆଦାୟ ଅଧିକାର ତ୍ୟାଗ ନ କରି ନିଜ ଖାତାରୁ ଏନ୍‌ପିଏକୁ ହଟାଇବା। ଅର୍ଥାତ୍‌ ଋଣକୁ ସମ୍ପତ୍ତି ଆକାରରେ ନ ଦେଖାଇ ବ୍ୟାଙ୍କ ଟଙ୍କା ଆଦାୟ ଉଦ୍ୟମ ଜାରି ରଖିପାରିବ। ତେବେ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ସଂଘଗୁଡ଼ିକ ନୂଆ ଢାଞ୍ଚାକୁ ବିରୋଧ କରିଛନ୍ତି। ସେମାନଙ୍କ ଯୁକ୍ତି ହେଲା, ଏହାଦ୍ୱାରା ଇଚ୍ଛାକୃତ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଏପରି କି ଏଭଳି ଠକମାନେ ଦଣ୍ଡ ଫାଙ୍କିବା ପାଇଁ ସୁବିଧା ପାଇବେ। ତେଣୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସଂଘଗୁଡ଼ିକ ଦାବି କରିଛନ୍ତି। ଅତୀତରେ ସୁପ୍ରିମକୋର୍ଟ ମଧ୍ୟ ନୂଆ ଢାଞ୍ଚାରେ ଥିବା ଋଣଦାତାଙ୍କ ରାଇଟ୍‌-ଅଫ୍ସକୁ ସମାଲୋଚନା କରିଥିଲେ। ୨୦୧୬ରେ ସର୍ବୋଚ୍ଚ ଅଦାଲତ ଇଚ୍ଛାକୃତ ଖିଲାପକାରୀଙ୍କ କ୍ଷେତ୍ରରେ ସରକାରୀ ବ୍ୟାଙ୍କଗୁଡ଼ିକର ଏପରି ରାଇଟ୍‌-ଅଫ୍ସକୁ ‘ଏକ ବଡ଼ ଠକେଇ’ ଭାବେ ଅଭିହିତ କରିଥିଲେ।
ଇଚ୍ଛାକୃତ ଖିଲାପକାରୀମାନଙ୍କୁ ସେମାନଙ୍କ ଋଣଦାତାଙ୍କ ସହ ଏକ ବୁଝାମଣା ବନ୍ଦୋବସ୍ତ କରିବା ପାଇଁ ସୁଯୋଗ ଦେବା ନିମନ୍ତେ ଜୁନ୍‌ ୮ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏକ ନୂଆ ଢାଞ୍ଚା ଆରମ୍ଭ କରିଛି। ଏହାଦ୍ୱାରା ଖିଲାପକାରୀଙ୍କ ଋଣ ରାଇଟ୍‌-ଅଫ୍‌ରେ ରଖାଯିବା ପଥ ପ୍ରଶସ୍ତ ହୋଇଛି, ଯାହାକୁ ନେଇ ଦୀର୍ଘ ଦିନଧରି ଚାଲିଥିବା ଏକ ରାଜନୈତିକ ବିତର୍କ ପୁଣି ଆରମ୍ଭ ହୋଇଛି। ଜାଣିଶୁଣି ଋଣ ପରିଶୋଧ କରୁ ନ ଥିବା ବଡ଼ ଖିଲାପକାରୀମାନଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ଆର୍‌ବିଆଇ ଜରିଆରେ ମୋଦି ସରକାର ଏହି ପଦ୍ଧତି ଆରମ୍ଭ କରିଥିବା ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି।
ନୂଆ ଢାଞ୍ଚାର ତାତ୍ପର୍ଯ୍ୟ ହେଉଛି, ଋଣ ପଇଠ କରିବାକୁ ସକ୍ଷମ ଥିବା ସତ୍ତ୍ୱେ ପଇଠ କରୁ ନ ଥିବା ଗ୍ରହୀତାମାନେ (ଓ୍ବିଲ୍‌ଫୁଲ ଡିଫଲ୍ଟର୍ସ) ବ୍ୟାଙ୍କଗୁଡ଼ିକ ସହ ବୁଝାମଣା ଜରିଆରେ ବନ୍ଦୋବସ୍ତ (ସେଟଲମେଣ୍ଟ) କରିପାରିବେ ଏବଂ ୧୨ ମାସ (କୁଲିଂ ପିରିୟଡ୍‌) ପରେ ନୂଆ ଋଣ ନେଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିର ଆଦ୍ୟ ବର୍ଷଗୁଡ଼ିରେ ଆର୍‌ବିଆଇ ଆର୍ଥିକ ହେରଫେରକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରମୁଖ ଓ୍ବିଲ୍‌ଫୁଲ ଡିଫଲ୍ଟର୍ସଙ୍କ ତାଲିକା ସାର୍ବଜନୀନ କରିବାକୁ ଚାହିଁଥିଲା। କିନ୍ତୁ କେନ୍ଦ୍ର ସରକାର କୌଣସି ନାମ ପ୍ରଘଟ କରିବା ଉଦ୍ୟମକୁ ରୋକିଦେଇଥିଲା।

ନୂଆ ଢାଞ୍ଚା ରିଜର୍ଭ ବ୍ୟାଙ୍କର ପୂର୍ବ ଗାଇଡ୍‌ଲାଇନ୍ସ(ଯାହା ଓ୍ବିଲ୍‌ଫୁଲ ଡିଫଲ୍ଟର୍ସଙ୍କୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ହତୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା)ର ବିରୋଧାଭାସ ମନେହୁଏ। ବର୍ତ୍ତମାନ ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି ଯେ, ମୋଦି ସରକାର ଓ୍ବିଲ୍‌ଫୁଲ ଡିଫଲ୍ଟର୍ସଙ୍କୁ ଥଇଥାନ କରିବା ପାଇଁ ଏହି ନୂଆ ଢାଞ୍ଚାକୁ ବ୍ୟବହାର କରୁଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଯଥାସମ୍ଭବ ସ୍ବାୟତ୍ତତା ସହ କାର୍ଯ୍ୟ କରିଥାଏ କିନ୍ତୁ ଏହା ଅର୍ଥ ମନ୍ତ୍ରଣାଳୟ ଅଧୀନରେ ରହିଛି।

ନୂଆ ଢାଞ୍ଚା କ’ଣ

ବ୍ୟାଙ୍କଗୁଡ଼ିକ ପୂର୍ବରୁ ମଧ୍ୟ ଓ୍ବାନ୍‌-ଟାଇମ୍‌ ସେଟଲମେଣ୍ଟ ବା ଏକକାଳୀନ ବନ୍ଦୋବସ୍ତ (ଓଟିଏସ୍‌) ସୁଯୋଗ ଦେଇଥିବାବେଳେ ରିଜର୍ଭ ବ୍ୟାଙ୍କର ନୂଆ ସର୍କ୍ୟୁଲାର ଏହାକୁ ଓ୍ବିଲ୍‌ଫୁଲ ଡିଫଲ୍ଟର୍ସଙ୍କ କ୍ଷେତ୍ରରେ ଲାଗୁ କରାଇବା ପାଇଁ ଏକ ସଂଶୋଧିତ ଢାଞ୍ଚା (ରିଭାଇଜ୍‌ଡ ଫ୍ରେମ୍‌ଓ୍ବାର୍କ) ଧାର୍ଯ୍ୟ କରିଛି। ଇଚ୍ଛାକୃତ ଖିଲାପକାରୀଙ୍କ ବର୍ଗୀକରଣ ସେହି ଋଣ ଠକେଇ ମାମଲାଗୁଡ଼ିକରେ ମଧ୍ୟ ପ୍ରଯୁଜ୍ୟ, ଯେଉଁଠି ଗ୍ରହୀତା ନେଇଥିବା ଟଙ୍କାକୁ ଅନ୍ୟ ଉଦ୍ଦେଶ୍ୟରେ ଡାଇଭର୍ଟ କରିପାରିବେ।
୨୦୨୨ ଡିସେମ୍ବର ସୁଦ୍ଧା ଭାରତୀୟ ବ୍ୟାଙ୍କଗୁଡ଼ିକରେ ୧୫,୭୭୮ ଇଚ୍ଛାକୃତ ଖିଲାପକାରୀ ଆକାଉଣ୍ଟ ରହିଥିବାବେଳେ ୩.୪ ଲକ୍ଷ କୋଟି ଟଙ୍କା ଖିଲାପ କରାଯାଇଥିଲା। ଏହି ଓ୍ବିଲ୍‌ଫୁଲ ଡିଫଲ୍ଟର୍ସଙ୍କ ମଧ୍ୟରେ କେତେଜଣ ପ୍ରମୁଖ ଓ ବଡ଼ ଭାରତୀୟ ବ୍ୟବସାୟୀ ରହିଥିଲେ। କେନ୍ଦ୍ରୀୟ ବ୍ୟାଙ୍କ ଘୋଷଣା କରିଛି ଯେ, ଓ୍ବିଲ୍‌ଫୁଲ ଡିଫଲ୍ଟର୍ସ ଅଥବା ଠକେଇ ମାମଲାରେ ବୁଝାମଣା ବନ୍ଦୋବସ୍ତ ନିଷ୍ପତ୍ତି ବ୍ୟାଙ୍କଗୁଡ଼ିକର ବୋର୍ଡମାନେ ନେବେ। ଏହାବ୍ୟତୀତ ଏପରି ଋଣ ମଞ୍ଜୁର କରିଥିବା ବ୍ୟାଙ୍କ ଅଧିକାରୀମାନେ ଏହା ଉପରେ ବୁଝାମଣା ବନ୍ଦୋବସ୍ତକୁ ଅନୁମୋଦନ କରିବା ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ।
‘ବୁଝାମଣା ବନ୍ଦୋବସ୍ତ’ର ଅର୍ଥ ହେଉଛି ଋଣ ଦାତା ଓ ଗ୍ରହୀତା ଦାବିର ସମାଧାନ ପାଇଁ ଆପୋସ ଆଲୋଚନା ଜରିଆରେ ଏକ ସହମତିରେ ପହଞ୍ଚତ୍ଥାନ୍ତି। ଅର୍ଥାତ୍‌ ଗ୍ରହୀତାଙ୍କଠାରୁ ପାଇବାକୁ ଥିବା ଅର୍ଥରୁ କିଛି ପରିମାଣକୁ ବ୍ୟାଙ୍କକୁ ଛାଡ଼ କରିବାକୁ ପଡ଼ିପାରେ। ଏହାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଇଚ୍ଛାକୃତ ଖିଲାପକାରୀ ବୁଝାମଣା ବନ୍ଦୋବସ୍ତର ଅନୂ୍ୟନ ୧୨ ମାସ ପରେ ବ୍ୟାଙ୍କରୁ ନଆ ଋଣ ନେଇପାରିବେ ବୋଲି ଆର୍‌ବିଆଇ ଘୋଷଣା କରିଛି।
କେତେଜଣ ବ୍ୟାଙ୍କର୍ସ କହିଛନ୍ତି, ନୂଆ ଢାଞ୍ଚା ବ୍ୟାଙ୍କଗୁଡ଼ିକୁ ଆଇନଗତ ମାମଲାଗୁଡ଼ିକରେ ବକେୟା ଅସୁଲ ପାଇଁ ସୁଯୋଗ ଦେବ। ଏହା ଋଣଦାତାମାନଙ୍କୁ ଆଇନଗତ ଖର୍ଚ୍ଚ ବଞ୍ଚାଇବାରେ ସହାୟକ ହେବ। ଆହୁରି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ରାଇଟିଂ-ଅଫ୍‌ ବ୍ୟାଙ୍କଗୁଡ଼ିକୁ ନିଜ ଖାତାଗୁଡ଼ିକରେ ନନ୍‌-ପର୍ଫମିଂ ଆସେଟ୍ସ (ଏନ୍‌ପିଏ)କୁ କମ୍‌ ଦେଖାଇବାରେ ସହାୟକ ହେବ। ଗତ ୧୦ ବର୍ଷ ମଧ୍ୟରେ ରାଇଟ୍ସ-ଅଫ୍ସ ଯୋଗୁ ୧୩.୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏନ୍‌ପିଏ ହ୍ରାସ କରିବାରେ ସହାୟକ ହୋଇଥିବା ଆର୍‌ବିଆଇ ତଥ୍ୟରୁ ଜଣାପଡ଼ିଛି।

ଆର୍‌ବିଆଇର ପୂର୍ବ ଆଭିମୁଖ୍ୟର ବିରୋଧାଭାସ

ରିଜର୍ଭ ବ୍ୟାଙ୍କର ନୂଆ ଢାଞ୍ଚା ଏହାର ପୂର୍ବ ଆଭିମୁଖ୍ୟର ବିପରୀତ ମନେହୁଏ। ୨୦୧୫ରେ କେନ୍ଦ୍ରୀୟ ବ୍ୟାଙ୍କ ଜାରି କରିଥିବା ନିର୍ଦ୍ଦେଶାବଳୀରେ ଇଚ୍ଛାକୃତ ଖିଲାପକାରୀଙ୍କୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ ହତୋତ୍ସାହିତ କରିବା ପାଇଁ ଅତିରିକ୍ତ ସୁବିଧା ହାସଲ ନେବାକୁ ରୋକାଯାଇଥିଲା। ତେବେ ନୂଆ ଫ୍ରେମ୍‌ଓ୍ବାର୍କରେ ସାଲିସ ବନ୍ଦୋବସ୍ତର ବର୍ଷେ ପରେ ସେମାନେ ନୂଆ ଋଣ ନେଇପାରିବେ। ୨୦୧୯ରେ ମଧ୍ୟ ଆର୍‌ବିଆଇ ଏକ ସର୍କ୍ୟୁଲାର ଜାରି କରିଥିଲା। ଠକେଇ/ ପଦାଧିକାରର ଦୁରୁପଯୋଗ/ ଇଚ୍ଛାକୃତ ଖିଲାପ କରିଥିବା ଗ୍ରହୀତାମାନଙ୍କୁ ଋଣ ପୁନର୍ଗଠନ ପାଇଁ ଏଥିରେ ଅଯୋଗ୍ୟ ବିବେଚିତ କରାଯାଇଥିଲା।

ଇଚ୍ଛାକୃତ ଖିଲାପକାରୀଙ୍କ ନାମ ପ୍ରଘଟ

ମୋଦି ସରକାରଙ୍କ ପ୍ରଥମ ପାଳିର ଆରମ୍ଭରେ ଆର୍‌ବିଆଇ ଏବଂ କେନ୍ଦ୍ର ବଡ଼ ଓ୍ବିଲ୍‌ଫୁଲ ଡିଫଲ୍ଟର୍ସଙ୍କ ନାମ ପ୍ରଘଟକୁ ବିରୋଧ କରିଥିଲେ। କଂଗ୍ରେସ ସରକାର ଦ୍ୱାରା ନିଯୁକ୍ତ ଆର୍‌ବିଆଇ ଗଭର୍ନର ରଘୁରାମ ରାଜନ୍‌ ୨୦୧୫ରେ ହାଇପ୍ରୋଫାଇଲ୍‌ ଠକେଇ ମାମଲାର ଏକ ତାଲିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଏବଂ ଅର୍ଥ ମନ୍ତ୍ରଣାଳୟକୁ ତଦନ୍ତ ପାଇଁ ପଠାଇଥିଲେ। ୨୦୧୫ ସେପ୍ଟେମ୍ବର ସୁଦ୍ଧା ମାତ୍ର ୨୨.୩% ଓ୍ବିଲ୍‌ଫୁଲ ଡିଫଲ୍ଟର୍ସଙ୍କ ବିରୋଧରେ ଆପରାଧିକ ତଦନ୍ତ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାର ବର୍ଷକ ପରେ ଅର୍ଥ ସମ୍ପର୍କିତ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି ବଡ଼ ଓ୍ବିଲ୍‌ଫୁଲ ଡିଫଲ୍ଟର୍ସଙ୍କ ନାମ ସାର୍ବଜନୀନ କରିବା ପାଇଁ ତାଲିକା ମାଗିଥିଲା। କିନ୍ତୁ ପିଏମ୍‌ଓ, ଅର୍ଥ ମନ୍ତ୍ରଣାଳୟ ଏବଂ ପରବର୍ତ୍ତୀ ସମୟରେ ରାଜନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଅଧିକାର ଆଇନ ବଳରେ ଏପରି ଉଦ୍ୟମକୁ ରୋକିଦେଇଥିଲେ। ଶେଷରେ ମେହୁଲ ଚୋକ୍ସି ଓ ନୀରବ ମୋଦିଙ୍କ ଭଳି ବ୍ୟବସାୟୀ (୨୦୧୮ରେ ଉଭୟେ ପଳାତକ ଆର୍ଥିକ ଅପରାଧୀ ଘୋଷିତ)ଙ୍କ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଓ୍ବିଲ୍‌ଫୁଲ ଡିଫଲ୍ଟର୍ସଙ୍କ ନାମ ବ୍ୟାଙ୍କଗୁଡ଼ିକୁ ମାଗିଥିଲା। ସୁପ୍ରିମକୋର୍ଟ ଆର୍ଥିକ ଚେତାବନୀ ଦେବାର ୨ ବର୍ଷ ପରେ ଆର୍‌ବିଆଇ ୧୦୦ ଓ୍ବିଲ୍‌ଫୁଲ ଡିଫଲ୍ଟର୍ସଙ୍କ ନାମ ଘୋଷଣା କରିଥିଲା।

ସୁଟ୍‌-ବୁଟ୍‌-ଲୁଟ୍‌-ଝୁଟ୍‌ ସରକାର: କଂଗ୍ରେସ

ଜୁନ୍‌ ୧୪ରେ କଂଗ୍ରେସ ମୋଦି ସରକାରଙ୍କୁ ସୁଟ୍‌-ବୁଟ୍‌-ଲୁଟ୍‌-ଝୁଟ୍‌ ସରକାର କହି ସମାଲୋଚନା କରିଛି। ମୋଦି ସରକାର ଏବେ ନୀରବ ମୋଦି, ମେହୁଲ ଚୋକ୍ସି ଓ ବିଜୟ ମାଲ୍ୟାଙ୍କ ଭଳି ଠକ ଏବଂ ଇଚ୍ଛାକୃତ ଖିଲାପକାରୀଙ୍କୁ ଥଇଥାନ କରୁଥିବା କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ ଆଣିଥିଲେ। ଭାଜପାର ଧନୀ ଅର୍ଥଯୋଗାଣକାରୀମାନେ ଅତ୍ୟଧିକ ସୁବିଧା ପାଇଥିବାବେଳେ ସଚ୍ଚୋଟ ଭାରତୀୟମାନେ ନିଜ ଋଣ ପଇଠ ପାଇଁ ସଂଘର୍ଷ କରୁଥିବା ଜୟରାମ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri