ପିଢ଼ିଗତ ପରିବର୍ତ୍ତନର ସୁଯୋଗ

ଏବେ ସଂଘର୍ଷ, ବାଣିଜ୍ୟ ଯୁଦ୍ଧ, ଅସମାନତା ଏବଂ ଗଣତନ୍ତ୍ରର ଅଧୋଗତି ଶୀର୍ଷକ ଖବର ଅଧିକ ପ୍ରକାଶ ପାଉଛି। ସଙ୍କଟ ପରେ ସଙ୍କଟ ସୃଷ୍ଟିହେବାରେ ଲାଗିଛି ଏବଂ ମନେହେଉଛି ସତେ ଯେମିତି ବିଶ୍ୱ ଅଲଗା ହୋଇଯାଉଛି। ପାଶ୍ଚାତ୍ୟ ନେତା ଓ ବିଶେଷଜ୍ଞମାନେ ଏହିସବୁ ସଙ୍କଟର ଜଟିଳ ସ୍ଥିତିକୁ ଆୟତ୍ତ କରିବା ପାଇଁ ‘ପଲିକ୍ରାଇସିସ୍‌’ ବା ବହୁସଙ୍କଟ ଭଳି ଶବ୍ଦକୁ ଗ୍ରହଣ କରିଛନ୍ତି। ୨୦୨୩ରେ କଲମ୍ବିଆ ବିଶ୍ୱବିଦ୍ୟାଳୟର ଐତିହାସିକ ଆଡାମ୍‌ ଟୋଜେ ଏହି ଶବ୍ଦକୁ ଲୋକପ୍ରିୟ କରିଥିଲେ। ସେ କହିଥିଲେ- ”ତୁମର ଏଠି ଭୟ ଅଛି, ଏଠି ବି କିଛି ଅଛି ଯାହା ତୁମକୁ ବିଶେଷକରି ଦୁଃଖ ଦେଉଛି ଏବଂ ତାକୁ ଏହା( ପଲିକ୍ରାଇସିସ୍‌) କୁହାଯାଇପାରେ।“ କିନ୍ତୁ ଭୟ ଯେତେବେଳେ ମୂଳ ବିଷୟ ପାଲଟିଯାଏ, ସେତେବେଳେ କେବଳ ଚିନ୍ତା ଓ ଅକ୍ଷମତା ପ୍ରକାଶ ପାଇଥାଏ ବୋଲି ୨୦୨୪ ଡାଭୋସ୍‌ ବିଶ୍ୱ ଆର୍ଥିକ ମଞ୍ଚ ପରେ ମାର୍କ ଲିଓନାର୍ଡ ଅନୁଧ୍ୟାନ କରିଥିଲେ।
ତେବେ ସଙ୍କଟଗୁଡ଼ିକ ପରେ ପତନ ଅନିବାର୍ଯ୍ୟ ନୁହେଁ। ଅବଶ୍ୟ, ଅନେକ ସମୟରେ ବାଧା ବା ସଙ୍କଟ ନବୀକରଣ ପାଇଁ ବାଟ ଦେଖାଇଥାଏ ଏବଂ ପୁରୁଣା ବ୍ୟବସ୍ଥାକୁ ଯିବା ଲାଗି ଯେଉଁମାନେ ଚାହଁିଥାନ୍ତି ସେମାନଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ । ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବିଚାରକରି ଏହି ପ୍ରକାର ଅଭିଯାନକୁ ମୁଁ ‘ପଲିଟ୍ୟୁନିଟି’ ଶବ୍ଦ ନଭେମ୍ବର ୨୦୨୪ର ଏକ ପ୍ରୋଜେକ୍ଟ ସିଣ୍ଡିକେଟ କମେଣ୍ଟ୍ରିରେ ସାମ୍ନାକୁ ଆଣିଥିଲି ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ବିସ୍ତାରଭାବେ ବର୍ଣ୍ଣନା କରିଥିଲି। ଏହି ସିଦ୍ଧାନ୍ତ ଅତ୍ୟନ୍ତ ସରଳ। ଲଗାତର ଜାରି ରହିଥିବା ବାଧା ବା ସମସ୍ୟାଗୁଡ଼ିକ ବୈଶ୍ୱିକ ସଂସ୍ଥା ଓ ବିଚାରଗୁଡ଼ିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବା ପାଇଁ ଗୋଟିଏ ପିଢ଼ିରେ ଥରେ ମାତ୍ର ସୁଯୋଗ ଦେଇଥାଏ। ହଠାତ୍‌ ସବୁକିଛି ଯେତେବେଳେ ଭୁଶୁଡ଼ିପଡ଼ିବା ମନେହୁଏ, ସେତେବେଳେ ଆମେ ସମସ୍ତେ ତାଳିପକା ସମାଧାନଠାରୁ ଆଗକୁ ବଢ଼ିବାକୁ ବାଧ୍ୟ ହେଉ ଏବଂ ତୃଣମୂଳ ସ୍ତରରେ ବ୍ୟବସ୍ଥାଗୁଡ଼ିକର ପୁନର୍ଗଠନ କରିଥାଉ।
ଆରମ୍ଭରୁ ଆମେ ସ୍ବୀକାର କରିବା ଉଚିତ ଯେ, ପଲିକ୍ରାଇସିସ୍‌ ହେଉଛି ଏକ ପାଶ୍ଚାତ୍ୟ କୈନ୍ଦ୍ରିକ ବ୍ୟାଖ୍ୟାନ ଯାହାକୁ ବୈଶ୍ୱିକ ବୋଲି ବାହାନା କରାଯାଉଛି। ଦୁଇ ୟୁରୋପୀୟ ସିଦ୍ଧାନ୍ତବାଦୀ ଏହି ଶବ୍ଦକୁ ୧୯୯୩ରେ ସାମ୍ନାକୁ ଆଣିଥିବାବେଳେ ନିକଟରେ ଅନ୍ୟ ୟୁରୋପୀୟ ବିଶେଷଜ୍ଞମାନେ ଏହାର ପ୍ରଚାର କରିଥିଲେ। ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ନେଇ ପାଶ୍ଚାତ୍ୟରେ କରାଯାଇଥିବା ଏକ ସମ୍ମିଳନୀରେ ଏହି ଶବ୍ଦକୁ ଏକ ପ୍ରମୁଖ ପ୍ଲାଟ୍‌ଫର୍ମ ଦିଆଯାଇଥିଲା ଏବଂ ପାଶ୍ଚତ୍ୟ ଗଣମାଧ୍ୟମ, ଥିଙ୍କ ଟ୍ୟାଙ୍କ୍‌ ଓ ଶିକ୍ଷାବିତ୍‌ଙ୍କ ଦ୍ୱାରା ଏହାକୁ ଭାଇରାଲ କରିବା ସକାଶେ ପ୍ରୋତ୍ସାହିତ କରାଯାଇଛି। ଏକ ‘ଭୟଙ୍କର ଭବିଷ୍ୟତ’ ସମ୍ପର୍କରେ ବିଳାପ କରିବା ପରିବର୍ତ୍ତେ ପଲିକ୍ରାଇସିସ୍‌ ଉପରେ ଯଦି କେବେ ବି ଆଲୋଚନା ହୁଏ , ତେବେ ଅଣ ପାଶ୍ଚାତ୍ୟ ଦେଶଗୁଡ଼ିକ ( ଏବେ ଯାହାଙ୍କୁ କୁହାଯାଉଛି ସାଉଥ୍‌ ଗୋ୍ଲବାଲ)ର ସଂସ୍ଥାଗୁଡ଼ିକୁ କିମ୍ବା ଏହାର ପ୍ରଦତ୍ତ ସମାଧାନକୁ ସ୍ବୀକାର କରାଯିବା ଦରକାର। ଏପରିକି କେତେଜଣ ସିଦ୍ଧାନ୍ତବାଦୀ ‘ନବୀକୃତ ମାନବବାଦ’ ପାଇଁ ଦାବି କରୁଥିବାରୁ ସେମାନେ ଢାଞ୍ଚାଗତ ଭାବେ ରହିଥିବା ଏକ ଅସମାନ ବ୍ୟବସ୍ଥା ଓ ଏହାକୁ ନେଇ ବୃଦ୍ଧିପାଉଥିବା ନିରାଶାର ବାସ୍ତବତାକୁ ସାମ୍ନା କରିବାରେ ବିଫଳ ହୋଇଛନ୍ତି। ଅନ୍ତଃରାଷ୍ଟ୍ରୀୟ ବିତ୍ତୀୟ ବ୍ୟବସ୍ଥା ତଥା ସଂସ୍ଥାଗତ ଅସ୍ତିତ୍ୱ ଉପରେ ପାଶ୍ଚାତ୍ୟର ପ୍ରାଧାନ୍ୟ ରହିଥିବାବେଳେ ବୈଶ୍ୱିକ ଆଇନ ବା ସିଦ୍ଧାନ୍ତରେ ଅଣ ପାଶ୍ଚାତ୍ୟର ସ୍ବର ତଥା ବିଚାର ସୀମିତ ହୋଇଯାଇଛି।
ପଲିକ୍ରାଇସିସ୍‌ ଶବ୍ଦ ବୈଶ୍ୱିକ ଅସଫଳତାର ମୂଳ କାରଣଗୁଡ଼ିକୁ ଅସ୍ପଷ୍ଟ କରିଦେବା ସହ ସଙ୍କଟଗୁଡ଼ିକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଦର୍ଶାଉଛି। ବାସ୍ତବରେ, ବାରମ୍ବାର ଘଟୁଥିବା ସମାନ ପ୍ରକାର ସଙ୍କଟଗୁଡ଼ିକ ଉପନିବେଶୀୟ ଶିଳ୍ପ ସମୟରେ ସୃଷ୍ଟିହୋଇ ଶିଳ୍ପ ବିପ୍ଳବ ଠାରୁ ପ୍ରକାଶ ପାଇ ଆସିଛି। ପ୍ରଗତି କହିଲେ ନିୟନ୍ତ୍ରଣ ବୋଲି ଧରିନିଆଯାଇଛି ଯେଉଁଥିରେ ପ୍ରକୃତି ଉପରେ ଯାନ୍ତ୍ରିକ ନିୟନ୍ତ୍ରଣ ଏବଂ ବିଶ୍ୱର ଅନ୍ୟ ସବୁ ଦେଶ ଉପରେ ପାଶ୍ଚାତ୍ୟର ନିୟନ୍ତ୍ରଣ ଦେଖାଯାଇଛି। ଏହା ନିଶ୍ଚିତ ଯେ, ଆଧୁନିକୀକରଣର ଅଧ୍ୟାୟ ପର୍ଯ୍ୟାପ୍ତ ଭୌତିକ ଓ ସାମାଜିକ ସୁବିଧା ଯୋଗାଇଦେଇଛି। କିନ୍ତୁ ଏହା ମଧ୍ୟ ଆମ ସମୟର ଜଟିଳ ସ୍ଥିତି ସୃଷ୍ଟିକରିବାର କାରଣ ପାଲଟିଛି। ଆମ ସମୟର ଏକ ବଡ଼ ସଙ୍କଟ ବିଶ୍ୱତାପନ ଉତ୍ପାଦନକ୍ଷମ ଶିଳ୍ପ ମଡେଲ ଯୋଗୁ ହୋଇଛି। ଏହି ମଡେଲକୁ ବାଣିଜ୍ୟ ବ୍ୟବସ୍ଥା ସହଯୋଗ କରୁଛି ଯେଉଁଥିରେ ଗରିବ ଦେଶଗୁଡ଼ିକରେ ଶ୍ରମିକମାନେ କମ୍‌ ଦରମାରେ ଉତ୍ପାଦନ କରୁଛନ୍ତି, ଯାହାକୁ ଧନୀ ଦେଶର ଉପଭୋକ୍ତାମାନେ ଅଧିକ ମୂଲ୍ୟରେ କିଣୁଛନ୍ତି।
ଏକ ଅତି ଜଟିଳ ଓ ବହୁଧ୍ରୁବୀୟ ବିଶ୍ୱରେ ଉପନିବେଶୀୟ ଶିଳ୍ପ ମଡେଲର ସମୟ ଶେଷ ହୋଇଯାଇଛି। ଆମକୁ ଏକ ନୂତନ ମାନସିକତା ଗ୍ରହଣ କରିବାକୁ ହେବ, ଯାହାକୁ ମୁଁ କହେ-ଆଡପ୍‌ଟିଭ, ଇନ୍‌କ୍ଲୁସିଭ ଆଣ୍ଡ ମୋରାଲ ପଲିଟିକାଲ ଇକୋନୋମୀ(ଏଆଇଏମ୍‌) ଅର୍ଥାତ୍‌ ପରିବର୍ତ୍ତନ ପାଇଁ ଅନୁକୂଳ ସ୍ଥିତି, ସମାବେଶୀ ଭାବନା ଏବଂ ନୈତିକ ରାଜନୈତିକ ଅର୍ଥ ବ୍ୟବସ୍ଥା। ଏକ ଅନୁକୂଳ ସ୍ଥିତିକୁ ପରିବର୍ତ୍ତନ କରିବାକୁ ହେଲେ ସମାଜକୁ ଏକ ଅଶୋଧିତ ମେଶିନ ଭାବେ ନ ଚଳାଇ ଏକ ଜୀବନ୍ତ ନେଟ୍‌ଓ୍ବର୍କ ପରି ସଞ୍ଚାଳନ କରାଯିବା ଦରକାର, ଯେଉଁଥିରେ ଶିଖିବାକୁ ମିଳିବ ଓ ବିକାଶ ବି ହେବ। ସମାବେଶୀ ହେବାକୁ ହେଲେ, ଆମ ପାଖରେ ଯାହା ଅଛି ତାହା ଉପରେ ପ୍ରଗତି ନିର୍ଭରକରେ ବୋଲି ଆମକୁ ସ୍ବୀକାର କରିବାକୁ ହେବ। ଅର୍ଥାତ୍‌ ଶକ୍ତିଶାଳୀ ଓ ଧନୀ ଦେଶଗୁଡ଼ିକର ମଡେଲକୁ ନକଲ ନ କରି ସ୍ଥାନୀୟ ସୃଜନଶୀଳତାକୁ ଗତିଶୀଳ କରିବାକୁ ପଡ଼ିବ। ଏହାବ୍ୟତୀତ ଅସନ୍ତୁଳନ ଦୂରକରିବା ସହ ରାଜନୈତିକ କ୍ଷମତା ସତ୍ତା ଦ୍ୱାରା ଗଢ଼ାଯାଇଥିବା ସଦ୍ଧାନ୍ତଗୁଡ଼ିକୁ ଗ୍ରହଣ କରିବାକୁ ହେଲେ ଆମକୁ ନୀତିସଙ୍ଗତ( ମୋରାଲ) ହେବାକୁ ପଡ଼ିବ।
ପାଶ୍ଚାତ୍ୟର ପଦ୍ଧତିକୁ ଅନୁସରଣ କରିବା କିମ୍ବା ଦାରିଦ୍ର୍ୟରୁ ମୁକ୍ତି ପାଇଁ ଅନୁଦାନକୁ ଚାହଁି ରହିବା ପରିବର୍ତ୍ତେ ବିଶ୍ୱର ଅନ୍ୟ ସବୁ ଦେଶ ନିଜ ବିକାଶ କଥା ନିଜେ ବୁଝୁଥିବା ବେଳେ ଏଆଇଏମ୍‌ ନୀତିନିର୍ଦ୍ଧାରଣ ପାଇଁ ଏକ ଦିଶା ଯୋଗାଇଦେବ। ଉଦାହରଣ ସ୍ବରୂପ, ଚାଇନା, ଭାରତ ଏବଂ ସାଉଦି ଆରବ ଭଳି ଦେଶ ସବୁଜ ଶକ୍ତି ଉପରେ ଅତ୍ୟଧିକ ନିବେଶ କରୁଥିବାବେଳେ ସବ୍‌- ସାହାରାନ ଆଫ୍ରିକୀୟ ଦେଶଗୁଡ଼ିକ ଶକ୍ତି କ୍ଷେତ୍ରରେ ନୂତନତ୍ୱ ଆଣିବା ଲାଗି ପରୀକ୍ଷା ଚଳାଇଛନ୍ତି। ତେବେ ଆମେରିକାର ଟାରିଫ ଧୀରେ ଧୀରେ ବିକାଶ ପଥରେ ଆଗଉଥିବା ଭିଏଟ୍‌ନାମ ଓ ଇଥୋପିଆ ଭଳି ଦେଶଗୁଡ଼ିକ ପାଇଁ ଆୟଭିତ୍ତିକ ମାର୍କେଟଗୁଡ଼ିକୁ ରପ୍ତାନିକୁ ହ୍ରାସ କରିଥିବାରୁ ସାଉଥ- ସାଉଥ- ବାଣିଜ୍ୟ ଆକାର ନର୍ଥ-ସାଉଥ ବାଣିଜ୍ୟ ଆକାରକୁ ଟପିଯାଇଛି।
ବୌଦ୍ଧିକ ଦୃଷ୍ଟିକୋଣରୁ, ୟୁରୋପ ଓ ଉତ୍ତର ଆମେରିକାରେ ‘ ନ୍ୟାୟିକ ରାଜନୈତିକ ଅର୍ଥ ବ୍ୟବସ୍ଥା’ ‘ସର୍କୁଲାର (ଚକ୍ରୀୟ) ଅର୍ଥ ବ୍ୟବସ୍ଥା’ସମ୍ପର୍କରେ ଶିକ୍ଷା ଦେବାକୁ ଯେଉଁ ବିଶେଷଜ୍ଞମାନେ ଅଧିକ ଯୋଗ୍ୟ ସେମାନେ ଦାର୍ଶନିକ କିମ୍ବା ପରାମର୍ଶଦାତା ନୁହନ୍ତି। ବରଂ ସେମାନେ ହେଉଛନ୍ତି ସ୍ଥାନୀୟ ଆଦିବାସୀ ଗୋଷ୍ଠୀ, ଯେଉଁମାନେ ପରିସଂସ୍ଥାକୁ ସୁରକ୍ଷିତ ରଖିଛନ୍ତି। ଅସ୍ତିତ୍ୱଗତ ସଙ୍କଟ ଦୃଷ୍ଟିକୋଣରୁ ଅନୁଭବହୀନ ଆଶାବାଦ ପାଇଁ ପଲିଟୁନିଟି ଏକ ଆହ୍ବାନ ନୁହେଁ। ବରଂ ଏହା ଏକ ଉଦ୍ଦେଶ୍ୟପୂର୍ଣ୍ଣ ବାସ୍ତବତାକୁ ଦର୍ଶାଏ, ଯାହା କୌଣସି ଗୋଟିଏ ଅଞ୍ଚଳ କିମ୍ବା ସୁବିଧାବାଦୀ ଶ୍ରେଣୀ ପରିବର୍ତ୍ତେ ବାସ୍ତବରେ ବୈଶ୍ୱିକ ସମୁଦାୟର ଏକ ସୃଜନଶୀଳତାକୁ ସୂଚିତକରେ। ଏହା ସାମାନ୍ୟ ବାର୍ତ୍ତା କିମ୍ବା ଉତ୍ସାହକୁ ପ୍ରେରିତକରେ ନାହିଁ, ବରଂ ଏହା ହେଉଛି ଏକ ଗଠନମୂଳକ କାର୍ଯ୍ୟକ୍ରମ ଯାହା ଏକ ପ୍ରୟୋଗଶୀଳ ଆଧାର ଉପରେ ଆଧାରିତ। ଏହାକୁ ଗମ୍ଭୀରତାର ସହ ଏବଂ ଠିକ୍‌ ଭାବେ ପ୍ରୟୋଗ କଲେ ଆମେ ଆହ୍ବାନଗୁଡ଼ିକୁ ଯେଭଳି ମୁକାବିଲା କିମ୍ବା ଅନୁଧ୍ୟାନ କରୁଛି, ସେଥିରେ ନିଶ୍ଚିତ ପରିବର୍ତ୍ତନ ଆସିବ । ଆମେ ଯାହା ଦେଖୁଛୁ ତାହା ପ୍ରଗତିର ଶେଷ ନୁହେଁ, ବରଂ ଏହା ଉପନିବେଶୀୟ ଶିଳ୍ପ ମଡେଲର ଅନ୍ତ। ଯଦି ଆମେ ବିକାଶ ଉପରେ ଦୃଢ଼ ବିଶ୍ୱାସ କରୁଛୁ ତେବେ ବୁଝିବାକୁ ହେବ ଯେ, ଆଉ ଏକ ମଡେଲ ଏବେ ଆରମ୍ଭ ହେଉଛି।
ପ୍ରଫେସର, ପଲିଟିକାଲ ଇକୋନୋମୀ,
ଜନ୍ସ ହପ୍‌କିନ୍ସ ୟୁନିଭର୍ସିଟି

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?