ଜୀବର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା ୨୦ରେ କୁହାଯାଇଛି ”ଦ୍ରଷ୍ଟା ଦୃଷ୍ଟିମାତ୍ରଃ ଶୁଦ୍ଧୋପି ପ୍ରତ୍ୟୟାନୁପଶ୍ୟ।“ ଏହାର ଅର୍ଥ ଚେତନ ପୁରୁଷ ବା ଜୀବାତ୍ମା ଶୁଦ୍ଧ, ନିର୍ମଳ ଓ ନିର୍ବିକାର ହେଲେ ମଧ୍ୟ ତ୍ରିଗୁଣାତ୍ମକ ବୁଦ୍ଧି ସାହାଯ୍ୟରେ ଜ୍ଞାନପ୍ରାପ୍ତ ହୋଇ ବାହ୍ୟ ଜଗତର ବୃତ୍ତିଗୁଡ଼ିକୁ ଗ୍ରହଣ କରି ବିକାରଗ୍ରସ୍ତ ହୋଇଥାଏ। ବେଦ ତ୍ରୈତ୍ୟ ବିଦ୍ୟା ଉପରେ ଆଧାରିତ। ତ୍ରୈତ୍ୟ ବିଦ୍ୟା ହେଉଛି- ଈଶ୍ୱର, ଜୀବ ଓ ପ୍ରକୃତି।
ପରିବର୍ତ୍ତନୀୟ ସୃଷ୍ଟି ଭିତରେ ଅଦୃଶ୍ୟ ଭାବରେ ଅବସ୍ଥିତ ଚେତନ ସତ୍ତା ହେଉଛି ବ୍ରହ୍ମ ବା ଈଶ୍ୱର। ଏହି ଚେତନ ସତ୍ତା ଜୀବର ଜଡ଼ ଶରୀରକୁ ଜାଗ୍ରତ, ସ୍ବପ୍ନ ଓ ସୁସୁପ୍ତି ଅବସ୍ଥାରେ କ୍ରିୟାଶୀଳ କରିରଖିଥାଏ, ଯାହାକୁ ପ୍ରାଣବାୟୁ (ଶ୍ୱାସ- ପ୍ରଶ୍ୱାସ) କୁହାଯାଏ। ତେଣୁ ବ୍ୟକ୍ତିଗତ ଚେତନ ସତ୍ତାକୁ ଜୀବାତ୍ମା ଓ ବ୍ରହ୍ମକୁ ପରମାତ୍ମା ଭାବରେ ଉପନିଷଦ ସ୍ବୀକାର କରିଥାଏ। ଉପନିଷଦ କହେ ଶରୀର ଯଦି ଏକ ରଥ ହୁଏ, ଆତ୍ମା ହେଉଛି ସେହି ରଥର ପ୍ରଭୁ ବା ରଥୀ। (କଠୋପନିଷଦ ୧.୩୩) ଚେତନ ଆତ୍ମା ଜଡ଼ ଶରୀର ସହିତ ତାଦାତ୍ମ୍ୟ କରି ନିଜର ଏକ ସ୍ବତନ୍ତ୍ର ସତ୍ତା ନିର୍ମାଣ କରିଥାଏ। ଏହି ସ୍ବତନ୍ତ୍ର ସତ୍ତାକୁ ଅହମ୍‌ କୁହାଯାଏ। ସୁଖ-ଦୁଃଖ ଭଳି ସମସ୍ତ ପରିବର୍ତ୍ତନଶୀଳ ବିକାର ଜଡ଼ ଅଂଶରୁ ଉତ୍ପନ୍ନ ହୋଇଥାଏ। ଜଡ଼ ସହିତ ସମ୍ବନ୍ଧ ଥିବାରୁ ଚେତନ ଆତ୍ମା ଉପରେ ଏହାର ପ୍ରଭାବ ପଡ଼ିଥାଏ। ମାତ୍ର ଚେତନ ସତ୍ତା ଏହି ସବୁ ବିକାରର ଊର୍ଦ୍ଧ୍ୱରେ ଅବସ୍ଥିତ। ଉପନିଷଦ କହେ ଶରୀର ଯଦି ଏକ ବୃକ୍ଷ ହୁଏ, ଆତ୍ମା ଓ ପରମାତ୍ମା ଏହି ବୃକ୍ଷରେ ବସିଥିବା ଦୁଇଗୋଟି ସୁବର୍ଣ୍ଣ ପକ୍ଷୀ ଅଟନ୍ତି। ଆତ୍ମାରୂପୀ ପକ୍ଷୀ ମାୟାରେ ପଡ଼ି କର୍ମବନ୍ଧନରେ ଆବଦ୍ଧ ହୋଇ ଭୋକ୍ତା ଭାବରେ ଶରୀର ରୂପୀ ବୃକ୍ଷର ଫଳ ଭକ୍ଷଣ କରି ସୁଖ- ଦୁଃଖ ଅନୁଭବ ପୂର୍ବକ ଜନ୍ମ-ମୃତ୍ୟୁ ଚକ୍ରରେ ଗତି କରୁଥିବାବେଳେ ପରମାତ୍ମାରୂପୀ ପକ୍ଷୀ ଦ୍ରଷ୍ଟା ଭାବରେ ଆତ୍ମାର ସମସ୍ତ କାର୍ଯ୍ୟକୁ ନିରୀକ୍ଷଣ କରି କର୍ମଫଳ ପ୍ରଦାନ କରିଥାଆନ୍ତି। (ମୁଣ୍ଡକ ଉପନିଷଦ- ୩.୧.୧) ଭଗବଦ୍‌ଗୀତା ଅନୁସାରେ ଆତ୍ମା ଜଡ଼ ଶରୀର ସହିତ ସମ୍ବନ୍ଧ ରଖିଥିବାରୁ ଉପଦ୍ରଷ୍ଟା, ଶରୀରର ସମସ୍ତ କ୍ରିୟା ସମ୍ପାଦନ ପାଇଁ ଅନୁମତି ପ୍ରଦାନ କରୁଥିବାରୁ ଅନୁମନ୍ତା, ଶରୀରର ପାଳନ ପୋଷଣ କରୁଥିବାରୁ ଭର୍ତ୍ତା ଓ ଜଡ଼ ପ୍ରକୃତିର ଗୁଣଗୁଡ଼ିକୁ ଗ୍ରହଣ କରି ବିକାରଗ୍ରସ୍ତ ହୋଇ ସୁଖ-ଦୁଃଖ ଭୋଗ କରୁଥିବାରୁ ଭୋକ୍ତା ଅଟନ୍ତି (ଗୀତା ୧୩/୨୨)। ଏକମାତ୍ର ଚେତନ ପୁରୁଷ ଆତ୍ମା ଶରୀର ମଧ୍ୟରେ ପୃଥକ୍‌ ପୃଥକ୍‌ ଉପାଧି ଧାରଣ କରି କର୍ମ ସମ୍ପାଦନ କରିଥାଆନ୍ତି। ବେଦାନ୍ତ ଦର୍ଶନରେ ବ୍ରହ୍ମ ଓ ଜୀବକୁ ଏକ ସମାନ ସତ୍ତା ଭାବରେ ବର୍ଣ୍ଣନା କରାଯାଇଥିବାରୁ ଏହା ବେଦ ବିରୋଧ ବୋଲି କେତେଜଣ ଭାଷ୍ୟକାର ମତ ପ୍ରଦାନ କରିଥାଆନ୍ତି। ମାତ୍ର ଅଦ୍ୱୈତ ବେଦର ସିଦ୍ଧାନ୍ତ ଅନୁସାରେ ବ୍ରହ୍ମ ଅଦ୍ୱିତୀୟ ହୋଇଥିବାରୁ ଜୀବ ଓ ପ୍ରକୃତିଠାରୁ ପୃଥକ୍‌ ଅଟନ୍ତି। ସର୍ବ ବ୍ୟାପକ ପରମାତ୍ମା ଜୀବ ମଧ୍ୟରେ ଥିବାରୁ ଜୀବଠାରୁ ପୃଥକ୍‌ ନୁହନ୍ତି। ମାତ୍ର ଗୁଣ, କର୍ମ ଓ ସ୍ବଭାବ ଦୃଷ୍ଟିରୁ ପରମାତ୍ମା ଜୀବ ସହିତ ସମାନ ନୁହନ୍ତି। ଈଶ୍ୱର ଓ ଜୀବ ଉଭୟ ଚେତନ ସତ୍ତା ତଥା ଶୁଦ୍ଧ, ପୂତ୍ତ, ନିର୍ମଳ, ଅଜର, ଅମର ଓ ସାରସତ୍ୱ। ମାତ୍ର ଈଶ୍ୱର ସର୍ବଜ୍ଞ ଓ ଆନନ୍ଦମୟ ହୋଇଥିବାବେଳେ ଜୀବ ଅଳ୍ପଜ୍ଞ ଓ ଆନନ୍ଦମୟ ନୁହେଁ। ପରମାତ୍ମା ଏକ, ଅଦ୍ୱିତୀୟ ଓ ସର୍ବବ୍ୟାପକ ହୋଇଥିବାବେଳେ ଜୀବ ଦେହରୂପୀ ହୋଇଥିବାରୁ ଅନେକ ଓ ସର୍ବବ୍ୟାପକ ନୁହେଁ। ଈଶ୍ୱର ଦ୍ରଷ୍ଟା ହୋଇଥିବାବେଳେ ଜୀବ ଭୋକ୍ତା । ପରମାତ୍ମା ସର୍ବଦା ମୁକ୍ତ, ମାତ୍ର ଜୀବ ଉଭୟ ବଦ୍ଧ ଓ ମୁକ୍ତ । ଏହା ହେଉଛି ଈଶ୍ୱର ଓ ଜୀବ ମଧ୍ୟରେ ଥିବା ସମ୍ବନ୍ଧ ଓ ବୈଷମ୍ୟ। ଅଜ୍ଞାନତା ଦୃଷ୍ଟିରୁ ଈଶ୍ୱର ଓ ଜୀବ ମଧ୍ୟରେ ଥିବା ବୈଷମ୍ୟତାକୁ ନ ଦେଖି କେବଳ ସମ୍ବନ୍ଧକୁ ଗ୍ରହଣ କରିବା ଦ୍ୱାରା ଜୀବ ଓ ବ୍ରହ୍ମ ଏକ ବୋଲି ପ୍ରତୀୟମାନ ହୋଇଥାଏ। (ସତ୍ୟାର୍ଥ ପ୍ରକାଶ- ସପ୍ତମ ସମୁଲ୍ଲାସ)। ଶରୀର ମଧ୍ୟରେ ଯେପରି ଆତ୍ମା ବ୍ୟାପକ ଥାଏ, ସେହିପରି ଆତ୍ମା ମଧ୍ୟରେ ପରମାତ୍ମା ବ୍ୟାପକ ଥାଆନ୍ତି। ମୂଢ଼ ଜୀବାତ୍ମା ଏହା ଜାଣି ନ ପାରି ବିଷୟ ବାସନାରେ ଲିପ୍ତ ରହିଥାଏ। ଆତ୍ମଜ୍ଞାନ ପ୍ରାପ୍ତ ହେଲେ ଜୀବ ସମାଧି ଅବସ୍ଥାରେ ନିଜର ଶରୀରରେ ପରମାତ୍ମାଙ୍କର ବ୍ୟାପକତା ଉପଲବ୍ଧି କରିଥାଏ।

ଡା. ଗୋପାଳ ଚନ୍ଦ୍ର ଦା
ମୋ: ୭୮୪୮୮୫୦୯୫୦

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?