Posted inଜାତୀୟ

ମହାକାଶ କାର୍ଯ୍ୟକ୍ରମରେ ଘରୋଇ କ୍ଷେତ୍ରକୁ ସୁଯୋଗ

ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସି ମହାକାଶ କ୍ଷେତ୍ରରେ ବଡ଼ ସଂସ୍କାର ଆଣିବା ଲାଗି ଐତିହାସିକ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟର ଏହି ଅନୁମୋଦନ ଫଳରେ ମହାକାଶ ସମ୍ପତ୍ତି ସମସ୍ତଙ୍କ ପାଇଁ ମୁକ୍ତ ରହିବ ଏବଂ ମହାକାଶ କାର୍ଯ୍ୟକ୍ରମର ସବୁ ବିଭାଗରେ ଘରୋଇ ସେକ୍ଟର ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଏଥିପାଇଁ ଇଣ୍ଡିଆନ ନ୍ୟାଶନାଲ ସ୍ପେସ୍‌ ପ୍ରମୋଶନ ଆଣ୍ଡ ଅଥରାଇଜେଶନ (ଆଇଏନ୍‌-ସ୍ପେସ୍‌) ନାମରେ ନୂଆ ମହାକାଶ ବୋର୍ଡ ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। କ୍ୟାବିନେଟ ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଭାରତକୁ ଆତ୍ମନିର୍ଭର କରିବା ସହ ପ୍ରଯୁକ୍ତି କ୍ଷେତ୍ରରେ ଅତ୍ୟାଧୁନିକ କରାଇବା ନେଇ ପ୍ରଧାନମନ୍ତ୍ରୀଙ୍କର ସ୍ବପ୍ନକୁ ସାକାର କରିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ନୂତନ ବୋର୍ଡ ଘରୋଇ କମ୍ପାନୀଗୁଡ଼ିକୁ ଭାରତୀୟ ମହାକାଶ ଭିତ୍ତିଭୂମି ବ୍ୟବହାର କରିବା ଲାଗି ସମାନ ସୁବିଧା ଯୋଗାଇଦେବ ବୋଲି ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଉତ୍ସାହପୂର୍ଣ୍ଣ ନୀତି ଏବଂ ଅନୁକୂଳ ନିୟାମକ ପରିବେଶ ମାଧ୍ୟମରେ ବୋର୍ଡ ଘରୋଇ ସଂସ୍ଥାଗୁଡ଼ିକର କାର୍ଯ୍ୟକୁ ମାର୍ଗଦର୍ଶନ ଦେବ। ତେବେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପୂର୍ବଭଳି କାର୍ଯ୍ୟ କରିବ ଏବଂ ନବଗଠିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିଃ (ଏନ୍‌ଏସ୍‌ଆଇଏ)ର ଭୂମିକା ବଢ଼ିବ ବୋଲି ଜିତେନ୍ଦ୍ର କହିଛନ୍ତି। ସଂସ୍କାର ଫଳରେ ଇସ୍ରୋ ଗବେଷଣା ଓ ବିକାଶ କାର୍ଯ୍ୟ, ନୂତନ ପ୍ରଯୁକ୍ତି, ମହାକାଶକୁ ମାନବ ପ୍ରେରଣ କାର୍ଯ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦେବ। ଗ୍ରହ ସମ୍ବନ୍ଧୀୟ କେତେକ ଆବିଷ୍କାର କାର୍ଯ୍ୟକ୍ରମରେ ଘରୋଇ ସେକ୍ଟରକୁ ମଧ୍ୟ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।
ମହାକାଶ ସେକ୍ଟରରେ ସଫଳତା ହାସଲ କରିଥିବା ଅଳ୍ପ କେତୋଟି ଦେଶ ମଧ୍ୟରେ ଭାରତ ରହିଛି। ନୂଆ ସଂସ୍କାର ଫଳରେ ଏହି କ୍ଷେତ୍ରକୁ ଅଧିକ ଶକ୍ତି ଓ ଗତିଶୀଳତା ମିଳିବ, ଯାହା ଦେଶକୁ ମହାକାଶ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାରେ ସହାୟକ ହେବ। ଏହା କେବଳ ମହାକାଶ ସେକ୍ଟରର ବିକାଶକୁ ତ୍ୱରାନ୍ବିତ କରିବ ତାହା ନୁହେଁ, ବିଶ୍ୱ ମହାକାଶ ଅର୍ଥନୀତିରେ ଭାରତୀୟ ଶିଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାରେ ସହାୟକ ହୋଇପାରିବ। ଫଳରେ ପ୍ରଯୁକ୍ତି କ୍ଷେତ୍ରରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଭାରତ ବିଶ୍ୱ ପ୍ରଯୁକ୍ତିର ପାଓ୍ବାରହାଉସ୍‌ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?