Posted inଜାତୀୟ

ଜନମତ ସର୍ବେକ୍ଷଣ: ଭାଜପା କବ୍‌ଜାରେ ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡ-ଗୋଆ, ପଞ୍ଜାବରେ ଝୁଲା ସ୍ଥିତି…

ନୂଆଦିଲ୍ଲୀ,୯।୧୦: ଆଗକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେତେକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ହୋଇଥିବା ଜନମତ ସର୍ବେକ୍ଷଣରୁ ଜଣାପଡିଛି ଯେ ଉତ୍ତରପଦେଶ, ଉତ୍ତରାଖଣ୍ଡ, ଗୋଆରେ ଭାଜପା କବ୍‌ଜା କରିବ। ଅପରପକ୍ଷରେ ପଞ୍ଜାବରେ ଝୁଲା ସ୍ଥିତିି ଦେଖାଯିବାର ସମ୍ଭାବନା ରହିଛି। ଆସନ୍ତା ୨୦୨୨ରେ ପାଞ୍ଚଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନରେ ଅତି କମରେ ଚାରିଟିରେ ଭାଜପା ବିଜେତା ହେବାର ସମ୍ଭାବନା ରହିଥିବା ସର୍ବେକ୍ଷଣ ରିପୋର୍ଟରେ ପ୍ରକାଶ ପାଇଛି।

ଭାଜପା ଉତ୍ତରପ୍ରଦେଶ, ମଣିପୁର, ଗୋଆ ଏବଂ ଉତ୍ତରାଖଣ୍ଡରେ କ୍ଷମତା ବଜାୟ ରଖିବାର ସମ୍ଭାବନା ରହିଛି। ସର୍ବେକ୍ଷଣ ଅନୁଯାୟୀ, ପଞ୍ଜାବରେ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବାକୁ ଥିବା ଆମ ଆଦମୀ ପାର୍ଟି (ଏଏପି) ସହିତ ଏକ ଝୁଲା ବିଧାନସଭାକୁ ଗଠନ ହେବାକୁ ଯାଉଛି। ପଞ୍ଜାବ ଏବଂ ଗୋଆ ତଥା ଉତ୍ତରପ୍ରଦେଶରେ ଏଏପି ମୁଖ୍ୟ ତୃତୀୟ ଦଳ ଭାବରେ ଉଭା ହେବାର ସମ୍ଭାବନା ଅଛି।

ସଦ୍ୟତମ ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଭାଜପା ୪୧.୩ ପ୍ରତିଶତ ଭୋଟ ପାଇବାର ସମ୍ଭାବନା ଥିବାବେଳେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ୩୨ ପ୍ରତିଶତ, ବହୁଜନ ସମାଜବାଦୀ ପାର୍ଟି ୧୫ ପ୍ରତିଶତ, କଂଗ୍ରେସ ଏବଂ ଅନ୍ୟ ଦଳମାନେ ୬ ପ୍ରତିଶତ ଭୋଟ ମିଳିବାର ଅନୁମାନ କରାଯାଇଛି। ଭାଜପା ଖାତାକୁ ୨୪୧ ରୁ ୨୪୯ ଟି ଆସନ ଯିବାର ସମ୍ଭାବନା ରହିଛି। ସମାଜବାଦୀ ପାର୍ଟି ୧୩୦ ରୁ ୧୩୮ ସିଟ ହାତେଇ ପାରେ। ସର୍ବେକ୍ଷଣ ଅନୁଯାୟୀ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ୧୫ ରୁ ୧୯ ମଧ୍ୟରେ ଆସନରେ ବିଜୟୀ ହେବାର ଆଶା ରହିଛି। ସେହିପରି କଂଗ୍ରେସ ୩ ରୁ ୭ ସିଟ ହାତେଇ ପାରେ।

ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟି ଏକକ ବୃହତ୍ତମ ଦଳ ଭାବରେ ଉଭା ହେବ ବୋଲି ପୂର୍ବାନୁମାନ କରାଯାଇଛି। ପଞ୍ଜାବରେ ୧୧୭ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଏଏପି ଏକ ବଡ଼ ସୁବିଧା ପାଇପାରିବ। ଏଏପି ୩୬ ପ୍ରତିଶତ ଭୋଟ, କଂଗ୍ରେସ ୩୨ ପ୍ରତିଶତ, ଶିରୋମଣି ଅକାଲୀ ଦଳ ୨୨ ପ୍ରତିଶତ, ବିଜେପି ୪ ପ୍ରତିଶତ ଏବଂ ଅନ୍ୟମାନେ ୬ ପ୍ରତିଶତ ଭୋଟ ପାଇବାର ସମ୍ଭାବନା ରହିଛି। ଏଏପି ୪୯ ରୁ ୫୫, କଂଗ୍ରେସ ୩୦ ରୁ ୪୭, ଅକାଳୀ ଦଳ ୧୭ ରୁ ୨୫, ବିଜେପି ଶୂନରୁ ୧ ଏବଂ ଅନ୍ୟମାନେ ଶୂନରୁ ୧ ଆସନ ପାଇବାର ଅନୁମାନ କରାଯାଉଛି।

ଉତ୍ତରାଖଣ୍ଡରେ ଭାଜପା ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବାର ଅନୁମାନ କରାଯାଉଛି। ସର୍ଭେ ଅନୁଯାୟୀ କଂଗ୍ରେସ ୩୪ ପ୍ରତିଶତ,ଭାଜପା ୪୫ ପ୍ରତିଶତ, ଆମ ଆଦମୀ ପାର୍ଟି ୧୫ ପ୍ରତିଶତ ଏବଂ ଅନ୍ୟମାନେ ୬ ପ୍ରତିଶତ ଭୋଟ ପାଇପାରନ୍ତି। ସର୍ଭେରୁ ଜଣାପଡିଛି ଯେ କଂଗ୍ରେସ ଦଳ ୨୧-୨୫ ଆସନ, ବିଜେପି ୪୨-୪୬ ଆସନ, ଆମ ଆଦମୀ ପାର୍ଟି ଶୂନରୁ-୪ ଏବଂ ଅନ୍ୟାନ୍ୟ ଶୂନରୁ-୨ ଆସନ ପାଇବାର ସମ୍ଭାବନା ରହିଛି।

ସର୍ବେକ୍ଷଣ ଅନୁଯାୟୀ, ଉପକୂଳବର୍ତ୍ତୀ ରାଜ୍ୟ ଗୋଆରେ ୪୦ ଜଣିଆ ବିଧାନସଭାରେ ସର୍ବାଧିକ ସଂଖ୍ୟକ ଆସନ ସହିତ ଭାଜପା ପୁଣି ଥରେ ନିଜର ସରକାର ଗଠନ କରିବାକୁ ଯାଉଛି। ଗୋଆରେ ଭାଜପା ୨୪ ରୁ ୨୮ ଟି ଆସନ, କଂଗ୍ରେସ ୧ ରୁ ୫, ଆମ ଆଦମୀ ପାର୍ଟି ୩ ରୁ ୭ ଏବଂ ଅନ୍ୟ ୪ ରୁ ୮ ଆସନ ପାଇବାର ଆଶା ରହିଛି। ଭାଜପା ୩୮ ପ୍ରତିଶତ ଭୋଟ ପାଇପାରେ, କଂଗ୍ରେସ ୧୮ ପ୍ରତିଶତ, ଏଏପି ୨୩ ପ୍ରତିଶତ ଏବଂ ଅନ୍ୟମାନେ ୨୧ ପ୍ରତିଶତ ପାଇପାରେ। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା, କିନ୍ତୁ ଏହା ରାଜ୍ୟରେ ସରକାର ଗଠନ କରିପାରିଲା ନାହିଁ।

ସେହିପରି ମଣିପୁରରେ ଭାଜପା ୨୧ ରୁ ୨୫ ଟି ଆସନ ପାଇବାର ଅନୁମାନ କରାଯାଉଛି। ଏହା ବ୍ୟତୀତ କଂଗ୍ରେସ ୧୮ ରୁ ୨୨, ଆଞ୍ଚଳିକ ଦଳ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ୍‌) ୪ ରୁ ୮ ଏବଂ ଅନ୍ୟାନ୍ୟ ୧ ରୁ ୫ ଆସନ ପାଇବାର ସମ୍ଭାବନା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri