Posted inଜାତୀୟ

ଜନମତ ସର୍ବେକ୍ଷଣ: ଭାଜପା କବ୍‌ଜାରେ ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡ-ଗୋଆ, ପଞ୍ଜାବରେ ଝୁଲା ସ୍ଥିତି…

ନୂଆଦିଲ୍ଲୀ,୯।୧୦: ଆଗକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେତେକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ହୋଇଥିବା ଜନମତ ସର୍ବେକ୍ଷଣରୁ ଜଣାପଡିଛି ଯେ ଉତ୍ତରପଦେଶ, ଉତ୍ତରାଖଣ୍ଡ, ଗୋଆରେ ଭାଜପା କବ୍‌ଜା କରିବ। ଅପରପକ୍ଷରେ ପଞ୍ଜାବରେ ଝୁଲା ସ୍ଥିତିି ଦେଖାଯିବାର ସମ୍ଭାବନା ରହିଛି। ଆସନ୍ତା ୨୦୨୨ରେ ପାଞ୍ଚଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନରେ ଅତି କମରେ ଚାରିଟିରେ ଭାଜପା ବିଜେତା ହେବାର ସମ୍ଭାବନା ରହିଥିବା ସର୍ବେକ୍ଷଣ ରିପୋର୍ଟରେ ପ୍ରକାଶ ପାଇଛି।

ଭାଜପା ଉତ୍ତରପ୍ରଦେଶ, ମଣିପୁର, ଗୋଆ ଏବଂ ଉତ୍ତରାଖଣ୍ଡରେ କ୍ଷମତା ବଜାୟ ରଖିବାର ସମ୍ଭାବନା ରହିଛି। ସର୍ବେକ୍ଷଣ ଅନୁଯାୟୀ, ପଞ୍ଜାବରେ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବାକୁ ଥିବା ଆମ ଆଦମୀ ପାର୍ଟି (ଏଏପି) ସହିତ ଏକ ଝୁଲା ବିଧାନସଭାକୁ ଗଠନ ହେବାକୁ ଯାଉଛି। ପଞ୍ଜାବ ଏବଂ ଗୋଆ ତଥା ଉତ୍ତରପ୍ରଦେଶରେ ଏଏପି ମୁଖ୍ୟ ତୃତୀୟ ଦଳ ଭାବରେ ଉଭା ହେବାର ସମ୍ଭାବନା ଅଛି।

ସଦ୍ୟତମ ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଭାଜପା ୪୧.୩ ପ୍ରତିଶତ ଭୋଟ ପାଇବାର ସମ୍ଭାବନା ଥିବାବେଳେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ୩୨ ପ୍ରତିଶତ, ବହୁଜନ ସମାଜବାଦୀ ପାର୍ଟି ୧୫ ପ୍ରତିଶତ, କଂଗ୍ରେସ ଏବଂ ଅନ୍ୟ ଦଳମାନେ ୬ ପ୍ରତିଶତ ଭୋଟ ମିଳିବାର ଅନୁମାନ କରାଯାଇଛି। ଭାଜପା ଖାତାକୁ ୨୪୧ ରୁ ୨୪୯ ଟି ଆସନ ଯିବାର ସମ୍ଭାବନା ରହିଛି। ସମାଜବାଦୀ ପାର୍ଟି ୧୩୦ ରୁ ୧୩୮ ସିଟ ହାତେଇ ପାରେ। ସର୍ବେକ୍ଷଣ ଅନୁଯାୟୀ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ୧୫ ରୁ ୧୯ ମଧ୍ୟରେ ଆସନରେ ବିଜୟୀ ହେବାର ଆଶା ରହିଛି। ସେହିପରି କଂଗ୍ରେସ ୩ ରୁ ୭ ସିଟ ହାତେଇ ପାରେ।

ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟି ଏକକ ବୃହତ୍ତମ ଦଳ ଭାବରେ ଉଭା ହେବ ବୋଲି ପୂର୍ବାନୁମାନ କରାଯାଇଛି। ପଞ୍ଜାବରେ ୧୧୭ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଏଏପି ଏକ ବଡ଼ ସୁବିଧା ପାଇପାରିବ। ଏଏପି ୩୬ ପ୍ରତିଶତ ଭୋଟ, କଂଗ୍ରେସ ୩୨ ପ୍ରତିଶତ, ଶିରୋମଣି ଅକାଲୀ ଦଳ ୨୨ ପ୍ରତିଶତ, ବିଜେପି ୪ ପ୍ରତିଶତ ଏବଂ ଅନ୍ୟମାନେ ୬ ପ୍ରତିଶତ ଭୋଟ ପାଇବାର ସମ୍ଭାବନା ରହିଛି। ଏଏପି ୪୯ ରୁ ୫୫, କଂଗ୍ରେସ ୩୦ ରୁ ୪୭, ଅକାଳୀ ଦଳ ୧୭ ରୁ ୨୫, ବିଜେପି ଶୂନରୁ ୧ ଏବଂ ଅନ୍ୟମାନେ ଶୂନରୁ ୧ ଆସନ ପାଇବାର ଅନୁମାନ କରାଯାଉଛି।

ଉତ୍ତରାଖଣ୍ଡରେ ଭାଜପା ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବାର ଅନୁମାନ କରାଯାଉଛି। ସର୍ଭେ ଅନୁଯାୟୀ କଂଗ୍ରେସ ୩୪ ପ୍ରତିଶତ,ଭାଜପା ୪୫ ପ୍ରତିଶତ, ଆମ ଆଦମୀ ପାର୍ଟି ୧୫ ପ୍ରତିଶତ ଏବଂ ଅନ୍ୟମାନେ ୬ ପ୍ରତିଶତ ଭୋଟ ପାଇପାରନ୍ତି। ସର୍ଭେରୁ ଜଣାପଡିଛି ଯେ କଂଗ୍ରେସ ଦଳ ୨୧-୨୫ ଆସନ, ବିଜେପି ୪୨-୪୬ ଆସନ, ଆମ ଆଦମୀ ପାର୍ଟି ଶୂନରୁ-୪ ଏବଂ ଅନ୍ୟାନ୍ୟ ଶୂନରୁ-୨ ଆସନ ପାଇବାର ସମ୍ଭାବନା ରହିଛି।

ସର୍ବେକ୍ଷଣ ଅନୁଯାୟୀ, ଉପକୂଳବର୍ତ୍ତୀ ରାଜ୍ୟ ଗୋଆରେ ୪୦ ଜଣିଆ ବିଧାନସଭାରେ ସର୍ବାଧିକ ସଂଖ୍ୟକ ଆସନ ସହିତ ଭାଜପା ପୁଣି ଥରେ ନିଜର ସରକାର ଗଠନ କରିବାକୁ ଯାଉଛି। ଗୋଆରେ ଭାଜପା ୨୪ ରୁ ୨୮ ଟି ଆସନ, କଂଗ୍ରେସ ୧ ରୁ ୫, ଆମ ଆଦମୀ ପାର୍ଟି ୩ ରୁ ୭ ଏବଂ ଅନ୍ୟ ୪ ରୁ ୮ ଆସନ ପାଇବାର ଆଶା ରହିଛି। ଭାଜପା ୩୮ ପ୍ରତିଶତ ଭୋଟ ପାଇପାରେ, କଂଗ୍ରେସ ୧୮ ପ୍ରତିଶତ, ଏଏପି ୨୩ ପ୍ରତିଶତ ଏବଂ ଅନ୍ୟମାନେ ୨୧ ପ୍ରତିଶତ ପାଇପାରେ। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା, କିନ୍ତୁ ଏହା ରାଜ୍ୟରେ ସରକାର ଗଠନ କରିପାରିଲା ନାହିଁ।

ସେହିପରି ମଣିପୁରରେ ଭାଜପା ୨୧ ରୁ ୨୫ ଟି ଆସନ ପାଇବାର ଅନୁମାନ କରାଯାଉଛି। ଏହା ବ୍ୟତୀତ କଂଗ୍ରେସ ୧୮ ରୁ ୨୨, ଆଞ୍ଚଳିକ ଦଳ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ୍‌) ୪ ରୁ ୮ ଏବଂ ଅନ୍ୟାନ୍ୟ ୧ ରୁ ୫ ଆସନ ପାଇବାର ସମ୍ଭାବନା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?