Posted inଜାତୀୟ

ଅପରେଶନ୍‌ ପ୍ରହାର-୩: ଟାର୍ଗେଟରେ ହିଡମା ସମେତ ୮ କମାଣ୍ଡର

ବିଜାପୁର,୫।୪: ମାଓବାଦୀଙ୍କ ଆକ୍ରମଣରେ ୨୨ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏବେ ମାଓବାଦୀଙ୍କ ମୁକାବିଲା ଲାଗି ଅପରେଶନ୍‌ ପ୍ରହାର-୩ ପାଇଁ ଯୋଜନା ପ୍ରସ୍ତୁତି କରାଯାଉଛି। ଏହି ଅପରେଶନ୍‌ରେ ବିଜାପୁର ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ହିଡମା ସମେତ ୮ ମାଓବାଦୀ କମାଣ୍ଡରଙ୍କୁ ଟାର୍ଗେଟରେ ରଖାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ମାଓବାଦୀଙ୍କ ବିରୋଧରେ କଡ଼ା ରଣନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାଓବାଦୀ ବିରୋଧି ଅପରେଶନ୍‌ରେ ଗୋଇନ୍ଦା ରିପୋର୍ଟ ସହିତ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବା ଲାଗି ଯୋଜନା କରାଯାଇଛି। ପ୍ରସ୍ତୁତ ହୋଇଥିବା ମାଓବାଦୀ କମାଣ୍ଡରଙ୍କ ତାଲିକାରେ ହିଡମାଙ୍କର ନାମ ରହିଛି। ହିଡମା ସୁକମା ଜଙ୍ଗଲରେ ମିଳିତ ସୁରକ୍ଷାକର୍ମୀଙ୍କ ଅପରେଶନ୍‌ରେ ବାଧା ସୃଷ୍ଟି କରୁଥିବା ଜଣାପଡ଼ିଛି। ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ମାଓବାଦୀ କମାଣ୍ଡର କମଲେଶ, ସାକେତ ନୁରେତି, ଲାଲୁ ଦାନଦାମି, ମଙ୍ଗେଶ ଗୋଣ୍ଡା, ରାମ ଜୀ, ମିଲିଟ୍ରି ଏବଂ ମଲେଶ ଆଦିଙ୍କ ନାମ ରହିଛି। ଏମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ ଲାଗି ଯୋଜନା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri