Posted inଜାତୀୟ

୮ରେ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ଉଦ୍‌ଘାଟନ

ନୂଆଦିଲ୍ଲୀ,୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୮ ତାରିଖରେ ବିଜୟ ଚୌକରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁର ଉଦ୍‌ଘାଟନ କରିବେ। ସେଥିପାଇଁ କେନ୍ଦ୍ରୀୟ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଟ୍ରାଫିକ କଟକଣା ଲାଗୁ ହୋଇଛି। ଗୁରୁବାର ଜରୁରୀ ଆବଶ୍ୟକ ନ ଥିବା କର୍ମଚାରୀ ଘରେ ରହି କାର୍ଯ୍ୟ କରିବାକୁ ଏବଂ ଅଧିକାଂଶ କର୍ମଚାରୀଙ୍କୁ ବ୍ୟକ୍ତିଗତ ଗାଡ଼ି ପରିବର୍ତ୍ତେ ସର୍ବସାଧାରଣ ଯାନ ବ୍ୟବହାର କରିବାକୁ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ନିର୍ଦ୍ଦେଶନାମା ଜାରି କରିବାକୁ କୁହାଯାଇଛି। ଏଥିସହିତ ମଧ୍ୟାହ୍ନ ଭୋଜନ ପରେ ଅଫିସଗୁଡ଼ିକୁ ବନ୍ଦ କରିଦେବା ଲାଗି ଦିଲ୍ଲୀ ପୋଲିସ କହିଛି। ସି-ହେକ୍ସାଗନ୍‌ଠାରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଘାଟନ ଉତ୍ସବରେ ବହୁସଂଖ୍ୟାରେ ଭିଭିଆଇପିମାନେ ଯୋଗଦେବା ଆଶା କରାଯାଉଛି। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ୮ ତାରିଖ ସନ୍ଧ୍ୟା ୬ରୁ ରାତି ୯ ପର୍ଯ୍ୟନ୍ତ ବିଭିନ୍ନ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ। ସେଦିନ ଇଣ୍ଡିଆ ଗେଟ୍‌ରୁ ମାନସିଂ ରୋଡ ମଧ୍ୟରେ ଲୋକଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହଁି। ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁରେ ବ୍ୟାପକ ପୋଲିସ ଓ ସୁରକ୍ଷା ବଳ ମୁତୟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଗଓ୍ବନ୍ତ ମାନଙ୍କୁ ଭେଟିଲେ ଚନ୍ନି

ଚଣ୍ଡିଗଡ,୨୧।୩: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ସୋମବାର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ଏହି ବୈଠକ ଚଣ୍ଡିଗଡ଼ରେ ଅନୁଷ୍ଠିତ ହୋଇଥିଲା।...

ସୁସ୍ଥହେବାର ୩ ମାସ ପରେ ଟିକା ନେବେ କୋଭିଡ୍‌ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୯।୫: କରୋନାରେ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ୩ ମାସ ପରେ କୋଭିଡ୍‌ ଟିକା ନେଇପାରିବେ। ସେହିପରି ପ୍ରଥମ ଡୋଜ୍‌ ଟିକା ନେବା ପରେ...

ହେମନ୍ତଙ୍କ ସହ ମାତ୍ର ୨ ମନ୍ତ୍ରୀ ନେଇପାରନ୍ତି ଶପଥ

ରାଞ୍ଚି,୨୮।୧୨: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ରବିବାର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏପର୍ଯ୍ୟନ୍ତ ତାଙ୍କ...

କରୋନାରୁ ସୁସ୍ଥ ହେବା ପରେ କରନ୍ତୁ ଯୋଗ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା...

କରୋନା ପରେ ଏବେ ଜିକା ଭାଇରସ୍‌ ଚିନ୍ତା

ପୁଣେ, ୧୦।୮: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମଣରୁ ଉଦ୍ଧାର ପାଇ ନ ଥିବାବେଳେ ଏବେ ଅନ୍ୟ ଏକ ବିପଦ ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି।...

ଦାନ୍ତ ଭାଙ୍ଗିଯିବାରୁ ହେଉଛି ଖାଇବା ସମସ୍ୟା, ୨ ଶିଶୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି…

ଗୁଆହାଟି,୨୯।୯: ଆସାମରେ ଦୁଇ ଶିଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମାଙ୍କୁ ଚିଠି ଲେଖ ନିଜର ସମସ୍ୟା ଜଣାଇଛନ୍ତି। ଏବେ ଏହି...

ଠିକା ଶ୍ରମିକଙ୍କ ପାଇଁ କେଜରିଓ୍ବାଲଙ୍କ ଉପହାର

ନୂଆଦିଲ୍ଲୀ,୨୮।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୋଟିଏ ପରେ ଗୋଟିଏ ଉପହାର ଦେଇଚାଲିଛନ୍ତି। ଏବେ ଠିକା ଶ୍ରମିକଙ୍କ ପାରିଶ୍ରମିକ ବୃ୍‌ଦ୍ଧି କରାଯିବ ବୋଲି ସେ ଘୋଷଣା...

ସିଡିଏସ୍‌ ଦୌଡ଼ରେ ନରାଓ୍ବଣେ, ମନୋଜ ନୂଆ ସେନାଧ୍ୟକ୍ଷ ହେବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ, ୧୪।୪ : ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଆକସ୍ମିକ ମୃତ୍ୟୁପରେ ସିଡିଏସ୍‌ ପଦବୀ ଖାଲି ପଡିଛି। ଚଳିତ...

Advertisement
Archives

Model This Week