ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ ଅମଳ ହୋଇଥିଲେ ମଧ୍ୟ ସରକାର ଆଜି ଯାଏ ମଣ୍ଡି ଖୋଲିନାହାନ୍ତି। ଫଳରେ ଚାଷୀ ତାଙ୍କ ଅମଳ ଧାନ ବିକ୍ରିକରି ନ ପାରି ଖୋଲା ଆକାଶ ତଳେ ପକାଇ ରଖିଛନ୍ତି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇରେ ଥିବା କୃଷି ସମବାୟ ଏକ ପ୍ରକାର ସ୍ଥାଣୁ ପାଲଟିଥିବା ବେଳେ ସମ୍ପାଦକଙ୍କ ମନମୁଖି କାର୍ଯ୍ୟକଳାପ ପାଇଁ ବହୁ ଚାଷୀ ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇ ଧାରକରଜ କରି ଚାଷ କରିଥିଲେ। ଧାର ଅର୍ଥ ଶୁଝିବାକୁ ଅମଳ ଧାନ ବାହାର ବେପାରୀଙ୍କୁ ବହୁ କମ୍‌ ମୂଲ୍ୟରେ ମପେଇ ଦେଉଛନ୍ତି। ଯାହାକୁ ନେଇ ସରକାରଙ୍କ କୃଷିନୀତି ଉପରେ ପ୍ରଶ୍ନ ଉଠି କୃଷକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ତେବେ ତୁରନ୍ତ ମଣ୍ଡି ଖୋଲିବା ନେଇ କୃଷକ ସଙ୍ଗଠନ ପକ୍ଷରୁ ଦାବି କରାଯାଉଛି।
ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦାଶରଥି ସାହୁ, ଦୋଳଗୋବିନ୍ଦ ସାହୁ, ଅକ୍ରୂର ପଲାଇ, ଶିଶିର ଓଝା, କୃଷକ ନେତା ବିଜୟ ଦାସ, ପ୍ରକାଶ ମହାନ୍ତି ପ୍ରମୁଖ କହିଛନ୍ତି, ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ଜରିଆରେ ଚାଷୀମାନେ ଧାନ ସୁବିଧାରେ ବିକ୍ରି କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା କରାଯାଇଛି। ଏ ନେଇ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୬ ଟି ପାକ୍ସ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ କାରଣରୁ ପଟ୍ଟାମୁଣ୍ଡାଇ ସମିତି ବନ୍ଦ ରହିଛି। ଅନ୍ୟ ପାକ୍ସରେ ଗଫଲତି, ଋଣ ଅଣଦାୟ ଇତ୍ୟାଦି ଚରମ ଅବହେଳାରେ ପଡିଛି। ଚଳିତବର୍ଷ ଧାନଚାଷ ଆରମ୍ଭରୁ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁଣି ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇ ପାରି ନ ଥିବା ଅଭିଯୋଗ ହୋଇଥିଲା। ତେଣୁ ଚାଷୀ ଧାରକରଜ କରି ଚାଷ କରିଥିଲେ। ଚାଷପାଇଁ ହେଉ କି ନିଜର ଆବଶ୍ୟକତାକୁ ପୂରଣ କରିବାକୁ ଓ ଧାର କରଜ ଶୁଝିବା ଚିନ୍ତାରେ ଚାଷୀ ବାଧ୍ୟ ହୋଇ କମ୍‌ ଦରରେ ଧାନ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ବହୁ ସମବାୟ ସମିତି ସମ୍ପାଦକଙ୍କ ଅବହେଳାରୁ ବହୁ ଚାଷୀଙ୍କ ନାମ ତାଲିକାରେ ପଞ୍ଜୀକରଣ କରାଯାଇନାହିଁ। ଏ ନେଇ ଅନେକ ସମୟରେ ଚାଷୀଙ୍କ ପକ୍ଷରୁ ଆନ୍ଦୋଳନ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସମାଧାନ କରାଯାଇନାହିଁ। ଏପରି କି ନକଲି ପଟ୍ଟା ଜରିଆରେ କୃଷି ଋଣ ଆବଣ୍ଟନ, ଧାନ ଟୋକନ ପ୍ରଦାନରେ ବି ପ୍ରିୟାପ୍ରୀତି ତୋଷଣ କରିଥିବା ସଂକ୍ରାନ୍ତରେ ପୂର୍ବରୁ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ତେବେ ସମ୍ପାଦକମାନେ ରାଜନୈତିକ ସମ୍ପର୍କ ବ୍ୟବହାରକରି ଚତୁରତାର ସହ ଦୁର୍ନୀତି କରିଚାଲିଛନ୍ତି। ଏଠାରେ ଥିବା ସମବାୟଗୁଡିକରେ ଦୁର୍ନୀତି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଅପରପକ୍ଷେ ଏଯାଏ ଚଳିତ ଖରିଫ ବର୍ଷର ମଣ୍ଡି ଖୋଲିଲା ନାହିଁ। ତେବେ କେଉଁ କାରଣରୁ ଧାନମଣ୍ଡି ଖୋଲାଯାଇ ପାରିନାହିଁ ସେ ନେଇ କେହି ମୁହଁ ଖୋଲୁନାହାନ୍ତି। ଚାଷୀ ଅମଳ କରିଥିବା ଧାନ ଖଳା ଏବଂ ରାସ୍ତାକଡ଼ରେ ପଡ଼ିରହିଛି। ମାତ୍ର ବାହାର ବ୍ୟବସାୟୀ ସକ୍ରିୟ ହୋଇ ଚାଷୀମାନଙ୍କଠାରୁ ବହୁ କମ୍‌ ମୂଲ୍ୟରେ ଧାନ କିଣିବା ଆରମ୍ଭ କରିଛନ୍ତି। ଫଳରେ ମଣ୍ଡି ଉପରେ ଭରସା ନ କରି ଚାଷୀମାନେ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ ଦରରେ ବେପାରୀଙ୍କୁ ଧାନ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଟୋକନ ବ୍ୟବସ୍ଥାରୁ ଆସ୍ଥା ତୁଟିଗଲାଣି ବୋଲି ବହୁ ଚାଷୀ କହିଛନ୍ତି। ଜିଲା ଓ ବ୍ଲକ୍‌ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ସହ ବ୍ଲକ୍‌ରେ ତୁରନ୍ତ ମଣ୍ଡି ଖୋଲିବାକୁ ପଦକ୍ଷେପ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?