ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ମାରିଲେ ମାଓବାଦୀ

ଫୁଲବାଣୀ ଅଫିସ/କୋଟଗଡ, ୧୮ା୧୨: ବିଗତ ଦିନରେ ପୋଲିସ ମାଓବାଦୀଙ୍କୁ ମାରିବା ଏବଂ ଦୁଇ ଜଣ ଆତ୍ମସମର୍ପିତ ମାଓବାଦୀଙ୍କୁ ବିବାହ ବନ୍ଧନରେ ବାନ୍ଧିବା ଘଟଣାକୁ ସହଜରେ ନେଇ ପାରି ନାହାନ୍ତି ମାଓବାଦୀ । ରବିବାର ସ୍ପଷ୍ଟ ଦିବା ଲୋକରେ ଜଣେ ଠିକାଦାର/ବଢ଼େଇଙ୍କୁ ସର୍ବ ସମ୍ମୁଖରେ ସେମାନେ ହତ୍ୟା କରି ପୋଲିସକୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି । ମୃତ ଠିକାଦାର/ବଢ଼େଇ ହେଲେ କଳାହାଣ୍ଡି ଜିଲା ଆଣ୍ଡ୍ରିଂ ଗ୍ରାମର ରମେଶ ନାୟକ। ଏଥିସହ ଆଉ ୫ ଜଣଙ୍କୁ ପୋଲିସ ଇନଫର୍ମର ଲାଗି ହତ୍ୟା କରିବାକୁ ଘଟଣାସ୍ଥଳରେ ପୋଷ୍ଟର ମାରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ଏ ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଂଚି ନାହିଁ ।

ମିଳିଥିବା ସୁଚନା ଅନୁସାରେ କୋଟଗଡ ବ୍ଲକ ଦୁର୍ଗାପାଂଗା ପଂଚାୟତ ବଣ୍ଡାପିପିଲି ଗ୍ରାମରେ ରବିବାର ଜନଜାତି ସାପ୍ତାହିକୀ ହାଟ ବସିଥିଲା । ପ୍ରାୟ ମଧ୍ୟାହ୍ନ ସାଢ଼େ ୧୨ଟାରେ ଦୁଇ ବନ୍ଧୁକ ଧାରୀ ସେଠାରେ ଆସି ପହଂଚି ରମେଶଙ୍କୁ ଖୋଜିଥିଲେ । ରମେଶଙ୍କ ଘର ହାଟ ଯେଉଥିବା ଜାଗା ସମ୍ମୁଖରେ । ମାଓବାଦୀଙ୍କୁ ଦେଖି ରମେଶ ଦୌଡି ପଳାଉଥିଲେ ।

ଏହି ସମୟରେ ସେମାନେ ପିଛା କରି ମାତ୍ର ୩୦ ମିଟର ଦୂରରେ ରମେଶଙ୍କୁ ଗୁଳି କରି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ସ୍ଥାନରେ ଆଉ ୫ ଜଣ କ୍ୱାର୍କ ବିଭୂତି ମଣ୍ଡଳ, ଚୌକିଦାର ଟିକି, କପିଳ, ପଙ୍କଜ ମୁଣ୍ଡା, ଯୁଗେନ୍ଦ୍ର ମୁଣ୍ଡା ପୋଲିସ ଇନଫର୍ମର ସାଜିଥିବାରୁ ସେମାନଙ୍କୁ ହତ୍ୟା କରାଯିବ । କାରଣ ସେମାନେ ସାଧାରଣ କୁଟିଆ ଆଦିବାସୀଙ୍କୁ କିଛି ଟଂକା, ମୋବାଇଲ ଲୋଭ ଦେଖାଇ ପୋଲିସକୁ ଖବର ଦେଉଛନ୍ତି । ଏମାନଙ୍କୁ ରମେଶ ଭଳି ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବାଂଶଧାରା ଡିଭିଜନ ପୋଷ୍ଟର ତଳେ ଉଲ୍ଲେଖ ରହିଛି । ଅପରପକ୍ଷେ ରମେଶଙ୍କ ଦୁଇ ଜଣ ସ୍ତ୍ରୀ ଅଛନ୍ତି । ପ୍ରଥମ ସ୍ତ୍ରୀଙ୍କର ଦୁଇଟି ପୁଅ ଥିବା ବେଳେ ଦ୍ୱିତୀୟ ସ୍ତ୍ରୀଙ୍କ ଗୋଟିଏ ପୁଅ ରହିଛନ୍ତି । ରମେଶ ଗତ ୧୦ ବର୍ଷ ହେବ କଳାହାଣ୍ଡିରୁ ଏଠାକୁ ଆସି ଠିକାଦାରୀ କରିବା ସହ ବଢ଼େଇ କାମ କରୁଥିଲେ । ସୁଚନାଯୋଗ୍ୟ, ମାଓବାଦୀମାନେ ଗତ କିଛି ଦିନ ହେବ କନ୍ଧମାଳ ଜିଲାର ପରିବେଶକୁ ଅଶାନ୍ତ କରି ରଖିଛନ୍ତି । ସେମାନେ ପ୍ରତିଶୋଧ ପରାୟଣ ହୋଇ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଉଛନ୍ତି । ଗତ ଫେବୃୟାରୀ ୧୫ରେ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଭଣ୍ଡରଙ୍ଗି ପଂଚାୟତ ଗୁମି ଗ୍ରାମରେ ପୋଲିସ ଇନର୍ଫମର ସନ୍ଦେହରେ କପିଳ ମାଝି(୩୨)ଙ୍କୁ ହତ୍ୟା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…

କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…

ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା: ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚମତ୍କାର ସଫଳତା

ଛତ୍ରପୁର, ୧।୯ (ଦିଲ୍ଲୀପ ସାମଲ): ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ…

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri