ମୃତ୍ୟୁକୁ ନିମନ୍ତ୍ରଣ କରୁଛି ଖୋଲା ବୋର୍‌ଓ୍ବେଲ

ଚନ୍ଦାହାଣ୍ଡି, ୨୦।୬(ଡି.ଏନ୍‌.ଏ.) ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଲୋକେ ବୋରଓ୍ବେଲ ଖୋଳି ଖୋଲା ଛାଡ଼ି ଦେଉଛନ୍ତି। ଏହା ମୃତ୍ୟୁକୁ ନିମନ୍ତ୍ରଣ ଭଳି ଲୋକେ କହୁଛନ୍ତି। ଗତ ସପ୍ତାହରେ ଛତିଶଗଡ଼ ଚମ୍ପା ଅଞ୍ଚଳରେ ଖୋଲା ବୋରଓ୍ବେଲରେ ଖସିପଡ଼ି ୧୦ବର୍ଷର ଦିବ୍ୟାଙ୍ଗ ରାହୁଲ ୫ଦିନ ଜୀବନ ସହ ସଂଗ୍ରାମ କରିଥିଲେ। ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଏହା ସତ୍ତ୍ୱେ ମଧ୍ୟ ଚନ୍ଦାହାଣ୍ଡି ବ୍ଲକ ମହରା ପଞ୍ଚାୟତ ଅଧୀନ ପୁଜାରୀଗୁଡା ରାସ୍ତା ପାଶର୍‌ବରେ ଏକ ବୋରଓ୍ବେଲ ପ୍ରଶାସନ ଖୋଳି ଖୋଲା ଛାଡି ଦେଇଛି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହଶହ ଶିଶୁ ସ୍କୁଲ ଯାଇଥାନ୍ତି। କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ବ୍ଲକର ବିଭିନ୍ନ ଗ୍ରାମର ଶତାଧିକ ବୋରୱେଲ ସେହିଭଳି ଖୋଲାମେଲାରେ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?