୩ ଦିନରେ ୧୭ ଚିହ୍ନଟ, ୨ ମୃତ

କୋରାପୁଟ,୨୦।୬(ସ୍ବ.ପ୍ର.): କୋରାପୁଟ ଜିଲାରେ ଏବେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି। ବହୁ ସଂଖ୍ୟାରେ ଆକ୍ରାନ୍ତ ଡାକ୍ତରଖାନାରେ ଭିଡ଼ ଲଗାଉଛନ୍ତି। ଲକ୍ଷ୍ମୀପୁର ବ୍ଲକରେ ଏହି ସଂଖ୍ୟା ସର୍ବାଧିକ ଥିବା ଜଣାପଡ଼ିଛି। ଇତିମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ କୋରାପୁଟ ମେଡିକାଲ କଲେଜରେ ପରୀକ୍ଷା ହୋଇଥିଲା। ରିପୋର୍ଟରୁ ଉଭୟଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା। ମାତ୍ର ଡେଙ୍ଗୁରେ ସେମାନଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଏହାକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ସୁଦ୍ଧା ତାହା ଯଥେଷ୍ଟ ହୋଇନାହିଁ।
ଖବରରୁ ଜଣାପଡିଛି, କିଛି ଦିନ ତଳେ କେତେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଫଳରେ ସେମାନେ ରହୁଥିବା ସାହିର ସାହିବାସିନ୍ଦା ଉଭୟ ଯୁବତୀଯୁବକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରିଥିଲେ। ତେବେ ଖବର ପାଇ ଜିଲାସ୍ତରୀୟ ଏକ ଡାକ୍ତରୀ ଟିମ୍‌ ସହ ଭ୍ରାମ୍ୟମାଣ ଟିମ୍‌ ସାହିଗୁଡ଼ିକର ପ୍ରତି ଘର ବୁଲି ପିଇବା ପାଣି ଓ ରକ୍ତ ନମୁନା ସଂଗ୍ରହ କରି ନେଇଥିଲେ। ଏହା ଏକ ଭୂତାଣୁ ଜନିତ ଜ୍ୱର, ଭୟଭୀତ ନ ହେବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହା ସତ୍ତ୍ୱେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଲକ୍ଷ୍ମୀପୁରରେ ଗତ ତିନିଦିନ ମଧ୍ୟରେ ୧୭ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କେତେକ ବାହାରକୁ ଯାଇ ଚିକିତ୍ସିତ ହୋଇ ଫେରି ଆସୁଥିବା ବେଳେ ଅର୍ଥାଭାବରୁ ଅନେକ ଲକ୍ଷ୍ମୀପୁର ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ଅନ୍ୟପକ୍ଷରେ ବର୍ଷା ହେଲେ ଲକ୍ଷ୍ମୀପୁର ଅବସ୍ଥା ଶୋଚନୀୟ ହୋଇପଡୁଛି। ନୂଆ ବସଷ୍ଟାଣ୍ଡଠାରୁ ଆରମ୍ଭକରି ପୁରୁଣା ବସ୍‌ଷ୍ଟାଣ୍ଡ, ଶିବ ମନ୍ଦିର ରାସ୍ତା, ଆଦିବାସୀ ସାହି, ୩ଟି ହରିଜନ ସାହି, ଉପର ଦୋରାସାହି ଓ ତଳ ଦୋରାସାହି, ପୋଷ୍ଟ ଅଫିସ ରାସ୍ତା ଆବର୍ଜନାରେ ଭର୍ତ୍ତି ହୋଇଯାଉଛି। ନାଳଗୁଡ଼ିକ ଜାମ୍‌ ହୋଇ ରହୁଛି। ଏହା ଡେଙ୍ଗୁ ରୋଗ ବଢ଼ିବାରେ ସହାୟକ ହେଉଛି। ପଞ୍ଚାୟତ ପକ୍ଷରୁ ରାସ୍ତା ଓ ନାଳ ସଫେଇ କରାଯିବା କଥା। ମାତ୍ର ପଞ୍ଚାୟତ ଏହା କରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ଲକ୍ଷ୍ମୀପୁର ଡାକ୍ତରଖାନାର ଡାକ୍ତର ଏସ. ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, ରବିବାର ସୁଦ୍ଧା ଲକ୍ଷ୍ମୀପୁର ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରୁ ୧୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ଥିତି ଉପରେ ବିଭାଗ ପକ୍ଷରୁ ନଜର
ଏନେଇ ସିଡିଏମ୍‌ଓ ଅରୁଣ କୁମାର ପାଢୀଙ୍କୁ ପଚାରିବାରୁ ସେ କହିଲେ ଯେଉଁ ୨ଜଣ ଡେଙ୍ଗୁରେ ମୃତ୍ୟବରଣ କରିଥିବା କୁହାଯାଉଛି, ସେମାନଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇନାହିଁ। ଏଥିରେ ମୋଟ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି। କୋରାପୁଟରୁ ବିଡିଓଙ୍କ ତତ୍ୱାବଧାନରେ ୨ଟି ଡାକ୍ତରୀଦଳ ଲକ୍ଷ୍ମୀପୁର ଯାଇଛନ୍ତି। ସେଠାରେ ରାସ୍ତା ଓ ଡ୍ରେନରେ ଜମା ହୋଇଥିବା ଅଳିଆ ଆବର୍ଜନା ସଫା କରାଯାଇ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ଶିକ୍ଷକଙ୍କ ଦୁଇମାସର ଦରମା ଅଟକିଥିଲା, ଦାବି ଜଣାଇବାକୁ ପହଞ୍ଚିବା ବେଳେ ଆକାଉଣ୍ଟରେ ଚଢ଼ିଲା ଟଙ୍କା! ଉଠିଲା ପ୍ରଶ୍ନ

ପଟ୍ଟାଙ୍ଗି,୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କାର୍ଯ୍ୟାଳୟ ସମୁଖରେ ରହିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକ୍ସ୍ କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?