ପ୍ରାର୍ଥୀଙ୍କ ଭାବମୂର୍ତ୍ତି ହିଁ ଭାଗ୍ୟ ନିର୍ଦ୍ଧାରଣ କରିବ

ଡାବୁଗାଁ,୭ା୨(ଡି.ଏନ୍‌.ଏ.)-  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଦୁଇଟି ଜିଲା ପରିଷଦ ଜୋନ୍‌ ରହିଛି। ଜୋନ-୨ ଅଣସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିିତା ହେବାକୁ ଯାଉଛି। ବିଜେଡିର ଗୁପ୍ତ ବିଶୋୟୀ, ଭାଜପାର ଗୋବିନ୍ଦ ଗୋପାଳ ଅଗ୍ରୱାଲ, କଂଗ୍ରେସର ଧର୍ମାନନ୍ଦ ନାୟକ ଓ ସ୍ବାଧୀନ ପ୍ରାର୍ଥୀ ତାରାପ୍ରସାଦ ପାଣିଗ୍ରାହୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଅଞ୍ଚଳା, ଚଚରାଗୁଡ଼ା, ଡାବୁଗାଁ ଓ ମେଦନା ପଞ୍ଚାୟତର ୨୦,୩୧୩ ଭୋଟର ମତଦାନ କରିବେ। କରୋନା କଟକଣା ମଧ୍ୟରେ ପ୍ରାର୍ଥୀମାନେ ୫ଜଣଙ୍କୁ ସାଙ୍ଗରେ ନେଇ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ବିଜେଡିର ଗୁପ୍ତ ବିଶୋୟୀ ଜଣେ ସକ୍ରିୟ ଯୁବନେତା ହେବା ସହ ଲୋକଙ୍କ ସହ ସବୁବେଳେ ଯୋଡ଼ିହୋଇ ରହିଛନ୍ତି। ସେହିପରି ଭାଜପାର ଗୋବିନ୍ଦ ଗୋପାଳ ଅଗ୍ରୱାଲ ଜଣେ ବ୍ୟବସାୟୀ ହୋଇଥିବାବେଳେ ପ୍ରଥମଥର ପାଇଁ ରାଜନୀତିରେ ପାଦ ଦେଇଛନ୍ତି। କଂଗ୍ରେସର ଧର୍ମାନନ୍ଦ ନାୟକ ରାଜନୀତିରେ ସକ୍ରିୟ ରହି ୧୯୯୭ରୁ ୨୦୦୭ ପର୍ଯ୍ୟନ୍ତ ଚଚରାଗୁଡ଼ା ପଞ୍ଚାୟତର ସରପଞ୍ଚ, ୨୦୦୭ରୁ ୨୦୧୨ ସମିତିସଭ୍ୟ ଓ ୨୦୧୭ରୁ ଏ ପର୍ଯ୍ୟନ୍ତ ସରପଞ୍ଚ ପଦରେ ରହି ଲୋକଙ୍କ ସହ ସୁସମ୍ପର୍କରେ ରହିଛନ୍ତି। ତାଙ୍କ ବାପା ମଧ୍ୟ ପଞ୍ଚାୟତ ଆରମ୍ଭରୁ ୭ ଥର ସରପଞ୍ଚ ନିର୍ବାଚିତ ହୋଇ କାର୍ଯ୍ୟ କରିଛନ୍ତି। ତେଣୁ ଧର୍ମାନନ୍ଦଙ୍କ ପଲା ମଧ୍ୟ ଭାରି ରହିଛି। ତେବେ ୩ ଦଳର ପ୍ରଚାର ଓ ପ୍ରସାରକୁ ଅନୁଧ୍ୟାନ କଲେ ଲଢ଼େଇ ଜୋରଦାର ହେବ ବୋଲି ସ୍ପଷ୍ଟ ହେଉଛି। ଅନ୍ୟପକ୍ଷରେ ୩ ପ୍ରାର୍ଥୀଙ୍କ ଲଢ଼େଇରୁ ଲାଭ ଉଠାଇବା ନିମନ୍ତେ ସ୍ବାଧୀନ ପ୍ରାର୍ଥୀ ତାରାପ୍ରସାଦ ପାଣିଗ୍ରାହୀ ନିଜ ସମର୍ଥକଙ୍କୁ ନେଇ ପ୍ରଚାର କରିବା ସହ ବହୁମତ ପାଇବା ଆଶା ରଖିଛନ୍ତି। ବିଜେଡି ରାଜ୍ୟ ସରକାରଙ୍କ ଜନହିତକର ଯୋଜନାକୁ ମୁଖ୍ୟ ବିଷୟ କରି ପ୍ରଚାର କରୁଥିବାବେଳେ ବିଜେଡି ଶାସନ ମଧ୍ୟରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗ କରିଛି ଭାଜପା। ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟର ଅପାରଗତା ଓ ବିଫଳତାକୁ ନେଇ ଲୋକଙ୍କ ନିକଟକୁ ଯାଉଛି କଂଗ୍ରେସ। ସ୍ଥାନୀୟ ନିଯୁକ୍ତି, ଚାଷୀଙ୍କୁୁ ସାର ଯୋଗାଣରେ ବିଫଳତା, ମଣ୍ଡିରେ ଧାନ କଟନୀ ଛଟନୀ, ଉଠା ଜଳସେଚନ ନାଁରେ ଚାଷୀଙ୍କୁ ଠକିବା, ନାରୀ ନିର୍ଯାତନା, ପାଇଖାନା ଦୁର୍ନୀତି ଆଦିକୁ ବିରୋଧୀ ଦଳ ମୁଖ୍ୟ ପ୍ରସଙ୍ଗ କରିଛନ୍ତି। ତେବେ ଏଥର ନିର୍ବାଚନରେ ଜିଲା ପରିଷଦ ଆସନ ପାଇଁ ଦଳ ସହ ବ୍ୟକ୍ତିଗତ ଭାବମୂର୍ତ୍ତିକୁ ମଧ୍ୟ ଭୋଟର ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ୪ ପ୍ରାର୍ଥୀଙ୍କ ମଧ୍ୟରୁ ଭୋଟରଙ୍କ ମନ କିଏ ଜିଣିବେ ତାହା ଫଳାଫଳ ହିଁ ସ୍ପଷ୍ଟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ହାଇ ଭୋଲ୍‌ଟେଜରୁ ପୋଡ଼ିଗଲା ଟିଭି, କୁଲର

ତେନ୍ତୁଳିଖୁଣ୍ଟି, ୧୭।୬(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ପଞ୍ଚାୟତରେ ହଠାତ୍‌ ୪୪୦ ହାଇ ଭୋଲ୍‌ଟେଜ ଆସିଯିବାରୁ ଲୋକଙ୍କ ଟିଭି, କୁଲର, ଫ୍ରିଜ୍‌, ଘରର...

ସରକାରୀ କର୍ମଚାରୀଙ୍କ ଘରୁ ମିଳିଲା ୭ କୁଇଣ୍ଟାଲ ଗଞ୍ଜେଇ

ଉମରକୋଟ,୨୮।୨: ଉମରକୋଟ ପୋଲିସ ଗଞ୍ଜେଇ ରଖିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚାନ୍ଦିୟାବେଡା ଗ୍ରାମର ରବି ନାରାୟଣ ସମରଥ ତାଙ୍କ ଭାଇ...

ତଦନ୍ତ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ

ନବରଙ୍ଗପୁର,୨୯।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାନୁଷ୍ଠାନ ମାନଙ୍କରେ ଅନେକ ସମସ୍ୟା ଲାଗିରହିଛି। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ...

ଆନ୍ଧ୍ରରୁ ଆସିବ ରଥଟଣା ଦଉଡ଼ି

ନବରଙ୍ଗପୁର,୧୦।୬ (ବି.ପ୍ର.): ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ୨୦୨୩ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲାପାଳ ଡ଼ଃ କମଳ...

କଡ଼ା ସୁରକ୍ଷାରେ ଭୋଟ ଦେଲେ ମତଦାତା

ବଲାଙ୍ଗୀର ଅଫିସ, ୧୮।୨: ବଲାଙ୍ଗୀର ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଲୋଇସିଂହା ନିର୍ବାଚନ ମଣ୍ଡଳୀ ତଥା ଆଗଲପୁର, ଲୋଇସିଂହା ଓ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୧୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନା କରିବା ନିମନ୍ତେ ଅନେକ ଯାନବାହନର ଆବଶ୍ୟକ ରହିଛି। ଯାନବାହନ ଅଧିଗ୍ରହଣ...

ଝାଡା ବାନ୍ତିରେ ୨ ଆକ୍ରାନ୍ତ

ପାପଡାହାଣ୍ଡି,୩୧।୧(ଡି.ଏନ୍‌.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ କାଳିଆଗୁଡା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି । ଏଥିରେ ଗ୍ରାମର ଗୋଟିଏ ପରିବାରର ୨ ଜଣ ଆକ୍ରାନ୍ତ...

ଭୋଟ ନ ଦେଲେ ଘର ଉଚ୍ଛେଦ ଧମକ

ପାରଳାଖେମୁଣ୍ଡି,୪ା୨(ଡି.ଏନ୍‌.ଏ.): କାଶୀନଗର ବ୍ଲକ ହାଡୁଭଙ୍ଗୀ ଗ୍ରାମରେ ଶାସକ ଦଳ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ଗାଁ ଲୋକେ ସରକାରୀ ଜମି...

Advertisement
Archives

Model This Week