ପ୍ରାର୍ଥୀଙ୍କ ଭାବମୂର୍ତ୍ତି ହିଁ ଭାଗ୍ୟ ନିର୍ଦ୍ଧାରଣ କରିବ

ଡାବୁଗାଁ,୭ା୨(ଡି.ଏନ୍‌.ଏ.)-  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଦୁଇଟି ଜିଲା ପରିଷଦ ଜୋନ୍‌ ରହିଛି। ଜୋନ-୨ ଅଣସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିିତା ହେବାକୁ ଯାଉଛି। ବିଜେଡିର ଗୁପ୍ତ ବିଶୋୟୀ, ଭାଜପାର ଗୋବିନ୍ଦ ଗୋପାଳ ଅଗ୍ରୱାଲ, କଂଗ୍ରେସର ଧର୍ମାନନ୍ଦ ନାୟକ ଓ ସ୍ବାଧୀନ ପ୍ରାର୍ଥୀ ତାରାପ୍ରସାଦ ପାଣିଗ୍ରାହୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଅଞ୍ଚଳା, ଚଚରାଗୁଡ଼ା, ଡାବୁଗାଁ ଓ ମେଦନା ପଞ୍ଚାୟତର ୨୦,୩୧୩ ଭୋଟର ମତଦାନ କରିବେ। କରୋନା କଟକଣା ମଧ୍ୟରେ ପ୍ରାର୍ଥୀମାନେ ୫ଜଣଙ୍କୁ ସାଙ୍ଗରେ ନେଇ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ବିଜେଡିର ଗୁପ୍ତ ବିଶୋୟୀ ଜଣେ ସକ୍ରିୟ ଯୁବନେତା ହେବା ସହ ଲୋକଙ୍କ ସହ ସବୁବେଳେ ଯୋଡ଼ିହୋଇ ରହିଛନ୍ତି। ସେହିପରି ଭାଜପାର ଗୋବିନ୍ଦ ଗୋପାଳ ଅଗ୍ରୱାଲ ଜଣେ ବ୍ୟବସାୟୀ ହୋଇଥିବାବେଳେ ପ୍ରଥମଥର ପାଇଁ ରାଜନୀତିରେ ପାଦ ଦେଇଛନ୍ତି। କଂଗ୍ରେସର ଧର୍ମାନନ୍ଦ ନାୟକ ରାଜନୀତିରେ ସକ୍ରିୟ ରହି ୧୯୯୭ରୁ ୨୦୦୭ ପର୍ଯ୍ୟନ୍ତ ଚଚରାଗୁଡ଼ା ପଞ୍ଚାୟତର ସରପଞ୍ଚ, ୨୦୦୭ରୁ ୨୦୧୨ ସମିତିସଭ୍ୟ ଓ ୨୦୧୭ରୁ ଏ ପର୍ଯ୍ୟନ୍ତ ସରପଞ୍ଚ ପଦରେ ରହି ଲୋକଙ୍କ ସହ ସୁସମ୍ପର୍କରେ ରହିଛନ୍ତି। ତାଙ୍କ ବାପା ମଧ୍ୟ ପଞ୍ଚାୟତ ଆରମ୍ଭରୁ ୭ ଥର ସରପଞ୍ଚ ନିର୍ବାଚିତ ହୋଇ କାର୍ଯ୍ୟ କରିଛନ୍ତି। ତେଣୁ ଧର୍ମାନନ୍ଦଙ୍କ ପଲା ମଧ୍ୟ ଭାରି ରହିଛି। ତେବେ ୩ ଦଳର ପ୍ରଚାର ଓ ପ୍ରସାରକୁ ଅନୁଧ୍ୟାନ କଲେ ଲଢ଼େଇ ଜୋରଦାର ହେବ ବୋଲି ସ୍ପଷ୍ଟ ହେଉଛି। ଅନ୍ୟପକ୍ଷରେ ୩ ପ୍ରାର୍ଥୀଙ୍କ ଲଢ଼େଇରୁ ଲାଭ ଉଠାଇବା ନିମନ୍ତେ ସ୍ବାଧୀନ ପ୍ରାର୍ଥୀ ତାରାପ୍ରସାଦ ପାଣିଗ୍ରାହୀ ନିଜ ସମର୍ଥକଙ୍କୁ ନେଇ ପ୍ରଚାର କରିବା ସହ ବହୁମତ ପାଇବା ଆଶା ରଖିଛନ୍ତି। ବିଜେଡି ରାଜ୍ୟ ସରକାରଙ୍କ ଜନହିତକର ଯୋଜନାକୁ ମୁଖ୍ୟ ବିଷୟ କରି ପ୍ରଚାର କରୁଥିବାବେଳେ ବିଜେଡି ଶାସନ ମଧ୍ୟରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗ କରିଛି ଭାଜପା। ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟର ଅପାରଗତା ଓ ବିଫଳତାକୁ ନେଇ ଲୋକଙ୍କ ନିକଟକୁ ଯାଉଛି କଂଗ୍ରେସ। ସ୍ଥାନୀୟ ନିଯୁକ୍ତି, ଚାଷୀଙ୍କୁୁ ସାର ଯୋଗାଣରେ ବିଫଳତା, ମଣ୍ଡିରେ ଧାନ କଟନୀ ଛଟନୀ, ଉଠା ଜଳସେଚନ ନାଁରେ ଚାଷୀଙ୍କୁ ଠକିବା, ନାରୀ ନିର୍ଯାତନା, ପାଇଖାନା ଦୁର୍ନୀତି ଆଦିକୁ ବିରୋଧୀ ଦଳ ମୁଖ୍ୟ ପ୍ରସଙ୍ଗ କରିଛନ୍ତି। ତେବେ ଏଥର ନିର୍ବାଚନରେ ଜିଲା ପରିଷଦ ଆସନ ପାଇଁ ଦଳ ସହ ବ୍ୟକ୍ତିଗତ ଭାବମୂର୍ତ୍ତିକୁ ମଧ୍ୟ ଭୋଟର ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ୪ ପ୍ରାର୍ଥୀଙ୍କ ମଧ୍ୟରୁ ଭୋଟରଙ୍କ ମନ କିଏ ଜିଣିବେ ତାହା ଫଳାଫଳ ହିଁ ସ୍ପଷ୍ଟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?