ଏଥର କେବଳ ସେବାୟତ ଟାଣିବେ ରଥ

ପୁରୀ ଅଫିସ,୪।୭: ଚଳିତବର୍ଷ ରଥଯାତ୍ରାରେ କେବଳ ସେବାୟତମାନେ ରଥ ଟାଣିବେ। ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ କର୍ମଚାରୀମାନେ ରଥଟଣାରେ ନିୟୋଜିତ ହେବେ ନାହିଁ। ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ବ୍ୟକ୍ତିମାନଙ୍କର କୋଭିଡ୍‌ ଟେଷ୍ଟ କରାଯିବ। ଏଥିପାଇଁ ପାଖାପାଖି ୬ ହଜାର ଲିଟର ସାନିଟାଇଜର ବଣ୍ଟନ ହେବ। ମାସ୍କ ଓ ଗାମୁଛାର ମଧ୍ୟ ବ୍ୟବସ୍ଥା ହେଉଛି। ରଥଯାତ୍ରା ପାଇଁ ଛତିଶା ନିଯୋଗର ଚୂଡ଼ାନ୍ତ ଭର୍ଚୁଆଲ୍‌ ବୈଠକ ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷ୍ଣନ୍‌ କୁମାର। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୮ତାରିଖରେ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସ୍ଥିତି ସମୀକ୍ଷା କରିବେ ବୋଲି ଅତିରିକ୍ତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଜିତେନ୍ଦ୍ର କୁମାର ଜେନା କହିଛନ୍ତି।
ବୈଠକରେ କୁହାଯାଇଛି ଯେ, ଖରାର ପ୍ରକୋପ ବଢୁଥିବା ହେତୁ ରଥଯାତ୍ରାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ବସିବା ପାଇଁ ସିଂହଦ୍ୱାର ପଛପାର୍ଶ୍ୱରେ ଓ ଗୁଣ୍ଡିଚା ମନ୍ଦିର ପାଖରେ ଅସ୍ଥାୟୀ ବିଶ୍ରାମ ଗୃହ ରହିବ। ପାଖାପାଖି ୫ଶହରୁ ଊର୍ଦ୍ଧ୍ୱ ଲୋକ ବସିବା ଭଳି ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ୨ଟି ଲେଖାଏ ଛୋଟ ବିଶ୍ରାମସ୍ଥଳୀ ପ୍ରସ୍ତୁତ ହେବ। ଜରୁରିକାଳୀନ ପରିସ୍ଥିତି ପାଇଁ ଡାକ୍ତରୀ ସୁବିଧା, ପ୍ରାଥମିକ ସ୍ବାସ୍ଥ୍ୟ ସୁବିଧା, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ରଥ ପହଞ୍ଚିବା ପରେ ସେବାୟତମାନଙ୍କୁ ଘରେ ଛାଡ଼ିବା ପାଇଁ ୧୫ଟି ବଡ଼ ଗାଡ଼ି ଓ ୧୦ଟି ଛୋଟ ଗାଡ଼ିର ବ୍ୟବସ୍ଥା କରାଯିବ। ବଡ଼ଦାଣ୍ଡରେ ଭକ୍ତମାନଙ୍କ ପ୍ରବେଶ ନିଷେଧ ରହିଛି। ପୁରୀ ସହରବାସୀଙ୍କୁ ସହଯୋଗ ପାଇଁ ଅପିଲ କରାଯାଉଛି। ସେବାୟତମାନେ ସାଙ୍ଗରେ ମୋବାଇଲ କ୍ୟାମେରା ନେଇ ଯାଇପାରିବେ ନାହିଁ। ଫଟୋ ଉଠା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ବିନା କ୍ୟାମେରା ଥିବା ଫୋନ୍‌କୁ ନେଇ ବିଚାରବିମର୍ଶ ଚାଲିଛି। ସର୍ବନିମ୍ନ ସେବାୟତ ରଥ ଉପରେ ବସିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ବିଗ୍ରହ ସାମ୍ନାରେ ସେବାୟତମାନେ ନ ବସିବା ପାଇଁ ସେବାୟତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଘରେ ରହି ଦର୍ଶନ କରୁଥିବା ଶ୍ରଦ୍ଧାଳୁମାନଙ୍କର କୌଣସି ଅସୁବିଧା ହେବ ନାହିଁ। ତେବେ କେତେ ସଂଖ୍ୟକ ସେବାୟତ ରଥଯାତ୍ରାରେ ନିୟୋଜିତ ହେବେ ସେନେଇ ସଂଖ୍ୟା କେତେ ହେବ ତାହା କହିହେବ ନାହିଁ, ମାତ୍ର ସର୍ବନିମ୍ନ ସଂଖ୍ୟାରେ କୋଭିଡ୍‌ କଟକଣା ମଧ୍ୟରେ  ରଥଯାତ୍ରା ପରିଚାଳନା ହେବ।
ଅନ୍ୟପକ୍ଷରେ ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି, ପୂର୍ବ ବର୍ଷ ଯେଉଁଭଳି ଭାବେ ରଥଯାତ୍ରା ପରିଚାଳନା ହୋଇଥିଲା ଚଳିତବର୍ଷ ମଧ୍ୟ ସମାନ ଭାବେ କାର୍ଯ୍ୟକାରୀ ହେବ। କର୍ଫ୍ୟୁ ସମୟରେ କେବଳ ଜରୁରିକାଳୀନ ସେବା ଚାଲୁ ରହିବ। ସେହିଭଳି ଯେଉଁ ଗଣମାଧ୍ୟମ ପ୍ରତିନିଧିମାନେ ରଥଯାତ୍ରାରେ ଉପସ୍ଥିତ ରହିବେ, ସମସ୍ତଙ୍କର କୋଭିଡ୍‌ ଆର୍‌ଟି-ପିସିଆର୍‌ ଟେଷ୍ଟ ହେବ। ଅନ୍ୟପଟେ ରାଜ୍ୟ ବାହାରୁ ଆସିବାକୁ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ନିଜ ସାଙ୍ଗରେ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ ଆଣିବା ବାଧ୍ୟତାମୂଳକ। ଏ ନେଇ ସେବାୟତ ଗୌରହରି ଦାସ କହିଛନ୍ତି, ରଥଯାତ୍ରା ପରିଚାଳନା ପାଇଁ ସେବାୟତମାନେ ସବୁ ପ୍ରକାର ସହଯୋଗ କରିବେ। ରଥ ଉପରେ କେତେ ସେବାୟତ ରହିବେ ତାହା ନିଷ୍ପତ୍ତି ହୋଇନାହିଁ ମାତ୍ର ସର୍ବନିମ୍ନ ସେବାୟତଙ୍କୁ ବିଚାରକୁ ନିଆଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?