Posted inଜାତୀୟ

‘କେବଳ ମୋଦିଙ୍କ ମିଛ କାରଖାନା ରହିବ’

କୋଲକାତା,୨୪ା୩: କେନ୍ଦ୍ର ସରକାର ସରକାରୀ ସଂସ୍ଥାଗୁଡ଼ିକୁ ବିକି ଦେଉଛନ୍ତି। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମିଛ କାରଖାନା’ ରହିବ ବୋଲି ମଙ୍ଗଳବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି। ପୁରୁଲିଆ ଜିଲାର ପାରା, କାଶୀପୁର ଓ ରଘୁନାଥପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଭାଜପା ପଶ୍ଚିମବଙ୍ଗର ଲୋକଙ୍କ ପାଇଁ କ’ଣ ସବୁ କରିବ ସେନେଇ ବିଜ୍ଞାପନରେ ବଡ଼ ବଡ଼ ଦାବି କରୁଛି। କିନ୍ତୁ ଏହି ଦଳ ପୂର୍ବରୁ ଆସାମ ଓ ତ୍ରିପୁରା ବିଧାନସଭା ନିର୍ବାଚନ ବେଳେ ଏହାର ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଓହରିଯାଇଛି। ଉତ୍ତର-ପୂର୍ବର ଏହି ଦୁଇ ରାଜ୍ୟରେ ଭାଜପା ସରକାର ହଜାର ହଜାର ସରକାରୀ କର୍ମଚାରୀଙ୍କ ନିଯୁକ୍ତି ଛଡ଼ାଇନେଇଛନ୍ତି। କେନ୍ଦ୍ର ସରକାର ଜାତୀୟକରଣ ହୋଇଥିବା ସମସ୍ତ ଟେଲିକମ୍‌ ସଂସ୍ଥା ଓ ବ୍ୟାଙ୍କକୁ ବିକ୍ରି କରିବା ପାଇଁ ଯୋଜନା ଚଳାଇଛନ୍ତି। ସରକାରୀ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ, ଅନ୍ୟ ସରକାରୀ କମ୍ପାନୀ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ସଂସ୍ଥାକୁ ମଧ୍ୟ ବିକିବା ପାଇଁ ଯୋଜନା କରୁଛନ୍ତି। ଫଳରେ ହଜାର ହଜାର କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର…

ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ନାମାଙ୍କନ ପ୍ରତ୍ୟାହାର କଲେ ମମତାଙ୍କ ପ୍ରାର୍ଥୀ: ଦିଦି କଲେ ବଡ଼ ଘୋଷଣା, କହିଲେ ଏବେ ମୁଁ…

କୋଲକାତା,୧୮।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ବଡ଼ ରାଜନୈତିକ ମୋଡ଼ ଆସିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ (ଦେ) ନନ୍ଦୀଗ୍ରାମ ଆସନରୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?