କେବଳ ବାହାନା

ସରକାରଙ୍କ ବିଭିନ୍ନ ବିଷୟରେ ବ୍ୟସ୍ତ ରହି ଗତ କିଛି ସପ୍ତାହ ହେଲା ମୁଁ ଖବର ଜାଣିବାକୁ ସୁଯୋଗ ପାଇପାରି ନ ଥିଲି। ସେଥିପାଇଁ ସମସ୍ତ ମାନବ ଅଧିକାର ସୁରକ୍ଷା ଏବଂ ସେଗୁଡ଼ିକୁ ପ୍ରୋତ୍ସାହିତ କରିବାରେ ଭାରତ ପ୍ରତିବଦ୍ଧତା ଦୋହରାଇଥିବା ଖବର ଜାଣିବା ପରେ ମୁଁ ଆଶ୍ଚର୍ଯ୍ୟ,ଏପରିକି ସ୍ତବ୍ଧ ହୋଇଗଲି। ସୁରକ୍ଷା, ପ୍ରୋତ୍ସାହନ ତଥା ପ୍ରତିବଦ୍ଧତା ଭଳି ଶବ୍ଦ ଜୁଲାଇ ୧୫ରେ ଅନୁଷ୍ଠିତ ଦଶମ ଭାରତ – ୟୁରୋପୀୟ ସଂଘ ମାନବ ଅଧିକାର ବୈଠକର ମିଳିତ ପ୍ରେସ୍‌ ରିଲିଜରେ ଉଲ୍ଲେଖ ରହିଥିଲା। ଏହି ଡକ୍ୟୁମେଣ୍ଟ ଅତ୍ୟନ୍ତ କୌତୂହଳପ୍ରଦ। ଏଥିରେ ରହିଛି ୯ଟି ପଏଣ୍ଟ। ପ୍ରଥମଟି ହେଉଛି ଭାରତ ଓ ୟୁରୋପୀୟ ସଂଘ (ଇୟୁ) ନିଜକୁ ସମସ୍ତ ମାନବ ଅଧିକାରର ସର୍ବବ୍ୟାପକତା, ଅବିଭାଜ୍ୟତା, ଆନ୍ତଃ ନିର୍ଭରଶୀଳତା ଏବଂ ପାରସ୍ପରିକ ସମ୍ବନ୍ଧ ଉପରେ ଗୁରୁତ୍ୱ ଦେଉଥିବା ଏକ ମୁକ୍ତ ଓ ଗଣତାନ୍ତ୍ରିକ ସମାଜ ବୋଲି ସୂଚିତ କରିଛନ୍ତି। ମୂଳ କଥା ହେଉଛି ନାଗରିକ ଓ ରାଜନୈତିକ ଅଧିକାର, ସଂଖ୍ୟାଲଘୁ ଲୋକଙ୍କ ଅଧିକାର; ସମ୍ଭାବ୍ୟ ବିପଦରେ ଥିବା ବର୍ଗର ଧର୍ମ କିମ୍ବା ବିଶ୍ୱାସ ସମ୍ପର୍କିତ ଅଧିକାର, ବାକ୍‌ ସ୍ବାଧୀନତା ଏବଂ ଅନ୍‌ଲାଇନ ଓ ଅଫ୍‌ଲାଇନ ମତ ଉପରେ ଭାରତ ଏବଂ ଇୟୁ ସେମାନଙ୍କର ଦୃଷ୍ଟିକୋଣ ଓ ବିଚାର ବିନିମୟ କରିଛନ୍ତିି। ଏହାବାଦ୍‌ ଉଲ୍ଲେଖନୀୟ ବିଷୟ ହେଉଛି, ଭାରତ ସରକାର କହିଛନ୍ତି ଯେ, ମାନବ ଅଧିକାରଗୁଡ଼ିକର ରକ୍ଷକ ଓ ସାମ୍ବାଦିକମାନଙ୍କ ସ୍ବତନ୍ତ୍ରତା, ସଂଗଠନର ସ୍ବାଧୀନତା ପ୍ରତି ସମ୍ମାନ ଓ ଶାନ୍ତିପୂର୍ଣ୍ଣ ସମାବେଶ ସ୍ବାଧୀନତା ସହ ସିଭିଲ ସୋସାଇଟି କର୍ମକର୍ତ୍ତାଙ୍କ ସ୍ବତନ୍ତ୍ରତା, ସ୍ବାଧୀନତା ଏବଂ ବିବିଧତା ସୁରକ୍ଷାର ଗୁରୁତ୍ୱକୁ ନେଇ ଉଭୟ ସହମତ। ଏହା ବ୍ୟତୀତ ଅନ୍ତର୍ଜାତୀୟ ସ୍ବୀକୃତ ମାନବ ଅଧିକାର ଆଇନ ଓ ମାନକ ଆଧାରରେ ମାନବ ଅଧିକାର ପ୍ରସଙ୍ଗଗୁଡ଼ିକରେ ଅଧିକ ଜଡ଼ିତ ରହିବା ଲାଗି ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଭାରତ ପ୍ରକାଶ କରିଛି। କିନ୍ତୁ ମାନବ ଅଧିକାର, ଜାତୀୟ ମାନବ ଅଧିକାର ସଂସ୍ଥା, ସିଭିଲ୍‌ ସୋସାଇଟି ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ଉଭୟେ ଜାତୀୟ ଅନ୍ତର୍ଜାତୀୟ ମାନବ ଅଧିକାର ପ୍ରକ୍ରିୟାଗୁଡ଼ିକୁ ମଜଭୁତ କରିବାର ଗୁରୁତ୍ୱକୁ ସ୍ବୀକୃତି ଦେଇଛନ୍ତି।
ଡକ୍ୟୁମେଣ୍ଟର ଆଗକୁ ଆଗକୁ ଗଲେ ଭାରତ ମାନବ ଅଧିକାର ସମ୍ପର୍କିତ କାର୍ଯ୍ୟରୁ ଦୂରେଇ ଯାଇ କେବଳ ପ୍ରବଚନ ଦେଉଥିବା ଜାଣିବାକୁ ମିଳେ। ପ୍ରଶ୍ନ ହେଉଛି ଭାରତ ଏଭଳି କାହିଁକି କରୁଛି। ଭାରତ ସରକାର କେବଳ ଏହାକୁ ଅଣଦେଖା କରିନାହାନ୍ତି, ବରଂ ଭୀମା କୋରେଗାଁଓ ଘଟଣାରେ ୧୬ ଜଣ ମାନବ ଅଧିକାର ରକ୍ଷକ, ମହମ୍ମଦ ଜୁବେରଙ୍କ ଭଳି ସାମ୍ବାଦିକ ଏବଂ ସାମାଜିକ କର୍ମୀ ତୀସ୍ତା ସିତଲଭାଦଙ୍କୁ ସମ୍ପୂର୍ଣ୍ଣ ଘୃଣା ଓ ଅବମାନନା କରିଛନ୍ତି। ବାସ୍ତବରେ ସେମାନଙ୍କୁ ଏବଂ ସେମାନଙ୍କ କାର୍ଯ୍ୟକୁ ଭଲ ପାଏ ବୋଲି କାହିଁକି ବାହାନା କରୁଛି? ଏହାର କାରଣ ପୂରା ସ୍ପଷ୍ଟ। ପ୍ରଥମେ ଭାରତ ନିଜ ନାଗରିକମାନଙ୍କ ଉପରେ ଶକ୍ତି ପ୍ରୟୋଗ କରୁଥିବା ଏକ ବହୁସଂଖ୍ୟାବାଦ, ଏକଚ୍ଛତ୍ରବାଦ ଦେଶ ବୋଲି ବାହାରେ ପରିଚୟ ଦେବାକୁ ଚାହଁୁନାହିଁ। ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଭାରତର କୂଟନୀତିଜ୍ଞ ଥିବାବେଳେ ସେମାନେ ମଧ୍ୟ ବାହାନା କରୁଛନ୍ତି ଯେ ଭାରତ ହେଉଛି ନେହେରୁବାଦୀ ଓ ଧର୍ମନିରପେକ୍ଷ। ସେମାନେ ବି ହିନ୍ଦୁତ୍ୱ ଶବ୍ଦ ବ୍ୟବହାର କରୁନାହାନ୍ତି। ଭାରତରେ ବିଶେଷକରି ସଂଖ୍ୟାଲଘୁଙ୍କ ବିରୋଧରେ ଭାଜପା ଏବଂ ତା’ ନେତାମାନେ ଯେଉଁ ହିନ୍ଦୁତ୍ୱ ଶବ୍ଦ ବ୍ୟବହାର କରୁଛନ୍ତି ତାହା ଆମ ବାହ୍ୟ କାର୍ଯ୍ୟକଳାପରେ ପ୍ରକାଶ ପାଉନାହିଁ। ପାଶ୍ଚାତ୍ୟ ଦେଶଗୁଡ଼ିକ ବିଗତ ଶତାବ୍ଦୀରେ ମାନବ ଅଧିକାର ପ୍ରସଙ୍ଗ, ସ୍ବାଧୀନ ମତ ଏବଂ ସଂଖ୍ୟାଲଘୁଙ୍କ ଅଧିକାର ଉପରେ ସହମତି ପ୍ରକାଶ କରିଥିଲେ। ହେଲେ ଭାରତ ସରକାର ଏସବୁକୁ ବିରୋଧ କରନ୍ତି, କିନ୍ତୁ ବାହାରେ ସେ ସବୁ ଉପରେ ସହମତି ପ୍ରକାଶ କରିପାରନ୍ତି ନାହିଁ। କାରଣ, ଆମର ଆମତ୍ବିଶ୍ୱାସ ନାହିଁ କି ଶକ୍ତିି ନାହିଁ। ସେଥିପାଇଁ ଆମେ ମିଛ କହୁଛୁ। ବାହାନା କରିବାର ଦ୍ୱିତୀୟ କାରଣ ହେଉଛି ପ୍ରଭାବୀ ବାହ୍ୟ ପ୍ରଭାବ। ଯଦି ଆମେ ଚାପରେ ନ ଥାଆନ୍ତେ, ତେବେ ଆମେ ଇୟୁକୁ ଦୂରେଇ ଯିବା ଲାଗି କହିଥାନ୍ତେ। ଏକ ବର୍ଷ ତଳେ ଇୟୁ ଅଧିକାରୀମାନେ ମାନବ ଅଧିକାର କର୍ମୀ ତଥା ଫାଦର ଷ୍ଟାନ୍‌ ସ୍ବାମୀଙ୍କୁ ସନ୍ତ୍ରାସବାଦର ମିଥ୍ୟ ଅଭିଯୋଗରେ ଗିରଫ କରାଯିବାର ୯ ମାସ ପରେ ଜେଲରେ ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ। ମାନବ ଅଧିକାର ରକ୍ଷକମାନଙ୍କୁ ଜେଲରେ ରଖିବା ଅକ୍ଷମଣୀୟ ବୋଲି ପ୍ରକାଶ କରିଥିଲେ। ଇୟୁ ଲଗାତର ଏହି ମାମଲା ଉଠାଇ ଆସୁଥିବା ବି କହିଥିଲେ ୟୁରୋପୀୟ ସଂଘର ସ୍ବତନ୍ତ୍ର ପ୍ରତିନିଧି ଏମୋନ୍‌ ଗିଲ୍‌ମୋର। ମାନବ ଅଧିକାର ରକ୍ଷକଙ୍କୁ ଏବଂ ସେମାନଙ୍କ କାର୍ଯ୍ୟ କରିବାର ଅଧିକାରକୁ ସମ୍ମାନ କରୁ ବୋଲି ଯେତେବେଳେ ଆମେ କହୁଛୁ ସେତେବେଳେ ଏହି ବ୍ୟକ୍ତିମାନଙ୍କ ସହ ଆମେ ଏକମତ ହେଉଛୁ। ଆମ ପାଖରେ କୌଣସି ବିକଳ୍ପ ନ ଥିବାରୁ ଆମେ ଏଭଳି କରୁଛୁ।
ସଚ୍ଚୋଟ, ଶକ୍ତିଶାଳୀ ଏବଂ ବାସ୍ତବରେ ଏକ ସାର୍ବଭୌମ ସରକାରଙ୍କୁ ତାଙ୍କ କାର୍ଯ୍ୟ ସମ୍ପର୍କରେ ମିଛ କହିବା ବା ବାହାନା କରିବା ଦରକାର ନାହିଁ। ଚାଇନା ଇୟୁ ସହ ମାନବ ଅଧିକାର ସମ୍ପର୍କିତ ଆଲୋଚନା କରେ ନାହିଁ। ଯେଉର୍ଁମାନେ ଭାବୁଛନ୍ତି ଯେ, ଭାରତ ଉପରେ କୌଣସି ବାହ୍ୟ ପ୍ରଭାବ ନାହିଁ, ସେମାନେ ଏହା ବୁଝିବା ଦରକାର। ମାନବ ଅଧିକାର ଏମିତି ଏକ ବିଷୟ ଯାହାକୁ ଇୟୁ ଗମ୍ଭୀରତାର ସହ ନିଏ, କାରଣ ଏହାର ନାଗରିକମାନେ ମଧ୍ୟ ଏହାକୁ ସେହିଭଳି ନେଇଥାନ୍ତି। ଭାରତୀୟ ନେତାମାନେ ଦେଶରେ ଏହା ଉପରେ ଗମ୍ଭୀରତା ପ୍ରକାଶ ନ କରି ବାସ୍ତବତାକୁ କିଭଳି ପରିଚାଳନା କରାଯିବ ସେଥିପାଇଁ ଚେଷ୍ଟା କରୁଛନ୍ତି। ଏହାର ଏକ ସଙ୍କେତ ହେଲା ଉକ୍ତ ମାନବ ଅଧିକାର ବୈଠକର ଇୟୁର ଆମ୍ବାସାଡାରମାନେ ପ୍ରତିନିଧିତ୍ୱ କରିଥିଲାବେଳେ ଭାରତ ପକ୍ଷରୁ ପାଶ୍ଚାତ୍ୟ ୟୁରୋପ ପାଇଁ ନିଯୁକ୍ତ ଯୁଗ୍ମ ସଚିବ ସ୍ତରର କୂଟନୀତିଜ୍ଞମାନେ ପ୍ରତିନିଧିତ୍ୱ କରିଥିଲେ। ଆଉ ଏକ ସଙ୍କେତ ହେଉଛି, ଏହି ବୈଠକ ସମ୍ପର୍କରେ ପ୍ରାୟ କୌଣସି ଖବର ନ ଥିଲା। ବୈଦେଶିକ ମନ୍ତ୍ରଣାଳୟ ଏହି ସ୍ତରୀୟ କାର୍ଯ୍ୟକଳାପର ଯେମିତି ଟୁଇଟ୍‌ କରେ ସେଭଳି କରି ନ ଥିଲା। ଏହା ହିଁ ହେଉଛି ଆମ ସରକାରଙ୍କ ଆଚରଣ ଯାହା ନିଜ ନାଗରିକମାନଙ୍କୁ ବିଷଦାନ୍ତ ଦେଖାଉଥିବାବେଳେ ବିଶ୍ୱକୁ ଏକ ଉଦାର ମୁଖା ଦେଖାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?