କେବଳ ଅନ୍ଧକାର

ନିକଟରେ ଆମେରିକାର ଜର୍ଜିଆରେ ଭାରତରୁ ଯାଇଥିବା ବିବେକ ସାଇନଙ୍କୁ ସେଠାକାର ଜଣେ ଗୃହହୀନ ବ୍ୟକ୍ତି ହାତୁଡ଼ିରେ ବାରମ୍ବାର ଆଘାତକରି ହତ୍ୟା କରିଥିଲେ। ତଥାପି ଆମେରିକାକୁ ଯିବା ପାଇଁ ଛାତ୍ରୀଛାତ୍ରଙ୍କ ଭିଡ଼ ଅବ୍ୟାହତ ରହିଛି। ପ୍ରାୟ ପ୍ରତିବର୍ଷ ଆମେରିକା କିମ୍ବା କାନାଡା ଯାଉଥିବା ଛାତ୍ର ଏଭଳି ହତ୍ୟା କିମ୍ବା ଜାତିଗତ ବାଛବିଚାରର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ବହୁ ଛାତ୍ର ମଧ୍ୟ ଆହତ ହେବା ଖବର ଜାଣିବାକୁ ମିଳେ। କେବଳ ଏହି ଦୁଇ ଦେଶ ନୁହେଁ, ଭାରତୀୟ ଛାତ୍ରୀଛାତ୍ରମାନେ ଅଷ୍ଟ୍ରେଲିଆ, ଇଂଲଣ୍ଡ , ଆୟର୍ଲାଣ୍ଡ ଏବଂ ନ୍ୟୁଜିଲାଣ୍ଡ ଆଦି ଦେଶକୁ ବହୁଳ ସଂଖ୍ୟାରେ ଯାଉଛନ୍ତି। ଚାଇନା ପରେ ବାହାର ଦେଶକୁ ଭାରତରୁ ଅଧିକ ପଢ଼ିବାକୁ ଯାଉଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୨୦୧୬ ତୁଳନାରେ ଏହା ୨୦ ପ୍ରତିଶତ ବୃଦ୍ଧି ପାଇଛି। ପାଖାପାଖି ୧୩ ଲକ୍ଷ ଛାତ୍ରୀଛାତ୍ର ଭାରତ ବାହାରେ ବିଭିନ୍ନ ଦେଶରେ ପଢୁଛନ୍ତି ଏବଂ ସବୁଠୁ ଅଧିକ ଅଛନ୍ତି ଆମେରିକାରେ। ଚିନ୍ତାର କାରଣ ହେଉଛି, ସେହି ସବୁ ଦେଶରେ ଭାରତୀୟ ଛାତ୍ରୀଛାତ୍ରମାନେ ବହୁ ସମୟରେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏପରିକି ବାହାର ଦେଶରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡିସେମ୍ବର ୨୦୨୩ରେ ରାଜ୍ୟ ସଭାରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୫ ବର୍ଷ ମଧ୍ୟରେ ଭାରତ ବାହାରେ ପଢୁଥିବା ୪୦୦ରୁ ଊଦ୍ଧ୍ୱର୍ର୍ ଛାତ୍ରୀଛାତ୍ରଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ମୃତ୍ୟୁ ଘଟଣାରେ ସବୁଠୁ ଆଗରେ ଅଛି କାନାଡା।
ପିଲାମାନେ ବିଦେଶ ଯାଇ ପଢ଼ିବା ପଛରେ କାରଣ ରହିଛି। ଧନୀ ଘରର ପିଲା ବେଶି ଯାଉଛନ୍ତି ଏବଂ ସେମାନଙ୍କ ପରିବାର ଏହା ସପକ୍ଷରେ ବି ଯୁକ୍ତି ବାଢ଼ନ୍ତି। ଏହାବାଦ୍‌ ଅନେକ ଉଚ୍ଚ ମଧ୍ୟବିତ୍ତ ପରିବାରର ପିିଲାମାନେ ଶିକ୍ଷା ଋଣ କରି ମଧ୍ୟ ବାହାରକୁ ପଢ଼ିବାକୁ ଯାଉଛନ୍ତି। ନିକଟ ଅତୀତର ତଥ୍ୟକୁ ଦେଖିଲେ ଏହି ସଂଖ୍ୟା ବୃଦ୍ଧି ପାଇବା ପଛରେ ରାଜନୈତିକ ଓ ସାମାଜିକ କାରଣ ମଧ୍ୟ ରହିଛି। ଅନେକ ଉଚ୍ଚ ଶିକ୍ଷିତ ଏବଂ ସ୍ବଚ୍ଛଳ ପରିବାରଗୁଡ଼ିକ ମଧ୍ୟରେ ଚିନ୍ତା ପଶିଲାଣି ଯେ, ଭାରତରେ ପିଲାଙ୍କର ଭବିଷ୍ୟତ ଅନ୍ଧକାରମୟ ହୋଇଯାଉଛି। ଯୁବପିଢ଼ି ସାଧାରଣତଃ ନୂତନ ଚିନ୍ତାଧାରା ପୋଷଣ କରୁଥିବାରୁ ସେମାନଙ୍କ ପାଇଁ ପୁରାତନ ଅନ୍ଧବିଶ୍ୱାସ ଆକର୍ଷଣୀୟ ହେଉନାହିଁ। ରାଜନୀତିରେ ଧର୍ମର ପ୍ରବେଶ ଅଧିକାଂଶ ସଚେତନ ଅଭିଭାବକଙ୍କୁ ବିଚଳିତ କରୁଥିବାର ବିଷୟ ଜଣାପଡ଼ୁଛି। କୌତୂହଳର କଥା ହେଲା, ଏହି ଧର୍ମ ଓ ରାଜନୀତିକୁ ମିଶାଇ ଲାଭ ଉଠାଉଥିବା ବ୍ୟବସାୟିକ ଓ ରାଜନୈତିକ ପରିବାରର ଯୁବପିଢ଼ି ଏବେ ବିଦେଶ ଚାଲିଗଲେଣି। ଭାରତୀୟ ସମାଜରେ ଗଢ଼ିଉଠୁଥିବା ଧାର୍ମିକ ଏବଂ ତା’ ପାଇଁ ଅର୍ଥନୈତିକ ବିଭେଦ ଉଚ୍ଚଶିକ୍ଷିତ ପରିବାରବର୍ଗଙ୍କୁ ବ୍ୟଥିତ କରୁଛି। ସେମାନଙ୍କର ସ୍ପଷ୍ଟ ବିଶ୍ୱାସ ସୃଷ୍ଟି ହେଲାଣି ଯେ, ନିଜ ଜୀବନରେ ଗଢ଼ିତୋଳିଥିବା ଧନକୁ ବ୍ୟବହାରକରି ପିଲାଙ୍କୁ ବିଦେଶ ପଠାଇପାରିଲେ ଭବିଷ୍ୟତର ପିଢ଼ି ସୁସ୍ଥ ମାନସିକତାର ପରିବେଶରେ ବଢ଼ିପାରିବ। ସେଥିନେଇ ଏବେ ଯୁବପିଢ଼ି ପାଇଁ ଏକ ଦ୍ୱିତୀୟ ‘ ଭାରତ ଛାଡ଼’ ଆନ୍ଦୋଳନ ଆରମ୍ଭ ହେଲା ଭଳି ମନେହେଉଛି। ଏହି ପିଲାମାନେ ସାଧାରଣତଃ ଉଚ୍ଚକୋଟିର ପରିବାରରୁ ଆସିଥିବାରୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅଧିକ ଥିବା ସହିତ ସେମାନେ ଚାକିରି ଖୋଜିବା ପରିବର୍ତ୍ତେ ଉଦ୍ୟୋଗୀ, ବ୍ୟବସାୟୀ, ଗବେଷକ, ଶିକ୍ଷକ ଏବଂ ବୈଜ୍ଞାନିକ ହେଉଛନ୍ତି। ପୂର୍ବରୁ ମଧ୍ୟ ଭାରତର ଉଚ୍ଚଶିକ୍ଷିତ ପରିବାରରୁ ଦକ୍ଷ ପିଲା ବାହାରୁଥିଲେ। ପ୍ରଭେଦ କେବଳ ଏତିକି ଯେ, ଆଗରୁ ସେମାନେ ଭାରତରେ ରହୁଥିଲେ। ଏବେ ସେହିଭଳି ପିଲାମାନଙ୍କୁ ତାଙ୍କର ପରିବାର ବିଦେଶ ପଠାଇଦେବା ପାଇଁ ପସନ୍ଦ କରୁଛନ୍ତି। ଏହାକୁ ‘ବ୍ରେନ ଡ୍ରେନ’ବା ପଳାତକ ବୁଦ୍ଧି କୁହାଯାଇପାରେ। ଅନ୍ୟପଟେ ଆମର ଗଣମାଧ୍ୟମରେ ଯଦି କୌଣସି ଅଟୋରିକ୍ସା ଚାଳକଙ୍କ ପିଲା ଭାରତୀୟ ପ୍ରଶାସନିକ ସେବା ( ଆଇଏଏସ୍‌) କିମ୍ବା ଭାରତୀୟ ପୋଲିିସ ସେବା( ଆଇପିଏସ୍‌) ପାଇଯାଉଛି, ତେବେ ତାହାକୁ ଏକ ବିରାଟକାୟ ସଫଳତା ଭାବେ ଦର୍ଶାଯାଉଛି। ଦେଖିବାକୁ ଗଲେ ଏହି ପିଲାମାନେ ସରକାରୀ ଚାକିରି କରି ଦେଶର ପ୍ରଶାସନିକ ମଙ୍ଗ ଧରିପାରନ୍ତି, କିନ୍ତୁ ସେମାନଙ୍କ ଦ୍ୱାରା କ୍ୱଚିତ ଅର୍ଥନୈତିକ, ସାମାଜିକ ବା ଗବେଷଣାମତ୍କ ବିକାଶ ହୋଇଥାଏ। ଭାରତୀୟ ବାତାବରଣରେ ଏକ ଯୁବ ଉଦ୍ୟୋଗୀ ତିଷ୍ଠିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ। ଯେତେ ପଢ଼ିଥିଲେ ମଧ୍ୟ ସରକାରୀ ପେଞ୍ଚ ବୁଝିପାରୁ ନ ଥିବା ଯୁବପିଢ଼ି କୌଣସି ନୂତନତ୍ୱ ଦେଖାଇବାରେ ଅସଫଳ ହେଉଛନ୍ତି। ଏହା ପୂର୍ବରୁ ଥିଲା ଏବଂ ଏବେ, ପରିବର୍ତ୍ତିତ ରାଜନୈତିକ ଏବଂ ସାମାଜିକ ପରିସ୍ଥିତିରେ, ତାହା ବୃଦ୍ଧି ପାଇଛି। ଯେତେ ସମାଲୋଚନା କଲେ ମଧ୍ୟ ଆମ ସମସ୍ତଙ୍କୁ ସ୍ବୀକାର କରିବାକୁ ହେବ ଯେ, ଯୋଗ୍ୟ ଯୁବପିଢ଼ି ପାଇଁ ଆଜିର ଭାରତରେ କେବଳ ଅନ୍ଧକାର ଆଗକୁ ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri