Posted inଖେଳ

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି ରାଜସ୍ଥାନ ଦଳ ୨୦ ଓଭରରେ ୭ଟି ଉିକେଟ ହରାଇ ୨୦୦ ରନ ସ୍କୋର କରିପାରିଥିଲା। ଚଳିତ ସିଜନରେ ଏହା ସନରାଇଜର୍ସର ଷଷ୍ଠ ବିଜୟ ଥିଲା ଏବଂ ଦଳ ୬ଟି ବିଜୟ ଏବଂ ଚାରିଟି ପରାଜୟ ସହିତ ୧୦ଟି ମ୍ୟାଚରୁ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିଲା। ଏଥି ସହିତ ରାଜସ୍ଥାନ ଦଳର ୧୬ ପଏଣ୍ଟ ରହିଛି। ରାଜସ୍ଥାନ ୧୦ଟି ମ୍ୟାଚ ମଧ୍ୟରୁ ୮ଟି ଜିତିଛି। ପ୍ରକାଶ ଥାଉକି, ଏକ ସମୟରେ ମ୍ୟାଚ ସଂପୂର୍ଣ୍ଣ ଭାବେ ରାଜସ୍ଥାନ ସପକ୍ଷରେ ହୋଇଥିଲା, କିନ୍ତୁ ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇନଥିବା ଦୁଇ ଅଭିଜ୍ଞ ବୋଲର, ସେମାନଙ୍କ ଅଭିଜ୍ଞତାର ପୂର୍ଣ୍ଣ ସୁଯୋଗ ନେଇ ରାଜସ୍ଥାନରୁ ବିଜୟ ହାସଲ କରିଥିଲେ।
ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିଥିଲା। ରାଜସ୍ଥାନ ଚମତ୍କାର ବୋଲିଂ କରି ହାଇଦ୍ରାବାଦକୁ ପାଓ୍ବାର ପ୍ଲେରେ ୩୭/୨ରେ ସୀମିତ ରଖିଥିଲା। ୩୫ରନରେ ଦ୍ୱିତୀୟ ଉଇକେଟର ପତନ ଘଟିବା ପରେ ନୀତୀଶ ରେଡ୍ଡୀ(୭୬*) ଓ ଟ୍ରାଭିସ୍‌ ହେଡ୍‌(୫୮) ତୃତୀୟ ଉଇକେଟରେ ୯୬ ରନ୍‌ ଯୋଡିଥିଲେ। ହେଡ୍‌ ୪୪ ବଲ୍‌ ଖେଳି ୬ ଚୌକା ଓ ୩ ଛକା ମାରିଥିଲେ। ନୀତୀଶ ୪୨ ବଲ୍‌ ଖେଳି ୩ ଚୌକା ଓ ୮ ଛକା ମାରିଥିଲେ। ହେଡ୍‌ ଆଉଟ ହେବା ପରେ ହେନରିଚ୍‌ କ୍ଲାସେନ୍‌(୪୨*)ଙ୍କ ସହ ମିଶି ଚତୁର୍ଥ ଉଇକେଟରେ ୭୦ ରନ୍‌ ଯୋଡିଥିଲେ ନୀତୀଶ। ରାଜସ୍ଥାନ ପକ୍ଷରୁ ଆଭେଶ୍‌ ଖାନ୍‌ ୨ ଓ ସନ୍ଦୀପ ଶର୍ମା ୧ ଉଇକେଟ ନେଇଥିଲେ। ୨୦୨ ରନ୍‌ର ପିଛା କରି ରାଜସ୍ଥାନ ପ୍ରଥମ ଓଭରରେ ୨ ଉଇକେଟ ହରାଇଥିଲା। ତେବେ ରିୟାନ ପରାଗ(୭୭) ଓ ଯଶସ୍ବୀ ଜୟସ୍ବାଲ(୬୭) ତୃତୀୟ ଉଇକେଟରେ ୧୩୪ ରନ୍‌ ଯୋଡିଥିଲେ। ଉଭୟ ଖେଳାଳି ଆଉଟ ହେବା ପରେ ରାଜସ୍ଥାନ ଇନିଂସ ଦିଗହରା ହୋଇ ଯାଇଥିଲା।
ଶେଷ ତିନି ଓଭରରେ ୨୭ ରନ ଆବଶ୍ୟକ ଥିଲା, ଯାହା ଟି -୨୦ କ୍ରିକେଟରେ ସାଧାରଣ ପରି ମନେ ହେଉଥିଲା। ତେବେ ମ୍ୟାଚ ଏଠାରୁ ମୋଡ ନେଇଥିଲା। ୟର୍କର କିଙ୍ଗ ଭାବରେ ପ୍ରସିଦ୍ଧ ଟି ନାଟାରାଜନ ୧୮ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ। ସେ ଏହି ଓଭରରେ ମାତ୍ର ସାତ ରନ ଦେଇ ହେଟମିୟର (୧୩) କୁ ପାଭିଲିୟନକୁ ପଠାଇଥିଲେ। ଚାରି ଓଭରରେ ୩୫ ରନ ସଂଗ୍ରହ କରି ଦୁଇଟି ଉଇକେଟ ନେଇ ନଟରାଜନ ନିଜର ସ୍ପେଲ୍‌ ଶେଷ କରିଥିଲେ। ୧୮ ଓଭର ପରେ ରାଜସ୍ଥାନର ସ୍କୋର ପାଞ୍ଚ ଉଇକେଟ ହରାଇ ୧୮୨ ରନ ଥିଲା ଏବଂ ଜିତିବା ପାଇଁ ୧୨ ବଲରୁ ୨୦ ରନ ଆବଶ୍ୟକ ଥିଲ। ତା’ପରେ ଧ୍ରୁଭ ଜୁରେଲ ଏବଂ ରୋଭମାନ କ୍ରିଜରେ ଥିଲେ। କ୍ୟାପଟେନ ପ୍ୟାଟ କମିନ୍ସ ନିଜେ ୧୯ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ ଏବଂ ସେ ଓଭରର ପ୍ରଥମ ବଲରେ ଧ୍ରୁଭ ଜୁରେଲ (୧) କୁ ଆଉଟ୍‌ କରିଥିଲେ। କମିନ୍ସ ଏହି ଓଭରରେ ମାତ୍ର ସାତ ରନ ଦେଇଥିଲେ। ୧୦ ଓଭର ପରେ ରାଜସ୍ଥାନର ସ୍କୋର ୬ ଉଇକେଟ ପାଇଁ ୧୮୯ ଥିଲା।
ଜିତିବା ପାଇଁ ରାଜସ୍ଥାନ ଶେଷ ୬ଟି ବଲରେ ୧୩ ରନ ଆବଶ୍ୟକ କରିଥିଲା। କ୍ୟାପଟେନ କମିନ୍ସ ବଲକୁ ଭୁବନେଶ କୁମାରଙ୍କୁ ବଲ୍‌ ଦେଇଥିଲେ, ଯିଏକି ଏକଦା ଭାରତର ଷ୍ଟ୍ରାଇକ ବୋଲର ଥିଲେ। ସେ ପ୍ରଥମ ବଲରେ ଏକ ରନ ନେଇ ପାୱାର୍‌ ହିଟର୍‌ ରୋଭମ୍ୟାନ ଷ୍ଟ୍ରାଇକ ଦେଇଥିଲେ। ଦ୍ୱିତୀୟ ବଲରେ ରୋଭମାନ ଦୁଇ ରନ ନେଇଥିଲେ। ଭୁଭିଙ୍କ ତୃତୀୟ ବଲରେ ରୋଭମାନ ଚୌକା ମାରିଥିଲେ। ଜିତିବା ପାଇଁ ରାଜସ୍ଥାନ ଶେଷ ତିନିଟି ବଲରେ ୬ ରନ ଆବଶ୍ୟକ କରିଥିଲା। ଏହା ପରେ ପାୱେଲ ଚତୁର୍ଥ ବଲରେ ଦୁଇ ରନ ନେଇ ଷ୍ଟ୍ରାଇକ ରଖିଥିଲେ। ପାୱେଲ ପୁଣି ଥରେ ପଞ୍ଚମ ବଲରେ ଦୁଇ ରନ ନେଇଥିଲେ। ଶେଷ ବଲରେ ରୋଭମାନ ଷ୍ଟ୍ରାଇକ କରି ଆରଆର ଜିତିବା ପାଇଁ ଦୁଇଟି ରନ ଆବଶ୍ୟକ ଥିଲେ। ଶେଷ ବଲ ଭୁଭି ପୁଲ୍‌ ଟସ୍‌ ପକାଇଥିେଲେ ମଧ୍ୟ ଏହା ଫାଇଦା ନ ଉଠାଇପାରି ଏଲବିଡବ୍ଲ୍ୟୁ ଆଉଟ୍‌ଥିଲେ ରୋଭମାନ ପାଓ୍ବେଲ। ଏହିପରି ହାଇଦ୍ରାବାଦ ଦଳ ଗୋଟିଏ ରନ୍‌ରେ ଜିତିଥିଲା।
ବିଶେଷ କଥା ହେଉଛି, ଦୁହେଁ ଟି-୨୦ ବିଶ୍ୱକପ ବିଷୟରେ ମଧ୍ୟ ଭାବି ନ ଥିଲେ। ଚଳିତ ସିଜନରେ ଭଲ ବୋଲିଂ କରୁଥିବା ସତ୍ତ୍ୱେ ଚୟନକର୍ତ୍ତାମାନେ ମଧ୍ୟ ନଟରାଜଙ୍କ ପ୍ରତି ଧ୍ୟାନ ଦେଇ ନ ଥିଲେ। ସେ ଡେଥ୍‌ ଓଭରରେ ସନରାଇଜର୍ସ ପାଇଁ ଚମତ୍କାର ପ୍ରଦର୍ଶନ କରୁଛନ୍ତି। କେବଳ ଏତିକି ନୁହେଁ, ବର୍ତ୍ତମାନ ତାଙ୍କ ପାଖରେ ପର୍ପଲ କ୍ୟାପ ମଧ୍ୟ ଅଛି। ସେ ଆଠଟି ମ୍ୟାଚ୍ରେ ୧୫ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri