ବଢୁଛି ଅନ୍‌ଲାଇନ ଜୁଆଖେଳ

ରାଉରକେଲା ଅଫିସ,୨୬।୪:ସ୍ମାର୍ଟସିଟି ରାଉରକେଲାରେ ଅନ୍‌ଲାଇନ ଜୁଆଖେଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତରୁଣରୁ ବୃଦ୍ଧ ଯାଏ ସଭିଏଁ ତିନିଗୁଣା ଟଙ୍କା ଜିତିବା ଲୋଭରେ ମୋବାଇଲ ମାଧ୍ୟମରେ ଏହି ଜୁଆଖେଳ ଖେଳୁଛନ୍ତି। ଏଥିରେ ସାଇବର କ୍ରାଇମ ଜଗତର ବଡ଼ ବଡ଼ ମାଷ୍ଟର ମାଇଣ୍ଡ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ବିଭିନ୍ନ ଅନ୍‌ଲାଇନ ଆପ୍ଲିକେଶନ ମାଧ୍ୟମରେ ୧ଟଙ୍କାରେ ୩ ଗୁଣା ଟଙ୍କା ଜିତିବା ପାଇଁ ପ୍ରଥମେ ପ୍ରଲୋଭିତ କରାଯାଉଛି। ଘରେ ବସି ଟଙ୍କା କମାଇବା ଲୋଭରେ ଲୋକେ ଦୈନିକ କୋଟି କୋଟି ଟଙ୍କା ଅନ୍‌ଲାଇନ ମାଧ୍ୟମରେ ଜୁଆ ଖେଳୁଛନ୍ତି। ଯେଉଁ ଲୋକ ଏହି ଅନ୍‌ଲାଇନ ଆପ୍ଲିକେଶନରେ ଟଙ୍କା ଲଗାଇବାକୁ ଇଚ୍ଛୁକ ହେଉଛନ୍ତି ପ୍ରଥମେ ସେ ଏହି ଆପ୍ଲିକେଶନ ଇନ୍‌ଷ୍ଟଲ କରୁଛନ୍ତି। ପରେ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଆପ୍ଲିକେଶନ ପ୍ରୋଫାଇଲକୁ ଯାଇ ଟଙ୍କା ଜମା କରୁଛନ୍ତି। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ହ୍ବାଟ୍ସଆପ୍‌କୁ ଆସିଥିବା ମେସେଜରେ ବିଗ୍‌ ଏବଂ ସ୍ମଲ୍‌ ପ୍ଲାଟଫର୍ମରେ ପ୍ରଥମେ ୧ଟଙ୍କାରୁ ଖେଳ ଆରମ୍ଭ କରିବାକୁ କୁହାଯାଉଛି। ୧ଟଙ୍କା ହାରିଗଲା ପରେ ୩ଟଙ୍କା, ୩ଟଙ୍କା ହାରିବା ପରେ ୯ଟଙ୍କା, ୯ଟଙ୍କା ପରେ ୨୭ ଟଙ୍କା ଏଭଳି ଭାବେ ଷ୍ଟେପ୍‌ ବାଏ ଷ୍ଟେପ୍‌ ତିନିଗୁଣା ଟଙ୍କା ଲଗାଇବାକୁ କୁହାଯାଉଛି। କିଛି ଲୋକ ୩ଗୁଣା ଟଙ୍କା ମଧ୍ୟ ଜିତୁଛନ୍ତି। ଆଉ କିଛି ଲୋକ ଅଧିକ ଟଙ୍କା ଜିତିବା ଆଶାରେ ହଜାର ହଜାର ଟଙ୍କା ହାରୁଛନ୍ତି। ସବୁ କାରବାର ଅନ୍‌ଲାଇନରେ ଚାଲିଛି। ଏଭଳି ଅନ୍‌ଲାଇନ ଜୁଆଖେଳ କାହାରିକୁ ମଧ୍ୟ ଖବର ହେଉନି। ଏପରିକି ପୋଲିସ ମଧ୍ୟ ଏହା ଜାଣିପାରୁନି।
ଅର୍ଥକୁ ନେଇ କୌଣସି ପ୍ରକାର ଖେଳରେ କୌଣସି ଲୋକଙ୍କ ଆର୍ଥିକହାନି ହେଲେ ନିୟମ ଅନୁସାରେ ଜୁଆ ପାଇଁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ନାଁରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରାବଧାନ ରହିଛି। ମାତ୍ର ରାଉରକେଲାରେ ଦିନକୁ ଦିନ ଅନ୍‌ଲାଇନ ଆପ୍ଲିକେଶନ ମାଧ୍ୟମରେ ଜୁଆ ଖେଳିବା ପାଇଁ ପ୍ରଲୋଭିତ କରାଇ ଲୋକଙ୍କ ଆର୍ଥିକହାନି ଘଟାଉଥିଲେ ମଧ୍ୟ ଏଭଳି ଖେଳର ମାଷ୍ଟର ମାଇଣ୍ଡମାନଙ୍କ ବିରୋଧରେ ଏଯାଏ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ଏହି ଜୁଆଖେଳକୁ ରୋକିବା ପାଇଁ ହେଲେ ସହରରେ ଜନସଚେତନତା ଆବଶ୍ୟକ। ଏଭଳି ଖେଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଓଡ଼ିଶାରେ ଜୁଆଖେଳ ଉପରେ ରହିଥିବା ଆଇନ ବିଷୟରେ ଅବଗତ କରାଇବା ନିହାତି ଆବଶ୍ୟକ ବୋଲି ସହରର ଶିକ୍ଷିତ ବର୍ଗ ମତପ୍ରକାଶ କରିଛନ୍ତି।
ଏ ନେଇ ରାଉରକେଲାର ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର କହିଛନ୍ତି, ଲୋକଙ୍କୁ ଅନ୍‌ଲାଇନ ଜୁଆଖେଳ ପ୍ରତି ପ୍ରୋତ୍ସାହିତ କରିବା ଆଇନତଃ ଅପରାଧ। ରାଉରକେଲା ହେଉଛି ୬ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହର। ସହରରେ ସାଇବର କ୍ରାଇମ ରୋକିବା ପାଇଁ ମାତ୍ର ୪/୫ଜଣ ଅଧିକାରୀ ରହିବା ଏହାର ଏକ ମୂଳକାରଣ। ଏଭଳି ଖେଳକୁ ରୋକିବା ପାଇଁ ତୃଣମୂଳ ସ୍ତରରେ ସରକାର ଓ ପ୍ରଶାସନ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ଏହାକୁ ରୋକା ନ ଗଲେ ସହରରେ ଆପରାଧିକ ଗତିବିଧି ବଢିବା ସହ ଚୋରି, ଲୁଟ୍‌ ଭଳି ଅପରାଧକୁ ରୋକିବା ପ୍ରଶାସନ ପାଇଁ କଷ୍ଟକର ହୋଇପଡିବ ବୋଲି ସେ କହିଥିଲେ। ସେହିପରି ବରିଷ୍ଠ ବୁଦ୍ଧିଜୀବୀ ପ୍ରସନ୍ନ କୁମାର ତ୍ରିପାଠୀ କୁହନ୍ତି, ସହରରେ ଅନ୍‌ଲାଇନ ଜୁଆଖେଳ ପ୍ରଶାସନର ବିଫଳତାକୁ ଦର୍ଶାଉଛି। ଏଭଳି ଆପରାଧିକ ଗତିବିଧିକୁ ରୋକା ନ ଗଲେ ଆଗକୁ ଅନେକ ଲୋକ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ହୋଇ ଅପରାଧ ଘଟାଇ ପାରନ୍ତି। ଏହାର ମୂଳୋପତ୍ାଟନ ପାଇଁ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ତ୍ରିପାଠୀ କହିଛନ୍ତି। ଏ ସମ୍ପର୍କରେ ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ପାରିବାରୁ ତାଙ୍କ ମତାମତ ମିଳିପାରିନାହିଁ।

ବିପ୍ଳବ ରଞ୍ଜନ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri