୧୩୫ ଛାତ୍ରୀଛାତ୍ରଙ୍କୁ ଜଣେ ଶିକ୍ଷକ

ଧାମନଗର, ୧୩।୭ (ଡି.ଏନ.ଏ) – ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହିଛି। ଏହି ବିଦ୍ୟାଳୟ ଧାମନଗର ବ୍ଲକରେ ଯେଉଁ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିଲା ଏବେ ଶିକ୍ଷକ ଅଭାବରୁ ଶ୍ରୀହୀନ ହେବାକୁ ବସିଛି। ବିଦ୍ୟାଳୟରେ ଶିକ୍ଷକ ଅଭାବ, ଶିକ୍ଷାଦାନରେ ଅବହେଳା ଓ ଶ୍ରେଣୀଗୃହରେ ପିଲାମାନଙ୍କ ବସିବା ପାଇଁ ସ୍ଥାନ ଅଭାବ ଯୋଗୁ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାର ବିଦ୍ୟାଳୟଗୁଡ଼ିକୁ ୫-ଟିରେ ସାମିଲ କରି ବ୍ୟୟବହୁଳ ଖର୍ଚ୍ଚ କରୁଥିବା ବେଳେ ବିଦ୍ୟାଳୟଗୁଡ଼ିକରେ ଥିବା ଅବ୍ୟବସ୍ଥା ଓ ଶିକ୍ଷକ ସମସ୍ୟା ଦୂର କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏବେ ହାଇସ୍କୁଲରେ ମାତ୍ର ଜଣେ ହିନ୍ଦୀ ଶିକ୍ଷକ ଅଛନ୍ତି। ଏଣୁ ଜଗନ୍ନାଥ ନୋଡାଲ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ପାଠପଢ଼ା ଚାଲିଛି।
୧୯୪୫ରେ ପ୍ରାଥମିକ ଓ ୧୯୮୦ରେ ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ମିଶ୍ରଣ ପରେ ଏହି ସ୍କୁଲରେ ପ୍ରଥମରୁ ୧୦ମ ଶ୍ରେଣୀ ଯାଏ ପ୍ରାୟ ୪୦୦ ପିଲା ପଢୁଛନ୍ତି। ହାଇସ୍କୁଲର ନବମ ଓ ଦଶମରେ ୧୩୫ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ମାତ୍ର ଏମାନଙ୍କୁ ଶିକ୍ଷାଦାନ ଲାଗି ମାତ୍ର ଜଣେ ହିନ୍ଦୀ ଶିକ୍ଷକ ଅଛନ୍ତି। ଅନ୍ୟ କୌଣସି ବିଷୟ ପଢ଼ାଇବା ଲାଗି ହାଇସ୍କୁଲରେ ଶିକ୍ଷକ ନ ଥିବାରୁ ନୋଡାଲ ସ୍କୁଲରୁ ଶିକ୍ଷକ ଆସି ପଢ଼ାଉଛନ୍ତି। ପ୍ରାୟ ଦେଢ଼ ବର୍ଷ ହେଲା ଏଭଳି ସମସ୍ୟା ଲାଗି ରହିଛି। ସୋହଡ଼ା ପଞ୍ଚାୟତ ଷେଣ୍ଢପୁର ହାଇସ୍କୁଲର ପ୍ରଧାନଶିକ୍ଷକ ତ୍ରିଲୋଚନ ବେହେରାଙ୍କୁ ଏହି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ହାଇସ୍କୁଲରେ କେହି କିରାଣି କି ପିଅନ ନାହାନ୍ତି। ୧୯୮୯ ଅଗଷ୍ଟ ୧୯ରେ ସ୍କୁଲ ପରିଦର୍ଶନରେ ଆସିଥିବା ବିଜୁ ପଟ୍ଟନାୟକ ଏହି ବିଦ୍ୟାଳୟକୁ ପ୍ରଶଂସା କରିଥିଲେ। ସରକାରଙ୍କଠାରୁ ଅନୁଦାନ ପାଇ ନ ଥିବା ସ୍କୁଲ ସେତେବେଳେ ସ୍ବୟଂସମ୍ପୂର୍ଣ୍ଣ ଥିବା ସତ୍ତ୍ବେ ପରିବେଶ ଅତ୍ୟନ୍ତ ମନୋରମ ଥିଲା। ସୁନ୍ଦର ବଗିଚା, ଧାଡ଼ିରେ ଛିଡ଼ା ହୋଇଥିବା କ୍ରୋଟେନ ଗଛ, ନଡ଼ିଆ ଗଛ, ଜାମୁ ରୋଳ ଓ ଡାଳିମ୍ବ ଗଛ, ଡାଲିଆ ଫୁଲର ପସରା ବିଜୁବାବୁଙ୍କୁ ଆମୋଦିତ କରିଥିଲା। ବିଦ୍ୟାଳୟର ସ୍ବଚ୍ଛତାକୁ ଦେଖି ସେ ଖୁସିବ୍ୟକ୍ତ କରିଥିଲେ। ତତ୍କାଳୀନ ପ୍ରଧାନଶିକ୍ଷକଙ୍କୁ ଭିଜିଟର୍ସ ବୁକ୍‌ ମାଗି ଏ ସ୍କୁଲ ସରକାରଙ୍କ ସହାୟତା ପାଇବା ଆବଶ୍ୟକ ବୋଲି ନିଜେ ଲେଖି ଦେଇଥିଲେ। ୧୯୯୯ ମହାବାତ୍ୟା ପରେ ସେତେବେଳର କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିଲେ। ସ୍କୁଲ ପଛପଟେ ହୋଇଥିବା ୧୦୦ ମିଟର ଲମ୍ବର ଘାଇ ଦ୍ୱାରା କ୍ଷୟକ୍ଷତି ବୁଲି ଦେଖିଥିଲେ। ସ୍କୁଲର ଗୋଟିଏ ଗୃହ ଭୁଶୁଡ଼ି ପଡ଼ିଥିଲା, ତାହା ଅନୁଧ୍ୟାନ କରିବା ବେଳେ ସେ ସ୍କୁଲ ଭିଜିଟର୍ସ ବୁକ୍‌ରେ ମହାବାତ୍ୟା ଓ ବନ୍ୟା ପରେ ଏହି ସ୍କୁଲ ପାଇଁ ଆର୍ଥିକ ସହାୟତା ଆବଶ୍ୟକ ବୋଲି ଲେଖିଯାଇଥିଲେ। ହେଲେ ୨୨ ବର୍ଷ ବିତିଗଲାଣି ସ୍କୁଲର ଭାଗ୍ୟ ବଦଳି ନାହିଁ। ରାଜ୍ୟରେ ୫-ଟି ଯୋଜନାରେ ସ୍କୁଲଗୁଡ଼ିକର ବିକାଶ କରାଯାଉଛି। ମାତ୍ର ଏଥିରୁ ବଞ୍ଚିତ ହୋଇଛି ଏହି ବିଦ୍ୟାଳୟ। ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଆବଶ୍ୟକ ଶିକ୍ଷକ ଯୋଗାଇ ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଜେନା କହିଛନ୍ତି, ଏହି ବ୍ଲକରେ ଏଭଳି ସମସ୍ୟା ବିଭିନ୍ନ ବିଦ୍ୟାଳୟରେ ଅଛି। ବିଭାଗୀୟ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ଚଳିତ ମାସରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri