୧୩୫ ଛାତ୍ରୀଛାତ୍ରଙ୍କୁ ଜଣେ ଶିକ୍ଷକ

ଧାମନଗର, ୧୩।୭ (ଡି.ଏନ.ଏ) – ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହିଛି। ଏହି ବିଦ୍ୟାଳୟ ଧାମନଗର ବ୍ଲକରେ ଯେଉଁ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିଲା ଏବେ ଶିକ୍ଷକ ଅଭାବରୁ ଶ୍ରୀହୀନ ହେବାକୁ ବସିଛି। ବିଦ୍ୟାଳୟରେ ଶିକ୍ଷକ ଅଭାବ, ଶିକ୍ଷାଦାନରେ ଅବହେଳା ଓ ଶ୍ରେଣୀଗୃହରେ ପିଲାମାନଙ୍କ ବସିବା ପାଇଁ ସ୍ଥାନ ଅଭାବ ଯୋଗୁ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାର ବିଦ୍ୟାଳୟଗୁଡ଼ିକୁ ୫-ଟିରେ ସାମିଲ କରି ବ୍ୟୟବହୁଳ ଖର୍ଚ୍ଚ କରୁଥିବା ବେଳେ ବିଦ୍ୟାଳୟଗୁଡ଼ିକରେ ଥିବା ଅବ୍ୟବସ୍ଥା ଓ ଶିକ୍ଷକ ସମସ୍ୟା ଦୂର କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏବେ ହାଇସ୍କୁଲରେ ମାତ୍ର ଜଣେ ହିନ୍ଦୀ ଶିକ୍ଷକ ଅଛନ୍ତି। ଏଣୁ ଜଗନ୍ନାଥ ନୋଡାଲ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ପାଠପଢ଼ା ଚାଲିଛି।
୧୯୪୫ରେ ପ୍ରାଥମିକ ଓ ୧୯୮୦ରେ ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ମିଶ୍ରଣ ପରେ ଏହି ସ୍କୁଲରେ ପ୍ରଥମରୁ ୧୦ମ ଶ୍ରେଣୀ ଯାଏ ପ୍ରାୟ ୪୦୦ ପିଲା ପଢୁଛନ୍ତି। ହାଇସ୍କୁଲର ନବମ ଓ ଦଶମରେ ୧୩୫ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ମାତ୍ର ଏମାନଙ୍କୁ ଶିକ୍ଷାଦାନ ଲାଗି ମାତ୍ର ଜଣେ ହିନ୍ଦୀ ଶିକ୍ଷକ ଅଛନ୍ତି। ଅନ୍ୟ କୌଣସି ବିଷୟ ପଢ଼ାଇବା ଲାଗି ହାଇସ୍କୁଲରେ ଶିକ୍ଷକ ନ ଥିବାରୁ ନୋଡାଲ ସ୍କୁଲରୁ ଶିକ୍ଷକ ଆସି ପଢ଼ାଉଛନ୍ତି। ପ୍ରାୟ ଦେଢ଼ ବର୍ଷ ହେଲା ଏଭଳି ସମସ୍ୟା ଲାଗି ରହିଛି। ସୋହଡ଼ା ପଞ୍ଚାୟତ ଷେଣ୍ଢପୁର ହାଇସ୍କୁଲର ପ୍ରଧାନଶିକ୍ଷକ ତ୍ରିଲୋଚନ ବେହେରାଙ୍କୁ ଏହି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ହାଇସ୍କୁଲରେ କେହି କିରାଣି କି ପିଅନ ନାହାନ୍ତି। ୧୯୮୯ ଅଗଷ୍ଟ ୧୯ରେ ସ୍କୁଲ ପରିଦର୍ଶନରେ ଆସିଥିବା ବିଜୁ ପଟ୍ଟନାୟକ ଏହି ବିଦ୍ୟାଳୟକୁ ପ୍ରଶଂସା କରିଥିଲେ। ସରକାରଙ୍କଠାରୁ ଅନୁଦାନ ପାଇ ନ ଥିବା ସ୍କୁଲ ସେତେବେଳେ ସ୍ବୟଂସମ୍ପୂର୍ଣ୍ଣ ଥିବା ସତ୍ତ୍ବେ ପରିବେଶ ଅତ୍ୟନ୍ତ ମନୋରମ ଥିଲା। ସୁନ୍ଦର ବଗିଚା, ଧାଡ଼ିରେ ଛିଡ଼ା ହୋଇଥିବା କ୍ରୋଟେନ ଗଛ, ନଡ଼ିଆ ଗଛ, ଜାମୁ ରୋଳ ଓ ଡାଳିମ୍ବ ଗଛ, ଡାଲିଆ ଫୁଲର ପସରା ବିଜୁବାବୁଙ୍କୁ ଆମୋଦିତ କରିଥିଲା। ବିଦ୍ୟାଳୟର ସ୍ବଚ୍ଛତାକୁ ଦେଖି ସେ ଖୁସିବ୍ୟକ୍ତ କରିଥିଲେ। ତତ୍କାଳୀନ ପ୍ରଧାନଶିକ୍ଷକଙ୍କୁ ଭିଜିଟର୍ସ ବୁକ୍‌ ମାଗି ଏ ସ୍କୁଲ ସରକାରଙ୍କ ସହାୟତା ପାଇବା ଆବଶ୍ୟକ ବୋଲି ନିଜେ ଲେଖି ଦେଇଥିଲେ। ୧୯୯୯ ମହାବାତ୍ୟା ପରେ ସେତେବେଳର କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିଲେ। ସ୍କୁଲ ପଛପଟେ ହୋଇଥିବା ୧୦୦ ମିଟର ଲମ୍ବର ଘାଇ ଦ୍ୱାରା କ୍ଷୟକ୍ଷତି ବୁଲି ଦେଖିଥିଲେ। ସ୍କୁଲର ଗୋଟିଏ ଗୃହ ଭୁଶୁଡ଼ି ପଡ଼ିଥିଲା, ତାହା ଅନୁଧ୍ୟାନ କରିବା ବେଳେ ସେ ସ୍କୁଲ ଭିଜିଟର୍ସ ବୁକ୍‌ରେ ମହାବାତ୍ୟା ଓ ବନ୍ୟା ପରେ ଏହି ସ୍କୁଲ ପାଇଁ ଆର୍ଥିକ ସହାୟତା ଆବଶ୍ୟକ ବୋଲି ଲେଖିଯାଇଥିଲେ। ହେଲେ ୨୨ ବର୍ଷ ବିତିଗଲାଣି ସ୍କୁଲର ଭାଗ୍ୟ ବଦଳି ନାହିଁ। ରାଜ୍ୟରେ ୫-ଟି ଯୋଜନାରେ ସ୍କୁଲଗୁଡ଼ିକର ବିକାଶ କରାଯାଉଛି। ମାତ୍ର ଏଥିରୁ ବଞ୍ଚିତ ହୋଇଛି ଏହି ବିଦ୍ୟାଳୟ। ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଆବଶ୍ୟକ ଶିକ୍ଷକ ଯୋଗାଇ ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଜେନା କହିଛନ୍ତି, ଏହି ବ୍ଲକରେ ଏଭଳି ସମସ୍ୟା ବିଭିନ୍ନ ବିଦ୍ୟାଳୟରେ ଅଛି। ବିଭାଗୀୟ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ଚଳିତ ମାସରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?