୨ ପଞ୍ଚାୟତର ୨ ପ୍ରକଳ୍ପରେ ଗୋଟିଏ ଫଟୋ

ନାଉଗାଁ,୧୧ା୫(ସ୍ବ.ପ୍ର.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ସଫଳ ରୂପାୟନ ସହ କାର୍ଯ୍ୟରେ ସ୍ବଚ୍ଛତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାଜ୍ୟର କମିଶନରଙ୍କ ନିକଟକୁ ନ୍ୟାଶନାଲ ମୋବାଇଲ ମନିଟରିଂ ସିଷ୍ଟମ (ଏନ୍‌ଏମ୍‌ଏମ୍‌ଏସ୍‌) ଆପ୍‌କୁ ବାଧ୍ୟତାମୂଳକ କରାଯାଇଛି। ଉକ୍ତ ଆପ୍‌ ମାଧ୍ୟମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ସଫଳ ରୂପାୟନ ହେବା ସହ ଗ୍ରାମାଞ୍ଚଳର ଲୋକେ ଠିକ୍‌ ଭାବେ ଶ୍ରମ ପାଇପାରିବେ। କିନ୍ତୁ ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକରେ ଉକ୍ତ ଆପ୍‌କୁ ଠିକ୍‌ ଭାବେ ପରିଚାଳନା କରାଯାଉ ନ ଥିବା ଜଣାଯାଇଛି। ୨ଟି ପଞ୍ଚାୟତର ୨ଟି ପ୍ରକଳ୍ପରେ ଗୋଟିଏ ଫଟୋକୁ ଏନ୍‌ଏମ୍‌ଏମ୍‌ଏସ୍‌ ଆପ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଯାହାକି ସାମାଜିକ କର୍ମୀ କ୍ରାନ୍ତିଶିଖା ପରିଡ଼ା ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।
ବ୍ଲକର ଗଜରାଜପୁର ପଞ୍ଚାୟତର ଖଇରାହୋଲିସ୍ଥିତ ଅମୃତ ସରୋବର ପୋଖରୀର ପୁନରୁଦ୍ଧାର ଓ ଓଷକଣା ପଞ୍ଚାୟତ ଅମୃତ ସରୋବର ନୂଆ ପୋଖରୀ ଖନନରେ କାର୍ଯ୍ୟ ଚାଲିଛି। ହେଲେ ଏହି କାର୍ଯ୍ୟ କରୁଥିବା ଜବ୍‌କାର୍ଡଧାରୀ ଶ୍ରମିକଙ୍କ ଗୋଟିଏ ଫଟୋକୁ ୨ଟି ପୋଖରୀ ଖନନ କାର୍ଯ୍ୟ କରାଯାଉଥିବା ନେଇ ଏନ୍‌ଏମ୍‌ଏମ୍‌ଏସ୍‌ ଆପ୍‌ ମାଧ୍ୟମରେ ଅପ୍‌ଲୋଡ୍‌ କରାଯାଇଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୋର୍ଟାଲରୁ ଜଣାଯାଇଛି। ପୋର୍ଟାଲ ତଥ୍ୟ ଅନୁସାରେ, ୧୮ ଏପ୍ରିଲ ୨୦୨୩ରେ ଗଜରାଜପୁର ପଞ୍ଚାୟତର ମଷ୍ଟରରୋଲ ନଂ.୧୯୯ରେ ଏହି ଫଟୋ ଅପ୍‌ଲୋଡ୍‌ କରାଯାଇଥିବା ବେଳେ ଓଷକଣା ପଞ୍ଚାୟତର ମଷ୍ଟରରୋଲ ନଂ.୨୨୨ରେ ସମାନ ଜବ୍‌କାର୍ଡଧାରୀ ଶ୍ରମିକମାନେ କାର୍ଯ୍ୟ କରୁଥିବା ସ୍ଥାନର ଫଟୋ ଅପ୍‌ଲୋଡ୍‌ ହୋଇଛି। ଗୋଟିଏ ଫଟୋ କିପରି ୨ଟି ପଞ୍ଚାୟତର ୨ଟି ପ୍ରକଳ୍ପରେ ଏନ୍‌ଏମ୍‌ଏମ୍‌ଏସ୍‌ ଆପ୍‌ରେ ଅପ୍‌ଲୋଡ୍‌ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ଏହି ୨ ପ୍ରକଳ୍ପ ନୁହେଁ, ପ୍ରତ୍ୟହ ପୁରୁଣା ଫଟୋକୁ ଆପ୍‌ ମାଧ୍ୟମରେ ଅପ୍‌ଲୋଡ୍‌ କରି ଜବ୍‌କାର୍ଡଧାରୀ ଶ୍ରମିକମାନଙ୍କ ଉପସ୍ଥାନ ପକାଇ ଟଙ୍କା ଉଠାଣ କରାଯାଉଥିବା ଅଭିଯୋଗ ହେଉଛି। ଏତାଦୃଶ କାର୍ଯ୍ୟକୁ ଦେଖିଲେ ଉକ୍ତ ବ୍ଲକରେ କାର୍ଯ୍ୟକାରୀ କରାଯାଉଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର କାର୍ଯ୍ୟର ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିପାରିବ ବୋଲି କ୍ରାନ୍ତିଶିଖା ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଭାରାପ୍ରାପ୍ତ ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ଗୌରବ ନନ୍ଦଙ୍କୁ ପଚାରିବାରେ ଏହା ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri