୨ ପଞ୍ଚାୟତର ୨ ପ୍ରକଳ୍ପରେ ଗୋଟିଏ ଫଟୋ

ନାଉଗାଁ,୧୧ା୫(ସ୍ବ.ପ୍ର.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ସଫଳ ରୂପାୟନ ସହ କାର୍ଯ୍ୟରେ ସ୍ବଚ୍ଛତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାଜ୍ୟର କମିଶନରଙ୍କ ନିକଟକୁ ନ୍ୟାଶନାଲ ମୋବାଇଲ ମନିଟରିଂ ସିଷ୍ଟମ (ଏନ୍‌ଏମ୍‌ଏମ୍‌ଏସ୍‌) ଆପ୍‌କୁ ବାଧ୍ୟତାମୂଳକ କରାଯାଇଛି। ଉକ୍ତ ଆପ୍‌ ମାଧ୍ୟମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ସଫଳ ରୂପାୟନ ହେବା ସହ ଗ୍ରାମାଞ୍ଚଳର ଲୋକେ ଠିକ୍‌ ଭାବେ ଶ୍ରମ ପାଇପାରିବେ। କିନ୍ତୁ ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକରେ ଉକ୍ତ ଆପ୍‌କୁ ଠିକ୍‌ ଭାବେ ପରିଚାଳନା କରାଯାଉ ନ ଥିବା ଜଣାଯାଇଛି। ୨ଟି ପଞ୍ଚାୟତର ୨ଟି ପ୍ରକଳ୍ପରେ ଗୋଟିଏ ଫଟୋକୁ ଏନ୍‌ଏମ୍‌ଏମ୍‌ଏସ୍‌ ଆପ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଯାହାକି ସାମାଜିକ କର୍ମୀ କ୍ରାନ୍ତିଶିଖା ପରିଡ଼ା ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।
ବ୍ଲକର ଗଜରାଜପୁର ପଞ୍ଚାୟତର ଖଇରାହୋଲିସ୍ଥିତ ଅମୃତ ସରୋବର ପୋଖରୀର ପୁନରୁଦ୍ଧାର ଓ ଓଷକଣା ପଞ୍ଚାୟତ ଅମୃତ ସରୋବର ନୂଆ ପୋଖରୀ ଖନନରେ କାର୍ଯ୍ୟ ଚାଲିଛି। ହେଲେ ଏହି କାର୍ଯ୍ୟ କରୁଥିବା ଜବ୍‌କାର୍ଡଧାରୀ ଶ୍ରମିକଙ୍କ ଗୋଟିଏ ଫଟୋକୁ ୨ଟି ପୋଖରୀ ଖନନ କାର୍ଯ୍ୟ କରାଯାଉଥିବା ନେଇ ଏନ୍‌ଏମ୍‌ଏମ୍‌ଏସ୍‌ ଆପ୍‌ ମାଧ୍ୟମରେ ଅପ୍‌ଲୋଡ୍‌ କରାଯାଇଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୋର୍ଟାଲରୁ ଜଣାଯାଇଛି। ପୋର୍ଟାଲ ତଥ୍ୟ ଅନୁସାରେ, ୧୮ ଏପ୍ରିଲ ୨୦୨୩ରେ ଗଜରାଜପୁର ପଞ୍ଚାୟତର ମଷ୍ଟରରୋଲ ନଂ.୧୯୯ରେ ଏହି ଫଟୋ ଅପ୍‌ଲୋଡ୍‌ କରାଯାଇଥିବା ବେଳେ ଓଷକଣା ପଞ୍ଚାୟତର ମଷ୍ଟରରୋଲ ନଂ.୨୨୨ରେ ସମାନ ଜବ୍‌କାର୍ଡଧାରୀ ଶ୍ରମିକମାନେ କାର୍ଯ୍ୟ କରୁଥିବା ସ୍ଥାନର ଫଟୋ ଅପ୍‌ଲୋଡ୍‌ ହୋଇଛି। ଗୋଟିଏ ଫଟୋ କିପରି ୨ଟି ପଞ୍ଚାୟତର ୨ଟି ପ୍ରକଳ୍ପରେ ଏନ୍‌ଏମ୍‌ଏମ୍‌ଏସ୍‌ ଆପ୍‌ରେ ଅପ୍‌ଲୋଡ୍‌ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ଏହି ୨ ପ୍ରକଳ୍ପ ନୁହେଁ, ପ୍ରତ୍ୟହ ପୁରୁଣା ଫଟୋକୁ ଆପ୍‌ ମାଧ୍ୟମରେ ଅପ୍‌ଲୋଡ୍‌ କରି ଜବ୍‌କାର୍ଡଧାରୀ ଶ୍ରମିକମାନଙ୍କ ଉପସ୍ଥାନ ପକାଇ ଟଙ୍କା ଉଠାଣ କରାଯାଉଥିବା ଅଭିଯୋଗ ହେଉଛି। ଏତାଦୃଶ କାର୍ଯ୍ୟକୁ ଦେଖିଲେ ଉକ୍ତ ବ୍ଲକରେ କାର୍ଯ୍ୟକାରୀ କରାଯାଉଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର କାର୍ଯ୍ୟର ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିପାରିବ ବୋଲି କ୍ରାନ୍ତିଶିଖା ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଭାରାପ୍ରାପ୍ତ ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ଗୌରବ ନନ୍ଦଙ୍କୁ ପଚାରିବାରେ ଏହା ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ବନ୍ୟା ପରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟଙ୍କ ଉଚ୍ଚସ୍ତରୀୟ ବୈଠକ

ପାଟନା,୨୬।୮: ନେପାଳରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି (ବୁଧବାର) ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସେମାନଙ୍କୁ…

ସ୍କୁଟି ନେଇ ଫେରାଇଲେନି; ମାଲିକାଣୀଙ୍କୁ ଦେଲେ ହତ୍ୟା ଧମକ; ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ପାଟପୁର ଥାନା ପ୍ରତାପଗିରି ଗ୍ରାମର ବି. କାଳିଆ ପାତ୍ର(୪୪) ନାମକ ଜଣେ ଯୁବକଙ୍କୁ ଗିରଫ କରି…

ଭାରତ ପୂର୍ବରୁ ‘ବଡ଼ ଭାଇ’ର ଭୂମିକା ନିର୍ବାହ କରିସାରିଛି, ଏଥର ବି ନେପାଳକୁ ସହାୟତା ପଠାଇବାକୁ ଆଶ୍ୱାସନା ଦେଲେ ମୋଦି

ନୂଆଦିଲ୍ଲୀ/କାଠମାଣ୍ଡୁ,୨୬।୮: ଭାରତର ପଡ଼ୋଶୀ ନେପାଳ ବର୍ତ୍ତମାନ ଏକ ଭୟଙ୍କର ଦୁଃଖଦ ପରିସ୍ଥିତି ସହିତ ସଂଘର୍ଷ କରୁଛି। ରସୁୱାଗାଧି ଅଞ୍ଚଳରେ ହିମସ୍ଖଳନ ଏବଂ ହଠାତ, ଭୟଙ୍କର ବନ୍ୟା କେବଳ…

ପୂର୍ବତନ ବିଧାୟକଙ୍କ ପରଲୋକ, ପଦ୍ମପୁରରେ ଶୋକର ଛାୟା

ପଦ୍ମପୁର,୨୬।୮(ପ୍ରଦୀପ୍ତ ଦାଶ): ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୫…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ନେପାଳ ବନ୍ୟା; ବାଲେନ ଶାହଙ୍କ ସହ କଥା ହେଲେ ମୋଦି, ସହାୟତା….

ନୂଆଦିଲ୍ଲୀ,୨୬।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି । ବନ୍ୟା ଯୋଗୁଁ ହୋଇଥିବା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri