ରିମାଣ୍ଡ୍‌ରେ ଇମ୍ରାନ୍‌, ପାକିସ୍ତାନ ଅଶାନ୍ତ

ଇସ୍‌ଲାମାବାଦ,୧୧ା୫: ଜମି ଦୁର୍ନୀତି ମାମଲାରେ ଗିରଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ବୁଧବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍‌ଏବି) ଏକ କୋର୍ଟରେ ହାଜର କରି ୮ ଦିନିଆ ରିମାଣ୍ଡରେ ନେଇଛି। ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ମଙ୍ଗଳବାର ଇସ୍‌ଲାମାବାଦ ହାଇକୋର୍ଟକୁ ହାଜର ହେବା ପାଇଁ ଯାଇଥିବାବେଳେ ୨୦୧୯ର ଅଲ-କାଦିର ଟ୍ରଷ୍ଟ ଜମି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଦୁର୍ନୀତି ନିରୋଧୀ ସଂସ୍ଥା ଏନ୍‌ଏବି ନିର୍ଦ୍ଦେଶକ୍ରମେ ଗିରଫ କରିଥିବା ଅର୍ଦ୍ଧସାମରିକ ରେଞ୍ଜର୍ସ ତାଙ୍କୁ ଅମାନୁଷିକ ବ୍ୟବହାର ଦେଖାଇଥିଲେ। କ୍ରିକେଟରରୁ ରାଜନେତା ହୋଇଥିବା ୭୦ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ଆକାଉଣ୍ଟାବିଲିଟି କୋର୍ଟ ନଂ.୧ ବିଚାରପତି ମହମ୍ମଦ ବଶିରଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ବଶିର ହେଉଛନ୍ତି ସେହି ବିଚାରପତି ଯିଏକି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଓ ତାଙ୍କ ଝିଅ ମରିୟମ୍‌ ନଓ୍ବାଜଙ୍କୁ ଲଣ୍ଡନ ସମ୍ପତ୍ତି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଶୁଣାଣି ବେଳେ ଇମ୍ରାନ୍‌ଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେବାକୁ ଏନ୍‌ଏବି ଓକିଲ ବିଚାରପତିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଇମ୍ରାନ୍‌ଙ୍କ ଓକିଲ ଯଥାଶୀଘ୍ର ସମ୍ଭବ ଏହି ମିଥ୍ୟା ମାମଲାରୁ ମୁକ୍ତ କରିବାକୁ ଯୁକ୍ତି ବାଢ଼ିଥିଲେ। କୋର୍ଟ ରାୟ ସଂରକ୍ଷିତ ରଖି ତାଙ୍କୁ ୮ ଦିନିଆ ରିମାଣ୍ଡରେ ନେବା ପାଇଁ ଏନ୍‌ଏବିକୁ ଅନୁମତି ଦେଇଛନ୍ତି। ଅଦାଲତରେ ଇମ୍ରାନ୍‌ କହିଥିଲେ, ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଓ୍ବାଶ୍‌ରୁମ୍‌କୁ ଛଡ଼ାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫଙ୍କ ମନି ଲଣ୍ଡରିଂ ମାମଲାର ସାକ୍ଷୀ ମାସୁଦ ଚପରାସିଙ୍କ ଭଳି ତାଙ୍କୁ ହତ୍ୟା କରାଯାଇପାରେ ବୋଲି ଇମ୍ରାନ୍‌ ଆଶଙ୍କା ବ୍ୟକ୍ତ କରିଥିଲେ। ଅନ୍ୟପକ୍ଷେ ବୁଧବାର ପ୍ରଧାନମନ୍ତ୍ରୀ ଶରିଫ ଓ ତାଙ୍କ ପୁଅ ହମ୍‌ଜା ଶରିଫ୍‌ଙ୍କୁ ଆକାଉଣ୍ଟାବିଲିଟି କୋର୍ଟ ଉପରୋକ୍ତ ମାମଲାରେ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ଏହା ପୂର୍ବରୁ ତୋଶାଖାନା ଦୁର୍ନୀତି ମାମଲାରେ ଜିଲା ଏବଂ ସେସନ୍ସ କୋର୍ଟ ବିଚାରପତି ହୁମାୟୁନ୍‌ ଦିଲାଓ୍ବରଙ୍କ ସମ୍ମୁଖରେ ଇମ୍ରାନ୍‌ଙ୍କୁ ହାଜର କରାଯାଇଥିଲା। କୋର୍ଟ ତାଙ୍କ ବିରୋଧରେ ଅଭିଯୋଗ ସ୍ଥିର କରିଛନ୍ତି। ଇମ୍ରାନ୍‌ଙ୍କ ଦଳ ପିଟିଆଇ ଇସ୍‌ଲାମାବାଦ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଦେଶବ୍ୟାପୀ ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ବଳ ପ୍ରୟୋଗ କରିବାକୁ ପଛାଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ବିକ୍ଷୋଭ ବେଳେ ପୋଲିସ ସହ ସଂଘର୍ଷ ଘଟି ଅନୂ୍ୟନ ୭ ଜଣଙ୍କ ମୃତ୍ୟୁ ଘଟିଛି। ସଂଘର୍ଷରେ ପ୍ରାୟ ୩୦୦ ଜଣ ଆହତ ହୋଇଛନ୍ତି। ପଞ୍ଜାବ, ଖାଇବର ପାଖ୍‌ତୁନ୍‌ଖ୍ବା ଓ ବେଲୁଚିସ୍ତାନରେ ସେନା ମୁତୟନ କରାଯାଇଛି। ପିଟିଆଇର ବିକ୍ଷୋଭକାରୀମାନେ ୧୪ଟି ସରକାରୀ ଅଫିସକୁ ଜାଳି ଦେଇଛନ୍ତି। ଜଳାପୋଡ଼ା ଓ ଭଙ୍ଗାରୁଜା ଅଭିଯୋଗରେ ଅଦ୍ୟାବଧି ୧,୧୫୦ ଜଣଙ୍କୁ ଗିରଫ କରାଯାଇଛି।

ଶରିଫଙ୍କ ଘରେ ଇମ୍ରାନ୍‌ ସମର୍ଥକଙ୍କ ଆକ୍ରମଣ

ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କ ଗିରଫଦାରିକୁ ନେଇ କ୍ଷୁବ୍ଧ ସମର୍ଥକମାନେ ବୁଧବାର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଘରକୁ ଟାର୍ଗେଟ କରିଛନ୍ତି। ଲାହୋରସ୍ଥିତ ମଡେଲ ଟାଉନ୍‌ ବାସଭବନକୁ ୫୦୦ରୁ ଊର୍ଦ୍ଧ୍ୱ ପିଟିଆଇ ସମର୍ଥକ ପଶିଥିଲେ। ସେଠାରେ ସେମାନେ ଗାଡ଼ିରେ ନିଅଁା ଲଗାଇବା ସହ ପେଟ୍ରୋଲ ବୋମା ଫିଙ୍ଗିଥିଲେ। ଆକ୍ରମଣ ବେଳେ କେବଳ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ।

ସର୍ବସାଧାରଣ ସମ୍ପତ୍ତି ଉପରେ ଆକ୍ରମଣ ଆତଙ୍କବାଦୀ କାର୍ଯ୍ୟ ଏବଂ ଦେଶ ପ୍ରତି ଶତ୍ରୁତା। ଯେଉଁମାନେ ଆଇନକୁ ହାତକୁ ନେଉଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଶେହଓ୍ବାଜ ଶରିଫ୍‌, ପାକିସ୍ତାନ ପ୍ରଧାନମନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?