Posted inଖେଳ

ଟିମ୍‌ ଇଣ୍ଡିଆ ପାଇଁ କ୍ଷତିରେ ପଡ଼ିପାରେ ଟି୨୦ ବିଶ୍ୱକପ୍‌

ମୁମ୍ବାଇ,୯।୧୧: ଭାରତୀୟ ଦଳ ବିଦାୟ ନେଇଥିବାରୁ ଚଳିତ ଟି୨୦ ବିଶ୍ୱକପ୍‌କୁ ଆର୍ଥିକ କ୍ଷତିକୁ ସହିବାକୁ ପଡ଼ିପାରେ। ଚଳିତ ଥର ଭଳି ୨୦୦୭ ବିଶ୍ୱକପ୍‌ରେ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ଭାରତ। ସୌଭାଗ୍ୟବଶତଃ ଏଥର ଅଧିକ ମ୍ୟାଚ୍‌ ବାକି ନାହିଁ। ୨୦୦୭ରେ ଭାରତ ବିଦାୟ ନେବା ପରେ ୩୧ ମ୍ୟାଚ୍‌ ଖେଳାଯାଇଥିଲା। ଚଳିତ ଥର କେବଳ ଦୁଇ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ବାକି ଅଛି। ଏହାସତ୍ତ୍ୱେ ପ୍ରସାରଣକାରୀ ଚ୍ୟାନେଲ ଓ ସ୍ପନସର୍ସ (ବିଜ୍ଞପନ)କୁ କ୍ଷତି ସହିବାକୁ ପଡ଼ିବ ବୋଲି ପୂର୍ବନୁମାନ କରାଯାଉଛି।

୨୦୦୭ରେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା ଭାରତୀୟ ଦଳ। ଏହା କେବଳ କ୍ରିକେଟ୍‌ ଜଗତକୁ ସ୍ତବ୍ଧ କରିଦେଇଥିଲା ତାହା ନୁହେଁ ବିଶ୍ୱକପ୍‌ ଇଭେଣ୍ଟକୁ କ୍ଷତିରେ ପକାଇ ଦେଇଥିଲା। ଟିମ୍‌ ଇଣ୍ଡିଆର ଖରାପ ଦ୍ରଦର୍ଶନ କାରଣରୁ ଦର୍ଶକମାନେ ରାଗରେ ଟିଭି ବନ୍ଦ କରି ଦେଇଥିଲେ। ଫଳରେ ଟୁର୍ନାମେଣ୍ଟର ଆର୍ଥିକ ଅବସ୍ଥା ଦୋହାଲି ଯାଇଥିଲା।

ପ୍ରସାରଣକାରୀ ଚ୍ୟାଲେନର ବିଜ୍ଞାପନ ରାଜସ୍ବ ହ୍ରାସ ପାଇଥିଲା। ଆଡଭାନ୍ସରେ ବିଜ୍ଞାପନ ପାଇଁ ସ୍ଲଟ ବୁକ୍‌ କରିଥିବା କମ୍ପାନୀ ବଳକା ଟଙ୍କା ଫେରାଇ ନେବାକୁ ଉଦ୍ୟମ କରିଥିଲେ। ମୃଦପାନୀୟ କମ୍ପାନୀ ପେପ୍‌ସି ବିଜ୍ଞାପନ ପାଇଁ ପ୍ରସାରଣକାରୀ ଚ୍ୟାନେଲ ସହ କରିଥିବା ଚୁକ୍ତିରେ ପରିବର୍ତ୍ତନ ନ ହେଲେ ଟଙ୍କା ଫେରସ୍ତ ଦାବି କରିଥିଲା। କେବଳ ଏତିକି ନୁହେଁ, ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଭାରତରୁ ଓ ବିଭିନ୍ନ ଦେଶର ଭାରତୀୟ ପ୍ରଶଂସକମାନେ ଟିକେଟ୍‌ କ୍ୟାନସେଲ କର ଦେଇଥିଲେ। ଫଳରେ ପ୍ରବଳ କ୍ଷତି ସହିବାକୁ ପଡ଼ିଥିଲା ଟୁର ଓ ଟ୍ରାଭେଲ୍ସ କମ୍ପାନୀକୁ।

କିନ୍ତୁ ଚଳିତ ଥର ଟୁର୍ନାମେଣ୍ଟରେ ଦୁଇ ସେମିଫାଇନାଲ ଓ ଫାଇନାଲକୁ ମିଶାଇ ୩ ମ୍ୟାଚ୍‌ ଖେଳାଯିବାର ଅଛି। ତେବେ ପ୍ରତ୍ୟେକ ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ଓ ପାକିସ୍ତାନର ଉପସ୍ଥିତି କାରଣରୁ ଇଭେଣ୍ଟକୁ ସେତେଟା କ୍ଷତି ସହିବାକୁ ପଡ଼ିବ ନାହିଁ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବିଲିୟମ୍ସଙ୍କୁ ଆଇଏସ୍‌ଏଲ୍‌ ହିରୋ ଅଫ୍‌ ମନ୍ଥ ପୁରସ୍କାର

ମୁମ୍ବାଇ,୧୦।୧୧(ପି.ଟି.)- ଅଷ୍ଟ୍ରେଲିଆ ପେସାଦାର ପୁଟବଲର ଡେଭିଡ ଓ୍ବିଲିୟମ୍ସ ଅକ୍ଟୋବର ମାସ ପାଇଁ ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ୍‌) ହିରୋ ଅଫ୍‌ ଦି ମନ୍ଥ ପୁରସ୍କାର ହାସଲ...

ଲଗାତାର ବାଉନ୍ସର ମାରିବାରୁ ବୁମରାଙ୍କୁ ସମାଲୋଚନା

ଲଣ୍ଡନ,୧୫।୮: ଚଳିତ ଲଡର୍‌ସ ଟେଷ୍ଟର ତୃତୀୟ ଦିନ ଶେଷ ଆଡ଼କୁ ଭାରତୀୟ ପେସର ଯଶପ୍ରୀତ ବୁମରା ଓ ଇଂଲଣ୍ଡର ଜିମ୍ମି ଆଣ୍ଡରସନଙ୍କ ମଧ୍ୟରେ ଏକ ରୋମାଞ୍ଚକର...

ଆଜିଠୁ ଆଇପିଏଲ୍‌: ଟାଇଟଲ୍‌ ପାଇଁ ଲଢ଼ିବେ ଏହି ୮ ଅଧିନାୟକ; ଜାଣନ୍ତୁ କିଏ ବୟସରେ…

ନୂଆଦିଲ୍ଲୀ,୯।୪: ଆଇପିଏଲ୍‌ ୨୦୨୧ରେ ପୁଣି ଥରେ ଟାଇଟଲ ହାସଲ ପାଇଁ ୮ ଟି ଦଳ ପରସ୍ପର ମୁହାଁମୁହିଁ ହେବେ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ମୁମ୍ବାଇ...

କେପିଏଲ ଫିକ୍ସିଂ ସ୍କାଣ୍ଡାଲ: ଦୁଇ କ୍ରିକେଟର ଗିରଫ

ବେଙ୍ଗାଲୁରୁ,୭।୧୧(ପି.ଟି.)- ଆଇପିଏଲର ୩ ଦଳ ପାଇଁ ଖେଳିଥିବା ପ୍ରଥମ ଶ୍ରେଣୀ କ୍ରିକେଟର ସି.ଏମ୍‌. ଗୌତମ ଓ ତାଙ୍କର ପୂର୍ବତନ କର୍ନାଟକ ସାଥି ଖେଳାଳି ଆବରାର କାଜିଙ୍କୁ...

ସତ୍ୟବ୍ରତ ବେହେରାଙ୍କ ପରଲୋକ

କଟକ,୧୨ା୮(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ପୂର୍ବତନ ଯୁଗ୍ମସମ୍ପାଦକ ତଥା କଟକ ଜିଲା କ୍ରିକେଟ ସଂଘର ପୂର୍ବତନ ସମ୍ପାଦକ ସତ୍ୟବ୍ରତ ବେହେରା(୫୨)ଙ୍କ ଶୁକ୍ରବାର ପରଲୋକ...

ସିଏସକେକୁ ହରାଇ ଆରଆର ବିଜୟ…

ଚେନ୍ନାଇ,୧୨।୪: ଆଇପିଏଲ ସିରିଜ ୧୬ର ୧୭ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ରାଜସ୍ଥାନ ରୟାଲର୍ସ (ଆରଆର) ବିଜୟ ହୋଇଛି।   ୨୦...

୩ ବର୍ଷ କ୍ୟାରିୟର୍‌ରେ ମାତ୍ର ୪ ରନ୍‌ କରିଛନ୍ତି ଏହି କ୍ରିକେଟର୍‌, ତଥାପି ଦଳରେ ପାଇଛନ୍ତି ସ୍ଥାନ

ଖ୍ରୀଷ୍ଟଚର୍ଚ୍ଚ,୧୦।୧: ବାଂଲାଦେଶ କ୍ରିକେଟର୍‌ ଇବାଦତ ହୁସେନ ନିକଟରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ନ୍ୟୁଜିଲାଣ୍ଡକୁ ଟେଷ୍ଟରେ ପରାସ୍ତ କରିବାରେ ବାଂଲାଦେଶ ଦଳ ସଫଳ...

ପାକିସ୍ତାନର ୩ କ୍ରିକେଟରଙ୍କୁ କରୋନା, ଇଂଲଣ୍ଡ ଗସ୍ତରୁ ବାଦ୍‌ ପଡିବାର ସମ୍ଭାବନା

ଇସଲାମାବାଦ୍‌,୨୩।୬: ପାକିସ୍ତାନ କ୍ରିକେଟ ଦଳକୁ ବଡ ଝଟ୍‌କା ଲାଗିଛି। ଦଳର ୩ କ୍ରିକେଟର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଲେଗ ସ୍ପିନର ଶାଦାବ ଖାନ, ଦ୍ରୁତ...

Advertisement
Archives

Model This Week