Posted inଖେଳ

ଟିମ୍‌ ଇଣ୍ଡିଆ ପାଇଁ କ୍ଷତିରେ ପଡ଼ିପାରେ ଟି୨୦ ବିଶ୍ୱକପ୍‌

ମୁମ୍ବାଇ,୯।୧୧: ଭାରତୀୟ ଦଳ ବିଦାୟ ନେଇଥିବାରୁ ଚଳିତ ଟି୨୦ ବିଶ୍ୱକପ୍‌କୁ ଆର୍ଥିକ କ୍ଷତିକୁ ସହିବାକୁ ପଡ଼ିପାରେ। ଚଳିତ ଥର ଭଳି ୨୦୦୭ ବିଶ୍ୱକପ୍‌ରେ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ଭାରତ। ସୌଭାଗ୍ୟବଶତଃ ଏଥର ଅଧିକ ମ୍ୟାଚ୍‌ ବାକି ନାହିଁ। ୨୦୦୭ରେ ଭାରତ ବିଦାୟ ନେବା ପରେ ୩୧ ମ୍ୟାଚ୍‌ ଖେଳାଯାଇଥିଲା। ଚଳିତ ଥର କେବଳ ଦୁଇ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ବାକି ଅଛି। ଏହାସତ୍ତ୍ୱେ ପ୍ରସାରଣକାରୀ ଚ୍ୟାନେଲ ଓ ସ୍ପନସର୍ସ (ବିଜ୍ଞପନ)କୁ କ୍ଷତି ସହିବାକୁ ପଡ଼ିବ ବୋଲି ପୂର୍ବନୁମାନ କରାଯାଉଛି।

୨୦୦୭ରେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା ଭାରତୀୟ ଦଳ। ଏହା କେବଳ କ୍ରିକେଟ୍‌ ଜଗତକୁ ସ୍ତବ୍ଧ କରିଦେଇଥିଲା ତାହା ନୁହେଁ ବିଶ୍ୱକପ୍‌ ଇଭେଣ୍ଟକୁ କ୍ଷତିରେ ପକାଇ ଦେଇଥିଲା। ଟିମ୍‌ ଇଣ୍ଡିଆର ଖରାପ ଦ୍ରଦର୍ଶନ କାରଣରୁ ଦର୍ଶକମାନେ ରାଗରେ ଟିଭି ବନ୍ଦ କରି ଦେଇଥିଲେ। ଫଳରେ ଟୁର୍ନାମେଣ୍ଟର ଆର୍ଥିକ ଅବସ୍ଥା ଦୋହାଲି ଯାଇଥିଲା।

ପ୍ରସାରଣକାରୀ ଚ୍ୟାଲେନର ବିଜ୍ଞାପନ ରାଜସ୍ବ ହ୍ରାସ ପାଇଥିଲା। ଆଡଭାନ୍ସରେ ବିଜ୍ଞାପନ ପାଇଁ ସ୍ଲଟ ବୁକ୍‌ କରିଥିବା କମ୍ପାନୀ ବଳକା ଟଙ୍କା ଫେରାଇ ନେବାକୁ ଉଦ୍ୟମ କରିଥିଲେ। ମୃଦପାନୀୟ କମ୍ପାନୀ ପେପ୍‌ସି ବିଜ୍ଞାପନ ପାଇଁ ପ୍ରସାରଣକାରୀ ଚ୍ୟାନେଲ ସହ କରିଥିବା ଚୁକ୍ତିରେ ପରିବର୍ତ୍ତନ ନ ହେଲେ ଟଙ୍କା ଫେରସ୍ତ ଦାବି କରିଥିଲା। କେବଳ ଏତିକି ନୁହେଁ, ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଭାରତରୁ ଓ ବିଭିନ୍ନ ଦେଶର ଭାରତୀୟ ପ୍ରଶଂସକମାନେ ଟିକେଟ୍‌ କ୍ୟାନସେଲ କର ଦେଇଥିଲେ। ଫଳରେ ପ୍ରବଳ କ୍ଷତି ସହିବାକୁ ପଡ଼ିଥିଲା ଟୁର ଓ ଟ୍ରାଭେଲ୍ସ କମ୍ପାନୀକୁ।

କିନ୍ତୁ ଚଳିତ ଥର ଟୁର୍ନାମେଣ୍ଟରେ ଦୁଇ ସେମିଫାଇନାଲ ଓ ଫାଇନାଲକୁ ମିଶାଇ ୩ ମ୍ୟାଚ୍‌ ଖେଳାଯିବାର ଅଛି। ତେବେ ପ୍ରତ୍ୟେକ ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ଓ ପାକିସ୍ତାନର ଉପସ୍ଥିତି କାରଣରୁ ଇଭେଣ୍ଟକୁ ସେତେଟା କ୍ଷତି ସହିବାକୁ ପଡ଼ିବ ନାହିଁ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?