ସଲମାନଙ୍କ ଗୋଟିଏ ପରାମର୍ଶ ବଦଳାଇ ଦେଇଥିଲା ଏହି ଅଭିନେତାଙ୍କ କ୍ୟାରିୟର

ବଲିଉଡ ଅଭିନେତା ବବି ଦେଓଲ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ବବି ‘ବରସାତ୍‌’ ଫିଲ୍ମ ଜରିଆରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପୂର୍ବରୁ ସେ ଧର୍ମବୀର ଫିଲ୍ମରେ ଶିଶୁ କଳାକାର ଭାବରେ ମଧ୍ୟ ନଜର ଆସିଥିଲେ। ବବି ତାଙ୍କର ପ୍ରଥମ ଫିଲ୍ମ ‘ବରସାତ୍‌’ ପାଇଁ ଫିଲ୍ମଫେୟାର ବେଷ୍ଟ ଡେବ୍ୟୁ ପୁରସ୍କାର ମଧ୍ୟ ପାଇଥିଲେ। ଏହି ଫିଲ୍ମ ପରେ ସେ ‘ସୋଲଜର୍‌’, ‘ବାଦଲ’, ‘ବିଚ୍ଛୁ’, ‘ହମରାଜ’ ଏବଂ ‘ଅଜନାବି’ ଭଳି ଅନେକ ହିଟ ଫିଲ୍ମ ଦେଇଥିଲେ। କିନ୍ତୁ ଗୋଟିଏ ସମୟ ଏମିତି ଥିଲା, ଯେଉଁ ସମୟରେ ବବିଙ୍କୁ କାମ ମିଳି ନ ଥିଲା। ଏହା ତାଙ୍କ କ୍ୟାରିୟରର ସବୁଠାରୁ ଖରାପ ସମୟ ଥିଲା । ସେହି ସମୟରେ ସଲମାନ ଖାନଙ୍କ ପରାମର୍ଶ ତାଙ୍କ କ୍ୟାରିଅରକୁ ଟ୍ରାକକୁ ଫେରାଇ ଆଣିଥିଲା।
ଏକ ସାକ୍ଷାତକାରରେ ବବି ଦେଓଲ କହିଥିଲେ, ଦିନ ଥିଲା ମୁଁ ନିର୍ମାତାଙ୍କୁ ଭେଟିବା ଆରମ୍ଭ କରିଥିଲି କିନ୍ତୁ ସେମାନେ କାମ ଦେବାକୁ ମନା କରିଦେଇଥିଲେ। ସଲମାନ ମୋତେ ମୋର ଖରାପ ସମୟରେ ଭାଇ ସନ୍ନି ଦେଓଲ ଏବଂ ସଞ୍ଜୟ ଦତ୍ତଙ୍କ କାନ୍ଧ ଧରି ଚାଲିବାକୁ ପରାମର୍ଶ ଦେଇଥିଲେ। ଯଦି ତୁମେ ଅନ୍ୟ କଳାକାରଙ୍କ ସହିତ କାମ କର, ତେବେ ଏହା ବହୁତ ଭଲ ହେବ ।
ବବି ସଲମାନଙ୍କ କଥାକୁ ଗମ୍ଭୀରତାର ସହ ନେଇଥିଲେ। ପରେ ତାଙ୍କ କ୍ୟାରିୟର୍‌ ବଦଳି ଯାଇଥିଲା। ହତାଶ ଏବଂ ନିରାଶାରେ ଥିବା ବବିଙ୍କୁ ରେସ ୩ରେ ସଲମାନ ବ୍ରେକ ଦେଇଥିଲେ। ଯାହା ପରେ ତାଙ୍କ କ୍ୟାରିଅର୍‌ ଧୀରେ ଧୀରେ ଟ୍ରାକକୁ ଫେରିବା ଆରମ୍ଭ କଲା, କିନ୍ତୁ ଏହା ପରେ ତାଙ୍କ ୱେବ ସିରିଜ ଆଶ୍ରମ୍‌ ହିଟ ହୋଇଥିଲା। ଏହି ସିରିଜର ପ୍ରଥମ ଏବଂ ଦ୍ୱିତୀୟ ଭାଗ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ବର୍ତ୍ତମାନ ଦର୍ଶକମାନେ ଆଶ୍ରମ ଭାଗ ୩କୁ ଅପେକ୍ଷା କରିଛନ୍ତି । ବବିକ୍ୟାରିୟର ଆରମ୍ଭ ହେବାର ଗୋଟିଏ ବର୍ଷ ପରେ ତାନିଆଙ୍କୁ ବିବାହ କରିଥିଲେ। ତାନିଆ ତାଙ୍କୁ ସବୁବେଳେ କଷ୍ଟ ସମୟରେ ସାହାଯ୍ୟ କରୁଥିଲେ, ଏପରିକି ସେ ବବିଙ୍କୁ ଆର୍ଥିକ ଦୃଷ୍ଟିରୁ ସମର୍ଥନ କରିଥିଲେ। ଏହା ସହିତ ସେ ବ୍ୟବସାୟ ମଧ୍ୟ କରନ୍ତି । ତାଙ୍କର ମୁମ୍ବାଇରେ ଦୁଇଟି ଚାଇନିଜ ରେଷ୍ଟୁରାଣ୍ଟ ଅଛି ଏବଂ ସେ କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ତାଙ୍କ ସ୍ତ୍ରୀ ତାନିଆଙ୍କର ‘ଦି ଗୁଡ ଆର୍ଥ’ ନାମରେ ନିଜର ଆସବାବପତ୍ର ଏବଂ ଘର ସାଜସଜ୍ଜା ବ୍ୟବସାୟ ମଧ୍ୟ ଅଛି ।ସେ ଜଣେ ଡିଜାଇନର୍‌ ଭାବରେ କାମ କରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri