Posted inଖେଳ

କାହିଁକି ଲର୍ଡସରେ ଶର୍ଟ ଖୋଲିଦେଇଥିଲେ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତଥା ବିସିସିଆଇ ଅଧ୍ୟକ୍ଷ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ମସିହା ଜୁଲାଇ ୮ରେ କୋଲକତାରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ କ୍ରିକେଟକୁ ନୂଆ ଦିଶା ଦେଇଥିବା ଗାଙ୍ଗୁଲି ବ୍ୟାଟିଂ ଜରିଆରେ ଯେତିକି ଲୋକପ୍ରିୟ ହୋଇ ନ ଥିଲେ ଅଧିନାୟକ ଭାବେ କାର୍ଯ୍ୟ ତୁଲାଇ ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ। ୨୦୦୨ ଜୁଲାଇ ୧୩ ଗାଙ୍ଗୁଲିଙ୍କ କ୍ରିକେଟ କ୍ୟାରିୟରର ଐତିହାସିକ ଦିନ। ଲଡ୍ସରେ ଇଂଲଣ୍ଡ ବିପକ୍ଷରେ ନାଟଓ୍ବେଷ୍ଟ ଟ୍ରଫି ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମେ ଇଂଲଣ୍ଡ ଦଳ ୩୨୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଭାରତ ୧୪୬ ରନ୍‌ରେ ୫ଟି ଉଇକେଟ ହରାଇଥିଲା। ଏହି ସମୟରେ ଯୁବରାଜ ସିଂ ଏବଂ ମହମ୍ମଦ କୈଫଙ୍କ ସ୍ମରଣୀୟ ପାଳି ଭାରତକୁ ବିଜୟୀ କରିବାରେ ସହାୟକ ହୋଇଥିଲା। ଏହି ବିଜୟ ପରେ ଡେସିଂ ରୁମ୍‌ରେ ବସିଥିବା ଗାଙ୍ଗୁଲି ନିଜ ଶର୍ଟ ଖୋଲି ଉତ୍ସବ ପାଳିଥିଲେ।
ଗାଙ୍ଗୁଲି ହେଉଛି ଭାରତୀୟ କ୍ରିକେଟ ପରିବର୍ତ୍ତନର ବଡ ଚେହେରା। ଆଜି ଯେଉଁଠି ଟିମ ଇଣ୍ଡିଆ ି ଛିଡା ହୋଇଛି, ଗାଙ୍ଗୁଲି ଅଧିନାୟକ ଥିବାବେଳେ ଏହାର ମୂଳଦୁଆ ପକାଯାଇଥିଲା। ସେ ଦଳରେ ଲଢ଼ିବାର କରିବେଶ ସୃଷ୍ଟି କରିଥିଲେ। ଏହି ଆଧାରରେ ଟିମ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ଅନେକ ସଫଳତାର ପାହାଚ ଚଢିଥିଲା। ସେ କେବଳ ଜଣେ ଭଲ ଅଧିନାୟକ ନୁହଁନ୍ତି ବରଂ ଜଣେ ମହାନ ବ୍ୟାଟ୍ସମ୍ୟାନ ମଧ୍ୟ ଥିଲେ। ସେ ଟେଷ୍ଟରେ ୧୬ ଶତକ ଏବଂ ଦିନିକିଆରେ ୨୨ ଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri