ଦୁଷ୍ମନ୍ତଙ୍କ ଅନ୍ୟତମ ସହଯୋଗୀ ନୟାଗଡ଼ରୁ ଗିରଫ

ଭୁବନେଶ୍ୱର,୧୪ା୫ (ବ୍ୟୁରୋ): ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ୍‌ କାର୍ଡକୁ ପ୍ରି-ଆକ୍ଟିଭେଟ୍‌ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଣ ମାମଲାରେ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତ ସାହୁଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଶୁକ୍ରବାର ସରିଛି। ଏହାପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ୪ଦିନର ପଚରାଉଚରା ବେଳେ କ୍ରାଇମ୍‌ବ୍ରାଞ୍ଚ କିଛି ନୂଆ ତଥ୍ୟ ପାଇବା ସହ ତାଙ୍କ ବୟାନ ଆଧାରରେ ଆଉଜଣେ ଅଭିଯୁକ୍ତ ତଥା ତାଙ୍କ ସହଯୋଗୀଙ୍କୁ ନୟାଗଡ଼ରୁ ଗିରଫ କରିଛି। ସେ ହେଲେ ନୟାଗଡ଼ ଜିଲା ସଦର ଥାନା ବେଗୁନିଆପାଟଣା ଅଞ୍ଚଳର ଜ୍ଞାନରଞ୍ଜନ ସାହୁ(୨୪)। ଶୁକ୍ରବାର କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅଭିଯୁକ୍ତ ଜ୍ଞାନରଞ୍ଜନଙ୍କୁ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜ୍ଞାନରଞ୍ଜନ ପୂର୍ବରୁ ଏୟାରଟେଲ କମ୍ପାନୀରେ ଷ୍ଟୋର ବୟ ଭାବେ ଚାକିରି କରୁଥିଲେ। ସେହି ସମୟରେ କିପରି ସିମ୍‌ ଖୋଲା ଯାଉଥିଲା ସେ କୌଶଳ ଶିଖିଥିଲେ। ସେଠାରେ ଚାକିରି ଛାଡ଼ିବା ପରେ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେ ବିଭିନ୍ନ ଲୋକଙ୍କଠାରୁ ଭୋଡ଼ାଫୋନ୍‌ ସିମ୍‌ ସଂଗ୍ରହ କରି ଦୁଷ୍ମନ୍ତଙ୍କୁ ବିକ୍ରି କରୁଥିଲେ। ଗୋଟିଏ ସିମ୍‌ ପ୍ରତି ସେ ୧୪୦ ଟଙ୍କା ନେଉଥିଲେ। ଏପରି କି ସେ ଦୁଷ୍ମନ୍ତଙ୍କୁ ୯ ହଜାର ୬୦୦ରୁ ଅଧିକ ସିମ୍‌ ବିକ୍ରି କରିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଏଥିସହ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଧରିବାକୁ ଉଦ୍ୟମ ଜାରି ରହିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିଲା କେଏଲ୍‌ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ କାର୍ଯ୍ୟାଳୟ

ଭୁବନେଶ୍ୱର, ୮।୫(ବ୍ୟୁରୋ):  କେ.ଏଲ୍‌. ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟି ଆନ୍ଧ୍ରପ୍ରଦେଶର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିଛି। ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର...

ଡାକ୍ତରଙ୍କ ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ବାରିପଦା ମେଡିକାଲ କଲେଜରେ ଉତ୍ତେଜନା, ଥାନାରେ ଅଭିଯୋଗ କଲେ ମହିଳାଙ୍କ ସ୍ବାମୀ

ବାରିପଦା ଅଫିସ,୧।୨- ଡାକ୍ତରଙ୍କ ଅବହେଳାରୁ ମୃତଶିଶୁ ଜନ୍ମ। ପ୍ରସବ ସ୍ବାଭାବିକ ହେବ କହି ଶେଷରେ ମୃତଶିଶୁ ଜନ୍ମ ଦେଇଥିଲେ ଗର୍ଭବତୀ। ଏଥିସହ ପ୍ରସବ କରାଇବାକୁ ସମ୍ପୃକ୍ତ...

କେନ୍ଦ୍ରାପଡ଼ାରୁ ହଟିବେ ଅନୁପ୍ରବେଶକାରୀ

ଭୁବନେଶ୍ୱର,୩ା୧୦(ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ: କେନ୍ଦ୍ରାପଡ଼ା ଜିଲାରୁ ଅନୁପ୍ରବେଶକାରୀଙ୍କୁ ତଡ଼ାଯିବ। ଖୁବ୍‌ଶୀଘ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏନେଇ ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ(ଆରଜିଆଇ)ଙ୍କୁ...

ନକଲି ଗୁଟ୍‌ଖା କାରଖାନାରେ ଚଢ଼ାଉ

ଭୁବନେଶ୍ୱର(ବ୍ୟୁରୋ)/ କଟକ (ଟାଙ୍ଗୀ) ୨୩ା୧୧ (ଡି.ଏନ.ଏ.):ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ବ୍ୟାଗ୍‌ରୁ ୩୦ଲକ୍ଷ ଟଙ୍କା ମିଳିବା ଘଟଣା ନୂଆ ମୋଡ଼ ନେଇଛି। ଆଳୁ ଖୋଳୁ ଖୋଳୁ...

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ମାମଲା: ପୂର୍ବତନ ଏଜିଙ୍କୁ ସିବିଆଇର ପଚରାଉଚରା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ମାମଲାରେ ଛନ୍ଦି ହୋଇଥିବା ଓଡ଼ିଶାର ପୂର୍ବତନ ଆଡ୍‌ଭୋକେଟ୍‌ ଜେନେରାଲ୍‌ (ଏଜି) ଅଶୋକ ସେଠୀଙ୍କୁ ସିବିଆଇ ପଚରାଉଚରା କରିଛି। ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟରେ...

ଦୁର୍ନୀତିକୁ ନୀତି କରୁଛନ୍ତି ରାଜ୍ୟ, କେନ୍ଦ୍ର ସରକାର: ନିରଞ୍ଜନ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଗଣତନ୍ତ୍ରରେ ସୁଧାର ଆଣିବା ପରିବର୍ତ୍ତେ ଶାସନରେ ଥିବା ଦଳମାନେ ଏହାର ଅପବ୍ୟବହାର କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ...

ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ, ଘୋଷଣା ହୋଇଥିଲା ୫ ଲକ୍ଷର ପୁରସ୍କାର ରାଶି

ମାଲକାନଗିରି,୨୫।୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ପୋଲିସ କାର୍ଯ୍ୟାଳୟଠାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍‌ ଅହମ୍ମଦ କେଙ୍କ ନିକଟରେ ଆଜି ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ...

କୁକୁରକୁ ବଳିଦେଇ ରକ୍ତ ପିଇଲେ ୫ଶିଶୁ

ବଲାଙ୍ଗୀର ଅଫିସ,୧।୩: ପରମ୍ପରା ନାଁରେ ପଶୁବଳି ଦିଆଯିବା ଘଟଣା ଶିଶୁ ମାନସିକତା ଉପରେ କିଭଳି କୁପ୍ରଭାବ ପକାଇଥାଏ ତାହା ବଲାଙ୍ଗୀର ଜିଲା ସଦର ଥାନା ଅନ୍ତର୍ଗତ...

Advertisement
Archives

Model This Week