Posted inଜାତୀୟ

ସିକିମ୍‌ର ତିସ୍ତାନଦୀରେ ବନ୍ୟା ଆସିବା ପୂର୍ବରୁ ସିଗନାଲ ଦେବା ବନ୍ଦ କରିଥିଲା ପାଣିପାଗ ଷ୍ଟେଶନ: ଏନଡିଏମଏ

ଗ୍ୟାଙ୍ଗଟକ,୧୩।୧୦: ସିକିମ୍‌ରେ ବାଦଲ ଫଟା ବର୍ଷା ଯୋଗୁ ତିସ୍ତାନଦୀରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଅନେକ ଲୋକ ନିଖୋଜ ଅଛନ୍ତି। ତେବେ ଏହି ଭୟଙ୍କର ବନ୍ୟାକୁ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏକ ବଡ ସୂଚନା ଦେଇଛି। ହିମନଦୀ କୂଳରେ ସ୍ଥାପିତ ସୌର ଚାଳିତ ଟ୍ବିନ କ୍ୟାମେରା ଓ ପାଣିପାଗ ଷ୍ଟେଶନ ମଧ୍ୟରୁ ଗୋଟିଏ, ସେପ୍ଟେମ୍ବରରେ ସ୍ଥାପିତ ହେବାର ତିନି ଦିନ ପରେ ସିଗନାଲ ଦେବା ବନ୍ଦ କରିଦେଇଥିଲା ବୋଲି ବିଭାଗ କହିଛି।
ସେପ୍ଟେମ୍ବର ୧୬ରେ ଏନଡିଏମଏ ନେତୃତ୍ୱାଧୀନ ଦୁଇଟି କମ୍ପାନୀର ଟିମ୍‌ ଦ୍ୱାରା ଏହା ସ୍ଥାପିତ ହୋଇଥିଲା। ଏହାର କିଛି ଦିନ ପରେ ଅର୍ଥାତ୍‌ ଅକ୍ଟୋବର ୩ରେ ପ୍ରବଳ ବର୍ଷାରେ ତିସ୍ତାନଦୀରେ
ବନ୍ୟା ଆସି ଉତ୍ତର ସିକିମ୍‌ରେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏକ ବିବୃତ୍ତିରେ କହିଛ, ସିକିମ୍‌ର ୧୫ହଜାର-୧୬ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଦକ୍ଷିଣ ଲୋନାକ ହ୍ରଦ, ଶାକୋ ଚୋ ହ୍ରଦ ଦୁଇଟି ଯାକ ବିପଦପୂର୍ଣ୍ଣ ଗ୍ଲାସିଆଲ ହ୍ରଦ। ଏଥିପାଇଁ ସେଠାରେ ଟ୍ବିନ କ୍ୟାମେରା, ସ୍ବୟଂଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଦୂର ସ୍ଥାନ, ଜଳବାୟୁ, ଭୂମି ଏବଂ ଟପୋଗ୍ରାଫି ଏବଂ ମାନବ ବିହୀନ ସିଷ୍ଟମ ସ୍ଥାପନକୁ ଦୃଷ୍ଟିରେ ରଖି ଷ୍ଟେସନଗୁଡିକର ସୁରକ୍ଷା ଏବଂ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ଯଥେଷ୍ଟ ପ୍ରସ୍ତୁତି ଆବଶ୍ୟକ ଥିଲା।

ଏନଡିଏମଏ ଅନୁଯାୟୀ, ପ୍ରତିଦିନ ଏହି ଯନ୍ତ୍ରରୁ ୨୫୦ରୁ ଅଧିକ ପାଣିପାଗ ସୂଚନା ମିଳୁଥିଲା। କିନ୍ତୁ ସେପ୍ଟେମ୍ବର ୧୯ପରେ, ଦକ୍ଷିଣ ଲୋନାକ ହ୍ରଦରେ ସ୍ଥାପିତ ଏହି ଯନ୍ତ୍ର ସୂଚନା ପଠାଇବା ବନ୍ଦ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?