ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ ପ୍ରେସ୍‌କ୍ରିପ୍‌ଶନ କରିବେ, ସେ ନେଇ ଚେଷ୍ଟା କରାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି। ରବିବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଫାର୍ମାସି ଅଫିସର ସର୍ଭିସ ଆସୋସିଏଶନର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ କହିଲେ, ସରକାରଙ୍କ ଏହି ନୂତନ ବ୍ୟବସ୍ଥା ଫଳରେ ରୋଗୀମାନେ ଆଉ ହଇରାଣ ହରକତ ହେବେନାହିଁ। ସବୁ ନିଦାନ ଓ ଚିକିତ୍ସା ସମ୍ବନ୍ଧିତ ରେକର୍ଡ ଗୋଟିଏ କ୍ଲିକ୍‌ରେ ମିଳିବ। କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ହେଲ୍‌ଥ ଅଥରିଟି ପକ୍ଷରୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍‌) ମାଧ୍ୟମରେ ଆରୋଗ୍ୟ ସେତୁ ୨.୦ ଆପ୍‌ ଲଞ୍ଚ କରାଯାଇଛି। ଏଥିରେ ସ୍କାନ୍‌ ଆଣ୍ଡ୍‌ ଶେୟାର କନ୍‌ସେପ୍ଟ ରହିଛି। ପ୍ରେସ୍‌କ୍ରିପ୍‌ଶନକୁ ଶେୟାର କରି ଡିଜିଟାଲ ଲକର୍‌ ମାଧ୍ୟମରେ ରଖିହେବ। ଏଥିସହ ଖୁବ୍‌ଶୀଘ୍ର ଆଉ ଏକ ଆପ୍‌ ରାଜ୍ୟ ସରକାର ଆଣିବେ। ସ୍ବାସ୍ଥ୍ୟସେବାରେ ସୁବିଧା ଏବଂ ସୁରକ୍ଷା ପାଇଁ ଡାକ୍ତରମାନେ ଡିଜିଟାଲ ପ୍ରେସ୍‌କ୍ରିପ୍‌ଶନ ବ୍ୟବହାର କରିବେ। ସେହିପରି ସାମାନ୍ୟ ଜ୍ୱର ହେଉ କି ଥଣ୍ଡା, ଡାକ୍ତରଙ୍କ ପରାମର୍ଶ ନ ନେଇ ମେଡିଶିନ ଷ୍ଟୋର୍‌ରୁ ଆଣ୍ଟିବାୟୋଟିକ କିଣାଯାଉଛି। ସ୍ବାସ୍ଥ୍ୟ ବିଭାଗ ସଚେତନ କଲେ ମଧ୍ୟ ତାହା ବ୍ୟାପକ ହେଉନି। ତେଣୁ ଆପ୍‌ ଦ୍ୱାରା କେଉଁଠି, କେଉଁ ଡାକ୍ତର, କେଉଁ ରୋଗ ପାଇଁ କେଉଁ ଆଣ୍ଟିବାୟୋଟିକ ଲେଖିଛନ୍ତି ତାହା ଜଣାପଡ଼ିବ। ଏହାଦ୍ୱାରା ଆଣ୍ଟିବାୟୋଟିକ ବ୍ୟବହାରକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ଫାର୍ମାସି ସେବାର ଗୁରୁତ୍ୱକୁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ୩୯ ବର୍ଷର ଦାବିକୁ ସମ୍ମାନ ଜଣାଇ ଫାର୍ମାସି କ୍ୟାଡରର ପୁନର୍ଗଠନ ସହ ଫାର୍ମାସିଷ୍ଟମାନଙ୍କ ପାଇଁ ଜବ୍‌ ଚାର୍ଟ ପ୍ରସ୍ତୁତ କରାଯାଇଛି। ୧୧୦୮ ନୂତନ ଫାର୍ମାସି ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ଅନୁମୋଦନ ହୋଇଛି। ଏହି ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯିବ। ସେହିପରି ରାଜ୍ୟରେ ଫାର୍ମାସିଷ୍ଟ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ନିଯୁକ୍ତି ଓ ପଦୋନ୍ନତି ସେବା ୨୦୨୫ ଲାଗୁ ନିମନ୍ତେ ଆସୋସିଏଶନ କରିଥିବା ଦାବିକୁ ସରକାର ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ପ୍ରଦାନ, ଔଷଧର ସୁରକ୍ଷିତ ବ୍ୟବହାର, ଔଷଧ ସମ୍ପର୍କିତ ପରାମର୍ଶ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ତେଣୁ ଫାର୍ମାସି ସେବାକୁ ମଜଭୁତ କରିବା ଦ୍ୱାରା ରାଜ୍ୟର ସମଗ୍ର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଆହୁରି ଉନ୍ନତମାନର ହେବ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସଭାପତି ସମୀର ମହାନ୍ତି, ଔପନ୍ୟାସିକ କାଳନ୍ଦୀ ସାମଲ, ସଂଘ ସଭାପତି ଶୁଭଲକ୍ଷ୍ମୀ ସ୍ବାଇଁ, ସାଧାରଣ ସମ୍ପାଦକ କ୍ଷିତିଶ ପଟ୍ଟନାୟକ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡ. ମହେଶ ମୋହନ ପଣ୍ଡା, ସାମାଜିକକର୍ମୀ ଅଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ସଂଘର ସ୍ମରଣିକା ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଫାର୍ମାସି କ୍ୟାଡରର ପୁନର୍ଗଠନ, ଜବ୍‌ ଚାର୍ଟ ପ୍ରସ୍ତୁତି ଏବଂ ୧୧୦୮ ନୂତନ ଫାର୍ମାସି ଅଧିକାରୀ ପଦବୀକୁ ଅନୁମୋଦନ ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

ରୋହିତ ଶର୍ମା MIର ଅଧିନାୟକ ହେବା ଉପରେ ଏମିତି ପ୍ରତିକ୍ରିୟା ଦେଲେ ଚହଲ, ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି। ତିନି ସିଜିନର ବ୍ୟବଧାନ ପରେ, ରୋହିତଙ୍କୁ ପୁଣିଥରେ ‘ଅଧିନାୟକ’ ଭାବେ ଦେଖିବାକୁ ମିଳିବ। ଦଳର ପୂର୍ବତନ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…

ସୀମା ନିର୍ଦ୍ଧାରଣ ବିଲ ଉପରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି DMK; ଷ୍ଟାଲିନ କହିଲେ ଏହା ତାମିଲନାଡୁ ପାଇଁ ବଡ଼ ବିଜୟ

ନୂଆଦିଲ୍ଲୀ,୨୮।୧୧: ଶନିବାର ଡିଏମକେ (DMK) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ବିଲକୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛି। ଦଳର ମୁଖ୍ୟ ଏମ. କେ. ଷ୍ଟାଲିନ…

IND vs NZ: ଛୋଟ ଇନିଂସରେ ବଡ଼ ସଫଳତା ହାସଲ କରିଛନ୍ତି ଋଷଭ ପନ୍ତ, ନିରାଶ ହୋଇଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ,…

ଆକାଶ ଅମ୍ବାନୀଙ୍କ ଗୋଟିଏ ଫୋନ କଲ୍‌ରେ ବଦଳିଗଲା ରୋହିତ ଶର୍ମାଙ୍କ ନିଷ୍ପତ୍ତି, ଜାଣନ୍ତୁ କ’ଣ ଘଟିଲା

ମୁମ୍ବାଇ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ ରାଜି ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଚାମ୍ପିୟନ କରାଇଥିବା ରୋହିତ ଆଗାମୀ ଆଇପିଏଲ୍‌ରେ…

ମୋଦି ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମାୟାବତୀ

ନୂଆଦିଲ୍ଲୀ,୨୮।୧୧: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ, ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଯୋଗାଇବା ନେଇ କେନ୍ଦ୍ର…

ଅଷ୍ଟ୍ରେଲିଆ ଟିମ୍‌ରେ ବଡ଼ ହଲଚଲ: ୨ ଅଭିଜ୍ଞ ଖେଳାଳି ଦଳରୁ ବିଦା, କ୍ରିକେଟ୍‌ ଜଗତରେ ବଢୁଛି ଚର୍ଚ୍ଚା

ସିଡନୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। ଦଳରୁ ଦୁଇ ଅଭିଜ୍ଞ ଖେଳାଳି ନାଥନ ଲାୟନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?