ଭୁବନେଶ୍ୱର,୨୪।୨(ବ୍ୟୁରୋ): କୋଭିଡ୍ ସମୟରେ ରାଜ୍ୟ ବାହାରୁ ୧୦ ଲକ୍ଷ ୭ ହଜାର ୩୩୦ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୫୩୫ ଜଣଙ୍କୁ ଟେଲିଫୋନ ଯୋଗେ ଯୋଗାଯୋଗ କରାଯାଇଛି। ସେମାନଙ୍କ ମଧ୍ୟରୁ ୩୫୦୯ ଜଣ ବିଭିନ୍ନ ରାଜ୍ୟକୁ ଫେରି ଯାଇଛନ୍ତି। ଏହାଛଡା ୬୨ ହଜାର ଶ୍ରମିକ ବଲାଙ୍ଗୀର, ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲାରେ ଏବେ ସୁଦ୍ଧା ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୪ ହଜାର ୭୪୦ ଶ୍ରମିକଙ୍କୁ ଠିକ୍ ଟେଲିଫୋନ ନମ୍ବର ଅଭାବ ଯୋଗୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଫେରନ୍ତା ଶ୍ରମିକମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯାଇଛି। ଏହାଛଡା ରାଜ୍ୟସ୍ତରୀୟ ସିଙ୍ଗଲ୍ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟି ଅଥରିଟି ୫୨ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଯଦ୍ଦ୍ବାରା ରାଜ୍ୟରେ ୧,୧୭,୮୦୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୫୩ ହଜାର ୭୮୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ଏହି ସୂଚନା ଦେଇଛନ୍ତି। ମୁକେଶ ଅତିରିକ୍ତ ପ୍ରଶ୍ନରେ କହିଲେ, ରାଜ୍ୟକୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମିକ ଫେରିଛନ୍ତି। ସରକାରଙ୍କ ପାଖରେ ହିସାବ ନାହିଁ। ମନ୍ତ୍ରୀ କହିଲେ ୨୦ ଲକ୍ଷ ଶ୍ରମିକ ଫେରିବା ଖବର ବିଧାୟକଙ୍କ ପାଖରେ କେଉଁଠୁ ଆସିଲା ତାହା ଜାଣିପାରୁ ନାହିଁ। ରାଜ୍ୟକୁ ଫେରିଥିବା ଶ୍ରମିକମାନଙ୍କୁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି। ବଲାଙ୍ଗୀର, ନୂଆପଡା, ବରଗଡ ଓ କଳାହାଣ୍ଡି ଜିଲାର ୪୨୦ ବ୍ଲକରେ ଶ୍ରମିକମାନଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯିବା ବ୍ୟବସ୍ଥା ହୋଇଛି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ କରୋନା ମହାମାରୀରେ ରାଜ୍ୟକୁ ଫେରିଥିବା ଶ୍ରମିକଙ୍କ ହିସାବ ଶ୍ରମମନ୍ତ୍ରୀଙ୍କ ପାଖରେ ନାହିଁ। ସେମାନଙ୍କୁ କାମ ଯୋଗାଇବାକୁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, କେବଳ ଶ୍ରମିକ ନୁହନ୍ତି ଅନ୍ୟ ଲୋକ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ଅନ୍ୟ ରାଜ୍ୟରେ ରହିଛନ୍ତି ସେମାନେ ମଧ୍ୟ ଓଡ଼ିଶା ଫେରି ଆସିଛନ୍ତି।

କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ
ଛତ୍ରପୁର, ୨୭।୫(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲାର ଜନସାଧାରଣଙ୍କ ପାଇଁ ବୁଧବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଆଡ଼ଭାଇଜରୀ ଜାରି କରିଛନ୍ତି। ଘରେ ରୁହ ସୁରକ୍ଷିତ ରୁହ,...

ଅଧାରୁ ଅଟକିଲା ବୈଠକ, ଦରମା ବନ୍ଦ ନିର୍ଦ୍ଦେଶ
ବରଗଡ଼ ଅଫିସ୍,୧୫।୭: ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଶୁକ୍ରବାର ସନ୍ଧ୍ୟା ୫ଟାରେ ଖରିଫ୍-୨୦୨୨ ପାଇଁ ଜିଲା କୃଷି ନିର୍ଦ୍ଧାରଣ ବୈଠକରେ ଜିଲାପାଳ ମୋନିଷା ବାନାର୍ଜୀ...

ଉପାଧ୍ୟକ୍ଷ ପଦକୁ ବିଜେଡିର ୧୪ ଆଶାୟୀ
ଯାଜପୁର ରୋଡ,୪ା୪(ଡି.ଏନ୍.ଏ.): ନିର୍ବାଚନ ଫଳାଫଳ ଘୋଷଣା ପରେ ୨୬ଟି ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ନିର୍ବାଚନ ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ଏହି ମ୍ୟୁନିସିପାଲିଟିର...

ଅପରାହ୍ନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ
ଝାରସୁଗୁଡ଼ା ଅଫିସ,୧୦ା୫: ବୁଧବାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଅପରାହ୍ନ ୩ଟା ସୁଦ୍ଧା...

୫୦ ସିଏଚ୍ସିରେ ମିଳିବ ସ୍ଥାୟୀ ଚକ୍ଷୁ ଚିକିତ୍ସା ସୁବିଧା
ଭୁବନେଶ୍ୱର, ୧୭।୧୦ (ବ୍ୟୁରୋ): ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ ଲାଗି ଚଳିତ ଆର୍ଥିକ ବର୍ଷରେ ନିଆଯିବ ନୂତନ ପଦକ୍ଷେପ। ପୂର୍ବରୁ ୧୦ ଜିଲାରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା...

ରାସ୍ତାରେ ପୋଲିସ ପକାଇଲା ତାରବାଡ଼: ଶହୀଦ ପରିବାର ଗୃହବନ୍ଦୀ
ଢେଙ୍କାନାଳ ଅଫିସ, ୨୪।୭- ପୋଲିସ ଦାଦାଗିରି। କ୍ଷମତାର ବଳ ଦେଖାଇ ରାସ୍ତାରେ ଜୋରଜବରଦସ୍ତ ପକାଇଦେଲେ ତାରବାଡ଼। ଯେଉଁଥିପାଇଁ ଦେଶ ସେବାରେ ପ୍ରାଣବଳି ଦେଇଥିବା ଜଣେ ଶହୀଦଙ୍କ...
ଓଏଏସ୍ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍ ଅଫିସରସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ...

ଛତିଶଗଡ଼, ଓଡ଼ିଶା ବିରୋଧରେ ଅଭିଯୋଗ
ସମ୍ବଲପୁର,୬।୧୧(ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ବିସ୍ଥାପିତଙ୍କ ଥଇଥାନ ଓ ପୁନର୍ବାସ ସମସ୍ୟା ଉପରେ ଏନ୍ଏଚ୍ଆର୍ସିରେ ଦାଖଲ ହୋଇଥିବା ସତ୍ୟପାଠରେ ଭୁଲ ତଥ୍ୟ ରହିଛି। ଓଡ଼ିଶା ଓ...