ଗୋଟିଏ ଇଆଡ଼େ, ଆଉ ଗୋଟେ ସିଆଡ଼େ

ସମ୍ବଲପୁର/ରେଙ୍ଗାଲିରୁ,୨୧ା୫ (ଅନିଲ ଦାସ):ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସମ୍ବଲପୁର ସମେତ ୫ ଲୋକ ସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ଜୋରଦାର ଚଳାଇଛନ୍ତି। ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଛି। ପ୍ରାର୍ଥୀମାନେ ଗଁା ଗଁା, ଘର ଘର ବୁଲି ରାଲି, ଶୋଭାଯାତ୍ରା ଓ ସଭାସମିତି ଜରିଆରେ ଭୋଟ ଭିକ୍ଷା କରୁଛନ୍ତି। ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଦିନରାତି ଉଦ୍ୟମ ଚଳାଇଛନ୍ତି। ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେଉଛି। ଭୋଟରମାନେ ପ୍ରାର୍ଥୀଙ୍କ ସମ୍ମୁଖରେ ବିସ୍ଥାପିତ ସମସ୍ୟାଠାରୁ ଆରମ୍ଭ କରି ବେକାରି, ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ବିଭିନ୍ନ ସମସ୍ୟା ରଖୁଛନ୍ତି।
ନିର୍ବାଚନ ହେଲେ ପ୍ରାର୍ଥୀମାନେ ଗଁାକୁ ଆସି ଭୋଟଭିକ୍ଷା କରୁଛନ୍ତି। ଗରିବ ଲୋକଙ୍କ ସମସ୍ୟା ଯେମିତିକୁ ସେମିତି ଅଛି। ଏବେ ଭୋଟ ଦେବାକୁ ପଡ଼ିବ। ଯେଉଁ ପ୍ରାର୍ଥୀ ଆମକୁ ଭଲ ଲାଗିବେ ଆମେ ତାଙ୍କୁ ଭୋଟ ଦେବୁ। ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନ ରେଙ୍ଗାଲି ବିଧାନସଭା କ୍ଷେତ୍ର ଗୋଶାଲାର ଭୋଟର ରାଜେଶ୍ୱରୀ ନାୟକ କହିଛନ୍ତି, କିଏ ପ୍ରାର୍ଥୀ ଆମେ ଜାଣିନୁ। ୨ଟା ଚିହ୍ନ ରହିଛି। ସେଥିରୁ ଦେଖି ଗୋଟିଏ ଇଆଡ଼େ ଆଉ ଗୋଟିଏ ସିଆଡ଼େ ଦେବୁ।
ସେହିପରି ପ୍ରଫୁଲ୍ଲ ଭୋଇ କହିଛନ୍ତି, ଆମେ ଗରିବ ଲୋକ, ଖଟିଲେ ଚଳିବୁ। ରାଜନୀତି କ’ଣ ଆମେ ଜାଣିନୁ। ଭୋଟ ଦେବାକୁ କହୁଛନ୍ତି, ଯାହାକୁ ଗୋଟେ ଦେଇଦେବୁ। ଭୋଟରଙ୍କଠାରୁ ଏଭଳି ମତାମତ ଶୁଣିବା ପରେ ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନ ବିଭିନ୍ନ ବିଧାନସଭା ଆସନରେ ଭାଜପା ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଜୋର୍‌ଦାର ମୁକାବିଲା ହେଉଥିବା ସ୍ପଷ୍ଟ ହେଉଛି।
ରେଙ୍ଗାଲି ନିର୍ବାଚନମଣ୍ଡଳୀ ଅଧୀନ ଗୋଶାଲାଠାରେ ଧର୍ମେନ୍ଦ୍ର ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ନାଉରି ନାୟକ ଏକ ଜନ ସଭା କରିବା ସହ ବିରାଟ ରାଲିରେ ନିର୍ବାଚନମଣ୍ଡଳୀ ବୁଲୁଥିବା ଦେଖିବାକୁ ମିଳିଛି। ନିର୍ବାଚନୀ ସଭାରେ ଧର୍ମେନ୍ଦ୍ର ଭୋଟରଙ୍କୁ ନିବେଦନ କରିଛନ୍ତି, ଆସନ୍ତା ୨୫ ତାରିଖ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ ଓ ରେଙ୍ଗାଲିରେ ଭାଜପା ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପଦ୍ମଫୁଲରେ ୨ଥର ଭୋଟ ଦେବାକୁ ସେ କହିଛନ୍ତି।
ସେହିପରି ସ୍ଥାନୀୟ ବିଧାୟକ ପ୍ରାର୍ଥୀ ନାଉରି କହିଛନ୍ତି, ଏଠାରେ ବିରୋଧୀ ଦଳ ବିଧାୟକ ହୋଇଥିବାରୁ ରାଜ୍ୟ ସରକାର ଆମକୁ ସାବତ ପୁଅ ଭଳି ଦେଖୁଛନ୍ତି। ଆବଶ୍ୟକ ପାଣ୍ଠି ଯୋଗାଇ ଦେବାରେ ପାତରଅନ୍ତର କରାଯାଉଛି। ୫ ବର୍ଷରେ କେନ୍ଦ୍ର ସରକାରଙ୍କ ସହଯୋଗରେ ନିର୍ବାଚନମଣ୍ଡଳୀର ଅନେକ ବିକାଶ ହୋଇଛି। ବିଜେଡି ୨୫ ବର୍ଷ ଧରି ଲୋକଙ୍କୁ ଭୁଅଁାବୁଲାଉଛି। ଏଠାରେ ଅମଲାତନ୍ତ୍ରୀମାନେ ଶାସନ ଗାଦିକୁ ମାଡ଼ି ବସିଛନ୍ତି। ଲୋକେ ବୁଝିଗଲେଣି, ଏଥର ଡବଲ ଇଞ୍ଜିନ ସରକାର ଗଠନ ହେବ। ମୋଦିଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ଦ୍ରୁତଗତିରେ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ଗ୍ରହଣ ଅଭିଯୋଗରେ ବରିଷ୍ଠ ରାଜସ୍ବ ସହାୟକ ନିଲମ୍ବିତ

ନୂଆପଡ଼ା/ଖଡ଼ିଆଳ, ୫ା୮(ମକାରୁ ବେମାଲ/ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ଜିଲା ପ୍ରଶାସନ ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ…

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

ଯୋଗ୍ୟ ଶିକ୍ଷାନୁଷ୍ଠାନକୁ ଅନୁଦାନ ପ୍ରଦାନ ଦିଆଯାଉ, ଭଞ୍ଜନଗର ବିଧାୟକଙ୍କୁ ଦାବିପତ୍ର

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ଭଞ୍ଜନଗର ବ୍ଲକ ତରଫରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଭଞ୍ଜନଗର ବିଧାୟକ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri