ପ୍ରତି ୩ରେ ଜଣେ ମହିଳା ପୀଡ଼ିତା

ନୂଆଦିଲ୍ଲୀ, ୧୧ା୩: ପୁରୁଷ ପ୍ରଧାନ ସମାଜରେ ନିର୍ଯାତନାରୁ ନିସ୍ତାର ପାଇନାହାନ୍ତି ମହିଳା। ଗୋଟିଏ କି ଦୁଇଟି ଦେଶ ନୁହେଁ, ସାରା ବିଶ୍ୱରେ ମହିଳାଙ୍କ ବିରୋଧରେ ହିଂସା ବଢ଼ିବାରେ ଲାଗିଛି। ପ୍ରତି ୩ ଜଣରେ ଜଣେ ମହିଳା ବା ଝିଅ ହିଂସା ଅଥବା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ବିଶେଷକରି ୧୫ ବର୍ଷ ବୟସ୍କାଙ୍କ ଜୀବନରେ ଆରମ୍ଭ ହୋଇଯାଉଛି ଅତ୍ୟାଚାରର କଳଙ୍କିତ ଅଧ୍ୟାୟ। ଅଧିକାଂଶ କ୍ଷେତ୍ରରେ ଅନ୍ତରଙ୍ଗ ସାଥୀ ବା ସ୍ବାମୀଙ୍କ ଉତ୍ପୀଡ଼ନକୁ ସହ୍ୟ କରିବାକୁ ପଡ଼ୁଛି। ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବା ଭଳି ଏହି ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)।
ନିକଟରେ ବିଶ୍ୱ ପାଳିଛି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳା ନିର୍ଯାତନାରେ ରୋକ ଲଗାଇବା ପାଇଁ ସଚେତନତା ସୃଷ୍ଟିି ଉଦ୍ଦେଶ୍ୟରେ ସୋମବାର ପାଳିତ ଏହି ସ୍ବତନ୍ତ୍ର ଦିବସର ତାତ୍ପର୍ଯ୍ୟ ଅବୁଝା ହୋଇରହିଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସଦ୍ୟ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ବିଶ୍ୱବ୍ୟାପୀ ବଢ଼ିଚାଲିଥିବା ମହିଳା ବିରୋଧୀ ହିଂସାର ବିକଳ ଚିତ୍ର ଆଙ୍କିଛି। ରିପୋର୍ଟ ଅନୁଯାୟୀ, ସମଗ୍ର ବିଶ୍ୱରେ ପ୍ରତି ୩ ଜଣରେ ଜଣେ ମହିଳା ସେମାନଙ୍କ ଜୀବନ କାଳ ମଧ୍ୟରେ ଶାରୀରିକ କିମ୍ବା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ବିଶେଷକରି ୧୫ରୁ ୨୪ ବର୍ଷ ବୟସ ବର୍ଗର କିଶୋରୀ ତଥା ଯୁବତୀଙ୍କ କ୍ଷେତ୍ରରେ ଏହି ସମସ୍ୟା ଉତ୍କଟ। ଡବ୍ଲ୍ୟୁଏଚ୍‌ଓର ୨୦୧୩ ରିପୋର୍ଟକୁ ଦେଖିଲେ ସଦ୍ୟ ପ୍ରକାଶିତ ତଥ୍ୟରେ ଏହି ମହିଳା ହିଂସା ହାର ପରିବର୍ତ୍ତନ ହୋଇ ନ ଥିବା ଜଣାଯାଇଛି। ଏହା ବେଶ୍‌ ଚିନ୍ତାଜନକ ଓ ଉଦ୍‌ବେଗର ବିଷୟ। ଏ ଦିଗରେ ପ୍ରତ୍ୟେକ ଦେଶର ସରକାର ଗମ୍ଭୀର ଭାବେ ଚିନ୍ତା କରିବା ଜରୁରୀ ବୋଲି ଡବ୍ଲ୍ୟୁଏଚ୍‌ଓ ପରାମର୍ଶ ଦେଇଛି।
କୋଭିଡ୍‌ ମହାମାରୀ ତୁଳନାରେ ମହିଳା ନିର୍ଯାତନା ବଡ଼ଧରଣର ବିଶ୍ୱ ଜନସ୍ବାସ୍ଥ୍ୟ ସମସ୍ୟା ବୋଲି ଅଧ୍ୟୟନର ନେତୃତ୍ୱର ନେଇଥିବା ଡ. କ୍ଲାଉଡିଆ ଗାର୍ସିଆ ମୋରେନୋ କହିଛନ୍ତି। କରୋନା ଯୋଗୁ ଅନେକ ଦେଶରେ ଜାରି ଲକ୍‌ଡାଉନ୍‌ ଏବଂ ଏହା ପରବର୍ତ୍ତୀ ସ୍ଥିତି ମହିଳାଙ୍କ ସମସ୍ୟାକୁ ବହୁଗୁଣିତ କରିଛି। ଲୋକେ ଘରେ ରହିବା ଯୋଗୁ ନିର୍ଯାତନା ହାର ଯଥେଷ୍ଟ ବୃଦ୍ଧି ପାଇଛି। ମହିଳାମାନେ ସବୁ ପ୍ରକାରର ଘରୋଇ ହିଂସାର ଶିକାର ହୋଇଛନ୍ତି। ସେମାନଙ୍କ ପାଇଁ ଏହା କୌଣସି ମହାମାରୀ ଭଳି ଯନ୍ତ୍ରଣାଠାରୁ କମ୍‌ ନୁହେଁ। ଏହି ତଥ୍ୟକୁ ଅଧ୍ୟୟନରେ ସାମିଲ କରାଗଲେ ହିଂସା ହାର ଆହୁରି ଅଧିକ ରହିବ। କରୋନା ପାଇଁ ସିନା ଟିକା ବାହାରିଛି, କିନ୍ତୁ ମହିଳା ବିରୋଧୀ ବୈଶ୍ୱିକ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଏ ଯାଏ ଭାକ୍ସିନ ଆସି ନାହିଁ ବୋଲି ମାରୋନା କହିଛନ୍ତି। କୋଟି କୋଟି ମହିଳା ଏଥିଯୋଗୁ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଏ ଦିଗରେ ଗଭୀର ଭାବେ ଚିନ୍ତା କରିବାର ସମୟ ଆସିଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?