କିନ୍ନାର ଜିଲାରେ ଶତପ୍ରତିଶତ ଟିକାକାରଣ…

ଶିମ୍‌ଲା,୧୪।୧୦: ହିମାଚଳ ପ୍ରଦେଶର କିନ୍ନାର ଜିଲ୍ଲା ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କିନ୍ନର ଦେଶର ପ୍ରଥମ ଜିଲା ଭାବେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିପାରିଛି। ଜିଲାର ସମସ୍ତ ଲୋକଙ୍କୁ କରୋନା ଟିକାର ଉଭୟ ଡୋଜ୍‌ ଦିଆଯାଇଛି। ଏସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଜିଲାର ଡେପୁଟି କମିଶନର ଆବିଦ ହୁସେନ ସାଦିକ କହିଛନ୍ତି ଯେ କରୋନା ଟିକାର ଉଭୟ ଡୋଜ ଏଠାରେ ଥିବା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି। ସେ କହିଛନ୍ତି ଯେ ଜିଲାର ଟକାର ଉଭୟ ଡୋଜ୍‌ ନେଇଥିବା ଲୋକଙ୍କ ସଂଖ୍ୟା ୬୦,୩୦୫। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ମେଡିକାଲ ଏବଂ ପାରା-ମେଡିକାଲ କର୍ମଚାରୀମାନେ ଦିନରାତି ପରିଶ୍ରମ କରିଥିବା ସେ କହିଛନ୍ତି।

ଏହି ଜିଲାର ଭୌଗୋଳିକ ସ୍ଥିତି ଅନୁସାରେ ଏହି ସଫଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏଠାରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରି ବିପର୍ଯ୍ୟୟ ଏକ ସାଧାରଣ କଥା। ଏପରି ସ୍ଥିତିରେ, ଏହି ଲକ୍ଷ୍ୟ ହାସଲ କରିବା ଏକ ଆହ୍ବାନ ମୂଳକ କାର୍ଯ୍ୟ ଥିଲା ବୋଲି ସେ କହିଛନ୍ତି। ହିମାଚଳ ପ୍ରଦେଶର ୫୩.୭୭ ଲକ୍ଷ ଲୋକ ଟିକାର ପ୍ରଥମ ଡୋଜ୍‌ ନେଇସାରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ୩୦ରେ ହିମାଚଳ ପ୍ରଦେଶ ଏହି ସଫଳତା ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନିଶ୍ଚିତତା ଘେରରେ ରାମନଗର ଔଷଧୀୟ ନର୍ସରି: ବନ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ

ମହାକାଳପଡ଼ା, ୨୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ରାମନଗର କାଜୁଜଙ୍ଗଲ ସଫା କରାଯାଇ ୧୨ ଏକର ବାଲିଆ ଜମିରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଏକ…

ପଦ୍ମଶ୍ରୀ ଗ୍ରହଣ କରିବାକୁ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ କଲେ ସିଲାମ୍ବମ ଗୁରୁ, ଭାବପ୍ରବଣ ମୁହୂର୍ତ୍ତର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୫: ସୋମବାର (୨୫ ମଇ) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ।…

ଭାରତଗସ୍ତରେ ଥିବା ମାର୍କୋ ରୁବିଓଙ୍କୁ କାହିଁକି ପରିହାସ କଲା ଇରାନ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୬।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ସୋମବାର (୨୫ ମଇ) ସେ ତାଜମହଲ ପରିଦର୍ଶନ କରିବାକୁ ଆସିଥିଲେ। ଏହି ଗସ୍ତକୁ…

କୋଇଲା ପରିବହନକୁ ବିରୋଧ କରି ରାସ୍ତାରୋକୋ: ବିଧାୟକ-ଗ୍ରାମବାସୀ ଆଲୋଚନା ପରେ…

ରିଆମାଳ,୨୬।୫(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ବୁଢାପାଳ ଓ ପରା ପଞ୍ଚାୟତର ୩ ଗ୍ରାମ ଦେଇ କୋଇଲା ପରିବହନକୁ ବିରୋଧ କରି ତିନି ପଞ୍ଚାୟତର…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

ଦେବଗଡରେ କାଳବୈଶାଖୀ ତାଣ୍ଡବ, ଟିଣ ଆଜବେଷ୍ଟ ପଡି କଟିଗଲା ଯୁବକଙ୍କ ହାତ

ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି ।…

ବଳାତ୍କାର ଅଭିଯୁକ୍ତ ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ରୋହତକ,୨୬।୫: ଡେରା ସଚ୍ଚା ସୌଦା ମୁଖ୍ୟ ଏବଂ ଦୋଷୀ ସାବ୍ୟସ୍ତ ବଳାତ୍କାରୀ ଗୁରମିf ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ସେ ୩୦ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri