ପାଣି ପମ୍ପ ଲଗାଉଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ମୃତ

ପରଜଙ୍ଗ,୨୪।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୁ ପଞ୍ଚାୟତ ପରମହଂସ ପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗ୍ରାମର ପିକୁନୁ ସାହୁ(୩୩) ମଙ୍ଗଳବାର ସକାଳ ୮ ଟା ବେଳେ ନିଜ ବାଡ଼ିରେ ଥିବା କୂଅରେ ବିଦ୍ୟୁତ ଚାଳିତ ପାଣି ପମ୍ପ ଲଗାଉ ଥିବା ବେଳେ ପମ୍ପକୁ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଏପଟେ ମାଟି ଉଦା ଥିବାରୁ ବିଦ୍ୟୁତ ତାର ଲାଗିରହିଥିବା ବେଳେ ତୁରନ୍ତ ପରିବାର ଲୋକ ଦେଖି ଲାଇନ କାଟି ତାଙ୍କୁ ତାଳଚେର ମଣ୍ଡାପାଳ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇଁ ମେଡିକାଲ ରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କ ମୃତ୍ୟୁରେ କୁଆଳୁ ସରପଞ୍ଚ ଅଜିତି କୁମାର ସାହୁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ, ବସ୍ତ୍ର, ଆବଶ୍ୟକୀୟ ସାମଗ୍ରୀ ସହ ଦେଲେ…

ବଲାଙ୍ଗୀର, ୧୬।୫ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକର ବୁଢ଼ୀସିଣ୍ଡୋଲ ଗାଁର ଡାଙ୍ଗଗୋଠ ଠାରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନିଜଣ ବ୍ୟକ୍ତିଙ୍କ ଘର…

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ରାସ୍ତା ମରାମତି ନାଁରେ ପ୍ରହସନ: ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି):ରାସ୍ତା ମରାମତି ପରିବର୍ତ୍ତେ କେବଳ ସୂଚନା ଫଳକରେ ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଏଭଳି ଘଟଣା ଥୁଆମୂଳ ରାମପୁର…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଧନସିଂ: ପରିବାର ଚଳାଇବା…

ନୂଆପଡ଼ା,୧୬ା୫ (ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଅସହାୟ, ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା…

ସରପଞ୍ଚଙ୍କ ନିଆରା ପ୍ରୟାସ: ଚାରିଆଡ଼ୁ ସାଉଁଟୁଛନ୍ତି ପ୍ରଶଂସା

ନୂଆପଡ଼ା,୧୬ା୫(ମକାରୁ ବେମାଲ):ନୂଆପଡ଼ା ଜିଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା ଏସ୍‌ୟୁପି ଫ୍ରି ନୂଆପଡ଼ା ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ…

କଳାହାଣ୍ଡିରେ ବାହାର ରାଜ୍ୟ କମ୍ପାନୀର କାୟାବିସ୍ତାର: ଚିନ୍ତିତ ନାହାନ୍ତି ଅଧିକାରୀ, କର୍ମଚାରୀ

ଭବାନୀପାଟଣା, ୧୬ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ କେନ୍ଦୁପତ୍ରକୁ ନେଇ ବହୁ କୋଟି ଟଙ୍କାର କାରବାର ଏବେ ସଙ୍କଟମୟ ସ୍ଥିତିରେ ଗତି କରୁଛି। ସରକାର ବିପୁଳ ପରିମାଣର ରାଜସ୍ବ…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ପରିବେଶ ପ୍ରଦୂଷିତ ଅଭିଯୋଗ: ମା’ ତାରିଣୀ ପଥର କ୍ରଶର ୟୁନିଟକୁ ସିଲ୍ କଲା ପ୍ରଶାସନ                     

ଦିଗପହଣ୍ଡି,୧୫|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଡ଼ଙ୍କାରି ମୌଜା ରେ ଥିବା ମା ‘ ତାରିଣୀ ପଥର କ୍ରଶର ୟୁନିଟ କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri