ଦିନେ ଅଭିଯୋଗ ଶୁଣୁଥିଲେ, ଏବେ ଅଭିଯୋଗ ଜଣାଇଲେ

ନବରଙ୍ଗପୁର,୫ା୪(ବି.ପ୍ର.): ଦିନେ କଂଗ୍ରେସର ଗଡ଼ କୁହାଯାଉଥିବା ନବରଙ୍ଗପୁର ଜିଲାରେ ବିଜେଡିର ପତାକା ଉଡ଼ାଇ ସମସ୍ତ ଆସନ ହାତେଇବା ପଛରେ ଥିଲା ତାଙ୍କର ଅବଦାନ। ଦୁଇ ଦୁଇ ଥର ନଗରପାଳ ଓ ଥରେ ଉପାଧ୍ୟକ୍ଷ ଥିବା ସମୟରେ ନବରଙ୍ଗପୁର ସହରର ନବକଳେବର ମଧ୍ୟ ଦେଖିଛନ୍ତି ସହରବାସୀ। ଜଣେ ଦକ୍ଷ ସଙ୍ଗଠକ ସାଜି ବିଜେଡିରୁ ୨ଥର ଜିଲା ସଭାପତି ଥିଲେ। ତାଙ୍କ ଗୋଟିଚାଳନାରେ ଲୋକସଭା ଆସନ ସହ ୪ଟି ବିଧାନସଭା ସଭା ଆସନରୁ ୩ଟିରେ ବିଜେଡି ଦଖଲ ଥିଲା। ଗତ ନିର୍ବାଚନରେ ମଧ୍ୟ ନବରଙ୍ଗପୁର ବିଧାନସଭା ଆସନ ପାଇଁ ନିଜେ ପ୍ରାର୍ଥୀ ଚୟନ କରି ସଦାଶିବ ପ୍ରଧାନୀଙ୍କୁ ବିଜୟୀ କରାଇ ବିଧାୟକ ବନାଇଥିଲେ। ସେ ହେଉଛନ୍ତି ପ୍ରହଲ୍ଲାଦ ତ୍ରିପାଠୀ, ଯାହାଙ୍କୁ ସମସ୍ତେ ଅର୍ଜୁନ ବୋଲି ଡାକନ୍ତି। ଏବେ କିନ୍ତୁ ଦଳର କୌଣସି ସଭା ସମିତିରେ ତାଙ୍କୁ ଦେଖିବାକୁ ମିଳୁନାହିଁ। ଦିନେ ପୌର କାର୍ଯ୍ୟାଳୟରେ ବସି ସହରର ଆଲୋକୀକରଣ ରାସ୍ତାଘାଟର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିବାବେଳେ ଏବେ ସାଧାରଣ ମଣିଷ ଭଳି ଧାଡ଼ିରେ ରହି ପୌରପାଳିକାରେ ନିଜ ଅଭିଯୋଗ ଦେବାକୁ ଆସିଥିଲେ। ସୋମବାର ପୌରପାଳିକାରେ ପ୍ରଥମଥର ସହରବାସୀଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା ଜନଶୁଣାଣି ଶିବିର। ଲୋକଙ୍କ ଭିଡ଼ ଭିତରେ ଅର୍ଜୁନ ମଧ୍ୟ ଲାଇନରେ ଛିଡ଼ା ହୋଇ ନିଜ ଅଭିଯୋଗ ଲେଖାଇଥିଲେ l ବର୍ଷାଋତୁ ଆସିଲେ ନବରଙ୍ଗପୁର ସହରରେ ନାଳନର୍ଦ୍ଦମାର ପାଣି ଆସି କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ପ୍ରତିବର୍ଷ ଲୋକଙ୍କ ଘରେ ନାଳ ପାଣି ପଶୁଛି। ଏକ ମାଷ୍ଟର ପ୍ଲାନ୍‌ କରି ମଦର ଡ୍ରେନ୍‌ର ଆବଶ୍ୟକତା ରହିଛି ବୋଲି ସେ ଅଭିଯୋଗ ଜଣାଇଛନ୍ତି। ଏଥିସହ ସହରର ପ୍ରତ୍ୟେକ ସାହିରେ ଥିବା ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡ଼ିଛି। କାଉନ୍‌ସିଲରଙ୍କ କ୍ଷମତା ସଙ୍କୁଚିତ କରାଯାଉଥିବାରୁ ସମସ୍ୟା ଦୂର ହୋଇପାରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସହରର ସମସ୍ୟା ବିଷୟରେ ଲୋକଙ୍କ ସହ ଲାଇନରେ ଆସି ଅଭିଯୋଗ ଦେବା ଅନୁଭୂତି ଭଲ ଲାଗିଥିବା ବୋଲି ସେ କହିଛନ୍ତି। ସହରବାସୀଙ୍କର କିଛି ପ୍ରମୁଖ ସମସ୍ୟାକୁ ନେଇ ଧାଡ଼ିରେ ଛିଡ଼ାହୋଇ ଅଭିଯୋଗ କରିବା ଦୃଶ୍ୟ କିନ୍ତୁ ସମସ୍ତଙ୍କୁ ଚକିତ କରିଛି। ଜିଲାପାଳ ମଧ୍ୟ ସମସ୍ତ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ଅର୍ଜୁନଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ନବରଙ୍ଗପୁର ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ। ଅର୍ଜୁନ ଆମର ମାର୍ଗଦର୍ଶକ ହିସାବରେ ଆସି ଅଭିଯୋଗ ଦେଇଥିବା ସେ କହିଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ଆମେ ଅଲଗା ଅର୍ଥରେ ଗ୍ରହଣ କରିବା ଉଚିତ ନୁହେଁ ବୋଲି ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?