Posted inଖେଳ

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଚୟନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଏହି ସିରିଜ୍ ପାଇଁ ଶୀଘ୍ର ଦଳ ଘୋଷଣା କରିପାରନ୍ତି। ତେବେ ଏହି ସିରିଜ ପାଇଁ ଷ୍ଟାର୍ ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତଙ୍କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଅଭିଜ୍ଞ ପେସର ମହମ୍ମଦ ସାମୀଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରେ।

ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଋଷଭ ପନ୍ତଙ୍କ ପ୍ରଦର୍ଶନ ସେତେଟା ଆଖିଦୃଶିଆ ହୋଇନାହିଁ। ୪ଟି ମ୍ୟାଚ୍‌ରୁ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଗତ ୧୮ ମାସ ମଧ୍ୟରେ ସେ ଗୋଟିଏ ବି ଦିନିକିଆ ମ୍ୟାଚ୍ ଖେଳିନାହାନ୍ତି। ଏଭଳି ପରିସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ତାଙ୍କର ‘ହାଇ-ରିସ୍କ’ ବ୍ୟାଟିଂ ଶୈଳୀକୁ ନେଇ ସନ୍ତୁଷ୍ଟ ନଥିବା ଚର୍ଚ୍ଚା ହେଉଛି। ଯଦି ପନ୍ତଙ୍କୁ ଦଳରୁ ବାଦ୍ ଦିଆଯାଏ, ତେବେ ଏହା ତାଙ୍କ ପାଇଁ ଏକ ବଡ଼ ଝଟ୍‌କା ହୋଇପାରେ।

ପନ୍ତଙ୍କ ଫର୍ମ ଖରାପ ଥିବା ବେଳେ ଇଶାନ କିଷାନ ଏବଂ ଧ୍ରୁବ ଜୁରେଲ ଚମତ୍କାର ଫର୍ମରେ ଅଛନ୍ତି। ବିଜୟ ହଜାରେ ଟ୍ରଫିରେ ଇଶାନ କିଷାନ ମାତ୍ର ୩୩ ବଲ୍‌ରେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ଧ୍ରୁବ ଜୁରେଲ ମଧ୍ୟ ଉତ୍ତର ପ୍ରଦେଶ ପାଇଁ ଏକ ଦମଦାର ଶତକ ହାସଲ କରି ଦଳରେ ନିଜର ସ୍ଥାନ ପାଇଁ ଦୃଢ଼ ଦାବିଦାର ହୋଇଛନ୍ତି। କେ.ଏଲ୍. ରାହୁଲ ପ୍ରଥମ ପସନ୍ଦର ୱିକେଟ୍ କିପର ଥିବା ବେଳେ ଦ୍ୱିତୀୟ କିପର ଭାବେ କିଷାନଙ୍କୁ ସୁଯୋଗ ମିଳିପାରେ।

ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମୀ ଦୀର୍ଘ ଦିନ ପରେ ଜାତୀୟ ଦଳକୁ ଫେରିବା ସମ୍ଭାବନା ଅଛି। ଚାମ୍ପିଅନ୍ସ ଟ୍ରଫି ପରଠାରୁ ସେ ଦଳ ବାହାରେ ଥିଲେ, କିନ୍ତୁ ବିଜୟ ହଜାରେ ଟ୍ରଫିରେ ୮ଟି ୱିକେଟ୍ ନେଇ ସେ ନିଜର ଫିଟନେସ୍ ଓ ଲୟ ପ୍ରମାଣିତ କରିଛନ୍ତି। ଅନ୍ୟପଟେ, ଜସପ୍ରୀତ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସିରିଜ୍‌ରୁ ବିଶ୍ରାମ ଦିଆଯାଇପାରେ। ଅର୍ଶଦୀପ ସିଂ ଏବଂ ହର୍ଷିତ ରାଣାଙ୍କୁ ପୁଣି ସୁଯୋଗ ମିଳିବା ସମ୍ଭାବନା ରହିଛି।

ଶୁଭମନ ଗିଲ୍ ଦଳକୁ ଫେରୁଥିବା ବେଳେ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୈସୱାଲଙ୍କ ଉପସ୍ଥିତିରେ ଟପ୍ ଅର୍ଡର ବେଶ୍ ମଜବୁତ ଜଣାପଡ଼ୁଛି। ଦେବଦତ୍ତ ପାଡିକଲ ଘରୋଇ କ୍ରିକେଟରେ ଲଗାତାର ୩ଟି ଶତକ ହାସଲ କରିଥିଲେ ମଧ୍ୟ ଦଳରେ ତାଙ୍କ ପାଇଁ ସ୍ଥାନ ପାଇବା କଷ୍ଟକର ହୋଇପାରେ। ଶ୍ରେୟସ ଆୟର ଆହତ ଥିବାରୁ ଋତୁରାଜ ଗାଇକୱାଡ୍ ଚତୁର୍ଥ ସ୍ଥାନରେ ଖେଳିବା ଏକପ୍ରକାର ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri