ମୃତକଙ୍କ ପରିବାରକୁ ଠିକାସଂସ୍ଥା ଦେବ ଦେଢ଼ ଲକ୍ଷ ଲେଖାଏ ଟଙ୍କା: ହଟିଲା ଆନ୍ଦୋଳନ

ବାଲିଗୁଡ଼ା,୧୯ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁରୁବାଲି ବୁଲାଣି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣାରେ ବଡ଼ଗାଁ ଅଞ୍ଚଳର ଦୁଇ ଯୁବକ ରାକେଶ ମଲ୍ଲିକ(ଲିଚୁ) ଓ ଅଚ୍ୟୁତାନନ୍ଦ ନାୟକଙ୍କ ଜୀବନ ଚାଲିଯାଇଥିଲା। ଉଭୟେ ମହାସିଙ୍ଗି ଆଡୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ସୁରୁବାଲି ଗାଁ ନିକଟ ବୁଲାଣି ରାସ୍ତାରେ ଏକ ହାଇଓ୍ବା ଗାଡ଼ି ଆଗପଟରୁ ଧକ୍କା ଦେଇଥିଲା। ଫଳରେ ଦୁଇଜଣ ଗୁରୁତର ହୋଇ ରାସ୍ତାରେ ପଡ଼ିଥିଲେ। ଖବରପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।  ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟେକ୍ତ ଲୋକେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ସମ୍ପୃକ୍ତ ଠିକାସଂସ୍ଥା ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ୩ ଘଣ୍ଟା ପରେ ରାସ୍ତାରୋକୋ ହଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରେ ପତାକା ଉତ୍ତୋଳନ କଲେ ଗଣଶିକ୍ଷା ମନ୍ତ୍ରୀ

ଯାଜପୁର ଅଫିସ,୧୫।୮: ଯାଜପୁର ଜିଲାରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଖେଳପଡ଼ିଆଠାରେ ଆୟୋଜିତ ସମାରୋହରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର...

କଟକଣା ଫାଙ୍କି କାମ

ବଇଣ୍ଡା, ୩ା୪(ଡି.ଏନ.ଏ.) – କରୋନା ମୁକାବିଲା ପାଇଁ ଲକ୍‌ଡାଉନ ସହ ସାମାଜିକ ଦୂରତା ରକ୍ଷା ଭଳି ବିଭିନ୍ନ କଟକଣା ଜାରି ହୋଇଥିଲେ ହେଁ ଅନୁଗୋଳ ଜିଲା...

ନିରାକାରପୁର ଅଞ୍ଚଳରେ ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ଚିନ୍ତା: ପ୍ରଶାସନ ନିକଟରେ ଅଭିଯୋଗ କଲେ ଅଞ୍ଚଳବାସୀ

ନିରାକାରପୁର, ୮।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେବଳ ରାଜଧାନୀ ଭୁବନେଶ୍ୱରରେ ୩୦ରୁ ଅଧିକ ଆକ୍ରାନ୍ତ ରହିଛନ୍ତି। ଏପରିକି ଜଣେ ରୋଗୀଙ୍କ...

ସମୁଦ୍ର କୂଳରେ ‘ୱାଲର୍‌ଡ କ୍ଲେ ଡେ’

ବାଲେଶ୍ୱର ଅଫିସ,୧୬।୬-ବାଲେଶ୍ୱର ମଡ଼ ଆର୍ଟିଷ୍ଟଙ୍କ ଦ୍ୱାରା ମଙ୍ଗଳବାର ପୂର୍ବାହ୍ନରେ ଦୁବଲାଗଡ଼ି ସମୁଦ୍ରକୂଳରେ ‘ୱାଲର୍‌ଡ କ୍ଲେ ଡେ’ ପାଳନ କରାଯାଇଛି। ଶିଳ୍ପୀ କେଶୁ ଦାସଙ୍କ ତତ୍ତ୍ୱାବଧାନରେ ୧୫ଜଣ...

୫୫ ହଜାର ପ୍ଲଟ୍‌ରେ ହୋଇନି ଚାଷ

କେନ୍ଦୁଝର,୨ା୧(ସ୍ବ.ପ୍ର.):କେନ୍ଦୁଝର ଜିଲାରେ ଚଳିତ ବର୍ଷ ୫୫ ହଜାରରୁ ଊର୍ଦ୍ଧ୍ୱ ଜାଲ୍‌ ପଞ୍ଜୀକରଣ କରାଯାଇଛି। ପଞ୍ଜୀକୃତ ଜମିରେ ଧାନ ଚାଷ ହୋଇନାହିଁ। ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ସର୍ଭେରେ...

ପାଣିରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା ସରକାରୀ ଆଇଟିଆଇର ଜଣେ ଛାତ୍ରଙ୍କ ପାଣିରେ ବୁଡ଼ି ଜୀବନ ଯାଇଛି। ମୃତ ଛାତ୍ର ଜଣକ ପ୍ରଥମ ବର୍ଷ...

ହାତୀ ଆକ୍ରମଣରେ ଚାଲିଗଲା ୨ ଜଣଙ୍କ ଜୀବନ

ରାଉରକେଲା ଅଫିସ,୧୯ା୧୧-ସୁନ୍ଦରଗଡ ଜିଲା ଲାଠିକଟା ବ୍ଲକ ଅଞ୍ଚଳରେ ଗୁରୁବାର ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାନ୍ଧରୁ ଓରାମ(୭୫) ଓ କାର୍ତ୍ତିକ ଭୂମିଜ(୬୫)।...

ତାଳସାରୀ ବେଳାଭୂମିରୁ ମୃତ ଡଲଫିନ ଉଦ୍ଧାର

ଜଳେଶ୍ୱର/ଭୋଗରାଇ,୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର ବେଳାଭୂମିରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି। ରବିବାର ସକାଳେ ତାଳସାରୀ ବେଳାଭୂମିରେ ମାଛ ଧରିବାକୁ ଯାଇଥିବା...

Advertisement
Archives

Model This Week