କେଶରୀ ଇଷ୍ଟେଟ୍‌ ସଂସ୍ଥା ଏମ୍‌ଡିଙ୍କ ଘରୁ ଦେଢ଼ କେଜି ସୁନା ଜବତ ସୂଚନା

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଘର ଦେବା ଆଳରେ ଜମାକାରୀଙ୍କଠାରୁ କେଶରୀ ଇଷ୍ଟେଟ୍‌ ସଂସ୍ଥା ସାଢ଼େ ୫କୋଟି ଟଙ୍କା ଠକେଇ ମାମଲାର ବେଆଇନ ଅର୍ଥ କାରବାର ଦିଗକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତଦନ୍ତ ଜୋରଦାର ଚଳାଇଛି। ଶୁକ୍ରବାର ଇଡି ପକ୍ଷରୁ ସଂସ୍ଥାର ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବାବେଳେ ଶନିବାର ଅକ୍ଷୟଙ୍କ ଭାଇ ତଥା ସଂସ୍ଥାର ଏମ୍‌ଡି ଅଜୟ ଚୌଧୁରୀଙ୍କ ଘରୁ ଦେଢ଼ କେଜି ସୁନା ଜବତ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି, ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ଉପରେ ହେବ ବୋଲି ଜଣାପଡ଼ିଛି। ଏହାସହ ପୁରୀସ୍ଥିତ ମେ ଫେୟାର ହୋଟେଲରେ ହୋଇଥିବା ଝିଅ ବାହାଘର ସମୟରେ ଜମାକାରୀଙ୍କ ୮୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଇଡି ଜାଣିବାକୁ ପାଇଛି। ତେଣୁ ଏହାର କାଗଜପତ୍ର ସବୁ ଜବତ କରି ଅଧିକ ଖୋଳତାଡ଼ ଚଳାଇଛି। ଶୁକ୍ରବାର ଫରେଷ୍ଟ ପାର୍କ ପ୍ଲଟ ନଂ.୨୬୧, ସୂର୍ଯ୍ୟନଗର ଏ୬ସ୍ଥିତ ବାସଭବନ, କେଶରୀ ଟକିଜ୍‌ ନିକଟସ୍ଥ ସଂସ୍ଥାର ଅଫିସ ଓ ଗଞ୍ଜାମ ଜିଲା ବ୍ରହ୍ମପୁରର ଗୋଟିଏ ସ୍ଥାନରେ ଇଡି ପକ୍ଷରୁ ଯାଞ୍ଚ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଟଙ୍କା ଓ ସୁନା ଆଦି ଜବତ କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏହି ସଂସ୍ଥା ୨୦୦୮ରେ ପୋଖରୀପୁଟ ନିକଟରେ ୩୦ଟି ଡୁପ୍ଲେକ୍ସ ପ୍ରୋଜେକ୍ଚ ଆରମ୍ଭ କରିଥିଲା। ଏଥିପାଇଁ ଲୋକଙ୍କଠାରୁ ୩୦ଲକ୍ଷ ଲେଖାଏ ନେଇଥିଲା। ଏଠାରେ ଘର ନିର୍ମାଣ ବିଳମ୍ବ ହେବାରୁ ଲୋକମାନେ ଟଙ୍କା ଫେରିପାଇବା ପାଇଁ ଦାବି କରିଥିଲେ। ପରେ ସଂସ୍ଥା ୨୦୧୩ରେ ଯଦୁପୁର ମୌଜାରେ ଅନ୍ୟ ଏକ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ସେଠାରେ ୪୪ଟି ଡୁପ୍ଲେକ୍ସ ପାଇଁ ଉକ୍ତ ଲୋକଙ୍କ ଠାରୁ ଆଉ କିଛି ଟଙ୍କା ନିଆଯାଇଥିଲା। ଏଭଳିଭାବରେ ୧୮ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରୁ ଉକ୍ତ ସଂସ୍ଥା ସାଢ଼େ ୫କୋଟି ଟଙ୍କା ନେଇ ଠକେଇ କରିଥିଲା। ଏନେଇ ଜମାକାରୀମାନେ ୨୦୨୦ରେ ଅଭିଯୋଗ କରିବା ପରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ମାମଲା (ନଂ.୬/୨୦୨୦) ରୁଜୁ କରି ତଦନ୍ତ କରିବା ସହ ସେହିବର୍ଷ ସେପ୍ଟେମ୍ବର ୮ରେ ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିସହ ଅକ୍ଷୟଙ୍କ ବଡ଼ଭାଇ ତଥା ଏମ୍‌ଡି ଅଜୟ ଚୌଧୁରୀଙ୍କ ସମେତ ଆଉ କିଛି ଲୋକଙ୍କୁ ମଧ୍ୟ ଇଓଡବ୍ଲ୍ୟୁ ଅଭିଯୁକ୍ତ ଦର୍ଶାଇଥିଲା। ପରେ ଏହି ମାମଲାର ବେଆଇନ ଅର୍ଥ କାରବାର ଦିଗକୁ ନେଇ ଇଡି ଏକ ମାମଲା ରୁଜୁ କରି ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri