Posted inଜାତୀୟ

ପୁଣି ଥରେ ହେବ ଭାରତ-ଚାଇନା ସୀମା ବିବାଦ ଆଲୋଚନା…

ନୂଆଦିଲ୍ଲୀ,୨୧।୧୦: ସୀମା ବିବାଦକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ବିବାଦର ସମାପ୍ତି ଏପର୍ଯ୍ୟନ୍ତ ହୋଉନାହିଁ। ତେବେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ପୁଣି ଥରେ ଉଦ୍ୟମ କରିବାକୁ ଯାଉଛନ୍ତିି। ୧୩ତମ ରାଉଣ୍ଡ ଆଲୋଚନା ବିଫଳ ହେବା ପରେ ଭାରତ ଏବଂ ଚାଇନା ପୁଣି ଥରେ ସାକ୍ଷାତ କରିବାକୁ ରାଜି ହୋଇଛନ୍ତି।

ଅକ୍ଟୋବର ୧୦ରେ ବରିଷ୍ଠ କମାଣ୍ଡରସ୍ତରୀୟ ବୈଠକ ବିଫଳ ହୋଇଥିଲା। ଚଳିତ ମାସରେ ସୀମା ପ୍ରସଙ୍ଗରେ ୱାର୍କିଂ ମେକାନିଜିମ ଫର୍‌ କନ୍ସଲ୍ଟିଂ ଆଣ୍ଡ କୋଡିନେସନ (ଡବ୍ଲୁଏମ୍ସିସି) ର ଆଉ ଏକ ବଠକ କରିବାକୁ ଭାରତ ଏବଂ ଚାଇନା ରାଜି ହୋଇଛନ୍ତି। ତେବେ ବୈଠକର ତାରିଖ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ।

ନୂଆଦିଲ୍ଲୀ ଏବଂ ବେଜିଂରେ ଅବସ୍ଥାପିତ ଅଧିକାରୀଙ୍କ କହିବାନୁସାରେ, ପିପୁଲ୍ସ ଲିବରେସନ ଆର୍ମିର ଜିଦ୍‌ଖୋର ମନୋଭାବ ଯୋଗୁଁ, ଡେମସୋକରେ ଭାରତୀୟ ସେନା ପାଇଁ ପାଟ୍ରୋଲିଂ ଅଧିକାରକୁ ପୁନଃ ସ୍ଥାପିତ କରିବା ପାଇଁ ଆଳୋଚନା କରାଯିବ। ବୈଠକରେ ଲଦାଖର ହଟ ସ୍ପ୍ରିଙ୍ଗ୍ସ ଅଞ୍ଚଳରେ ପାଟ୍ରୋଲିଂ ପଏଣ୍ଟ ୧୫ (ପିପି ୧୫) ରେ ଭାରତ ଏବଂ ଚାଇନା ମୁହାମୁହିଁ ହୋଇଛନ୍ତି। ଏହାର ସମାଧାନ ପାଇଁ ପ୍ରୟାସ କରାଯିବ।

ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ବୈଠକରେ ଭାରତୀୟ ଦଳ ଅବଶିଷ୍ଟ ଅଞ୍ଚଳର ସମାଧାନ ପାଇଁ ଗଠନମୂଳକ ପରାମର୍ଶ ଦେଇଛନ୍ତି, କିନ୍ତୁ ଚାଇନା ଦଳ ଏହାକୁ ଗ୍ରହଣ କରି ନାହିଁ ଏବଂ ସେମାନଙ୍କ ପକ୍ଷରୁ କୌଣସି ଆଗାମୀ ପ୍ରସ୍ତାବ ମଧ୍ୟ ଦିଆଯାଇ ନାହିଁ। ଏଥି ସହିତ ଚାଇନା ପିଏଲ୍‌ଏର ୱେଷ୍ଟର୍ଣ୍ଣ କମାଣ୍ଡର ମୁଖପାତ୍ର ଲୋଙ୍ଗ ଶାଓହୁଆ କହିଛନ୍ତି ଯେ ଅଯୌକ୍ତିକ ତଥା ଅବାସ୍ତବ ଦାବି ଭାରତୀୟ ଦଳ ଜାରି ରଖିଛନ୍ତି। ଯାହା ଦ୍ୱାରା ବୁଝାାମଣାକୁ କଷ୍ଟସାଧ୍ୟ ହେଉିଛି।

ଭାରତ ଦାବି କରିଛି ଯେ ଚାଇନା ଉତ୍ତରରେ ଅବସ୍ଥିତ ଡେପସଙ୍ଗ ତରାଇରେ ନିଜର ପାଞ୍ଚଟି ପାଟ୍ରୋଲିଂ ପଏଣ୍ଟକୁ ପ୍ରବେଶ କରିବାକୁ ଅନୁମତି ଦେଉନାହିଁ। ଡେପସଙ୍ଗ ତରାଇ ଭାରତୀୟ ବାୟୁସେନାର ବୌଲତ ବେଗ ଓଲ୍ଡି ବିମାନବନ୍ଦର ନିକଟରେ ଅବସ୍ଥିତ, ତେଣୁ ଏହା ଭାରତ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ବୋଲି ଭାରତୀୟ ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri