Posted inଖେଳ

ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ ମ୍ୟାଚ୍‌ ଖେଳିଥିଲେ ମାଷ୍ଟର ବ୍ଲାଷ୍ଟର; ହେଲେ ଏହି ଘଟଣା ଯୋଗୁ…

ନୂଆଦିଲ୍ଲୀ,୧୫।୧୧: ୩୧ ବର୍ଷ ପୂର୍ବେ ଆଜିର ଦିନରେ କରାଚିରେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ସଚିନ ତେନ୍ଦୁଲକର। ମାତ୍ର ୧୬ ବର୍ଷ ବୟସରେ ସଚିନ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ। ଉକ୍ତ ମ୍ୟାଚ୍‌ରେ ଦ୍ରୁତ ବୋଲର ଓ୍ବାକର ୟୁନିସ୍‌ ମଧ୍ୟ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ। ସେ ମନୋଜ ପ୍ରଭାକରଙ୍କ ଓ୍ବିକେଟ୍‌ ନେବା ପରେ ସଚିନ ପଡ଼ିଆକୁ ଆସିଥିଲେ। ଡେବ୍ୟୁ ଇନିଂସରେ ସେ ୧୫ ରନ୍‌ କରିଥିଲେ, ଯାହା ସଚିନଙ୍କୁ ଦୁଃଖି କରିଥିଲା। ଏହି ଟେଷ୍ଟରେ ଦ୍ୱିତୀୟ ଥର ପାଇଁ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ ସଚିନ। ହେଲେ ଏହି ମ୍ୟାଚ୍‌ ପରେ ସେ ନିଜର ପ୍ରତିଭା ଜାହିର କରିଥିଲେ।
ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ସଚିନ ୨୦୦ ଟେଷ୍ଟ ଏବଂ ୧୦୦ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ୫୩.୭୮ ହାରରେ ସେ ୨୦୦ ଟେଷ୍ଟରେ ୧୫,୯୨୧ ରନ୍‌ ସ୍କୋର କରିଥିଲେ। ସେହିଭଳି ୪୬୩ ଏକ ଦିବସୀୟ ମ୍ୟାଚ୍‌ରେ ୪୪.୮୩% ହାରରେ ୧୮,୪୨୬ ରନ୍‌ କରିଥିଲେ। ପ୍ରଥମରେ ସେ ଜଣେ ଦ୍ରୁତ ବୋଲର ହେବାକୁ ଚାହୁଁଥିବା ବେଳେ ବ୍ୟାଟ୍ସମ୍ୟାନ ହୋଇ ଭଲ ପ୍ରଦର୍ଶନ କରିଥିଲେ। ୨୦୧୩ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାକୁ ସାତ ବର୍ଷ ବିତିଥିଲେ ହେଁ ଏବେ ବି ସଚିନଙ୍କ ପ୍ରଶଂସକ ଡେବ୍ୟୁ କାହାଣୀକୁ ମନେ ପକାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ଉପରେ ପ୍ରବଳ ରାଗିଗଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ଦୁବାଇ,୫।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡର ଏକ ମ୍ୟାଚ୍‌ରେ ପାକିସ୍ତାନ ୫ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତ ଆରମ୍ଭ ଭଲ...

୭ ରାଜ୍ୟରେ ଖୋଲିବ ୧୪୩ ଖେଲୋ ଇଣ୍ଡିଆ ସେଣ୍ଟର

ନୂଆଦିଲ୍ଲୀ, ୨୬ା୫ (ପି.ଟି.)- ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ ଲକ୍ଷ୍ୟ ନେଇ ୭ଟି ରାଜ୍ୟରେ ୧୪୩ ଖେଲୋ ଇଣ୍ଡିଆ ସେଣ୍ଟର ଖୋଲିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ...

କଟକ, କନ୍ଧମାଳର ସହଜ ବିଜୟ

ଭୁବନେଶ୍ୱର,୭।୫ (ସ୍ପୋଟର୍‌ସ ବ୍ୟୁରୋ): ୬୨ତମ ଜାତୀୟ ପୁରୁଷ ସିନିୟର ଆନ୍ତଃଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ର କ୍ୱାର୍ଟରଫାଇନାଲ ଲିଗ୍‌ ପର୍ଯ୍ୟାୟରେ ଶନିବାର ଖେଳାଯାଇଥିବା ଦୁଇଟି ମ୍ୟାଚରେ...

ଅଲିମ୍ପିକ୍‌ ରିଙ୍ଗରେ ଅନଶନ

ଟୋକିଓ,୧।୮: ଟୋକିଓ ଅଲିମ୍ପିକ୍ସରେ ରବିବାର ଆୟୋଜିତ ଏକ ସୁପର ହେବିଓ୍ବେଟ ବକ୍ସିଂ ମ୍ୟାଚ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜାଣିଶୁଣି ମୁଣ୍ଡରେ ପ୍ରତିପକ୍ଷ ବକ୍ସରଙ୍କୁ ଆଘାତ...

୨୨ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ କଲେ ଏହି ୧୭ ବର୍ଷୀୟା କ୍ରିକେଟର୍‌

ଲଣ୍ଡନ,୧୦।୮: ଭାରତର ଯୁବ ମହିଳା କ୍ରିକେଟର ଶେଫାଳି ବର୍ମା ଏବେ ଇଂଲଣ୍ଡର ହଣ୍ଡ୍ରେଣ୍ଡ ଲିଗରେ ଭାଗ ନେଉଛନ୍ତି। ଲିଗ୍‌ର ଏକ ମ୍ୟାଚ୍‌ରେ ସେ ଜବରଦସ୍ତ ପ୍ରଦର୍ଶନ...

ରୋହିତଙ୍କ ଶତକ ପୂରଣ ଦେଖି ସ୍ତ୍ରୀ କଲେ ଏମିତି କାମ

ଓଭାଲ,୬।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଓପନର୍‌ ରୋହିତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ବିଦେଶୀ ମାଟିରେ...

ପିତା ହେବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହି ଖୁସିଖବର ନିଜ ଫ୍ୟାନ୍‌ଙ୍କୁ...

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ନୂଆଦିଲ୍ଲୀ,୧୭।୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଶୁକ୍ରବାର ଇସ୍ତଫା ଦେଇଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପାଖକୁ...

Advertisement
Archives

Model This Week