ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ବଲିଉଡର ଏକ ସୁନ୍ଦର ଦମ୍ପତି ଭାବରେ ବିବେଚନା କରାଯାଏ। ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ-ଅଭିନେତ୍ରୀ ଜୟା ବଚ୍ଚନଙ୍କ ପୁଅ ଅଭିଷେକ ୧୪ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୭ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଅଭିଷେକ ୪୫ ଲକ୍ଷ ଟଙ୍କାର ଏକ ମଙ୍ଗଳସୁତ୍ର ଐଶ୍ଚର୍ଯ୍ୟାଙ୍କୁ ପିନ୍ଧାଇଥିଲେ। ବିବାହ ସମୟରେ ଐଶ୍ୱର୍ଯ୍ୟା ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ନୀତା ଲୁଲାଙ୍କ ଦ୍ୱାରା ଡିଜାଇନ୍ ଶୁଦ୍ଧ ସୁନାରେ ପ୍ରସ୍ତୁତ ଏକ ସୁବର୍ଣ୍ଣ କାଞ୍ଜିବରମ ଶାଢି ପିନ୍ଧିଥିଲେ, ଯାହାର ମୂଲ୍ୟ ପ୍ରାୟ ୭୫ ଲକ୍ଷ ଥିଲା। ବିବାହର ୪ ବର୍ଷ ପରେ ହିଁ ମଙ୍ଗଳସୁତ୍ର ପରିବର୍ତ୍ତନ କରିଥିଲେ ଐଶ୍ୱର୍ଯ୍ୟା। ଏହାର କାରଣ ଥିବା ଝିଅ ଆରାଧ୍ୟା ବଚ୍ଚନ। କୁନି ଝିଅ ପାଇଁ ଐଶ୍ଚର୍ଯ୍ୟା ବିବାହ ମଙ୍ଗଳସୁତ୍ରକୁ ଆଉ ଟିକେ ଛୋଟ କରିଦେଇଥିଲେ। ଝିଅ ଜନ୍ମ ପରେ ଭାରୀ ଅଳଙ୍କାର ପିନ୍ଧିବା ଠାରୁ ଐଶ୍ୱର୍ଯ୍ୟା ଏଡାନ୍ତି। ଫିଲ୍ମ ସେଟରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ଭେଟିଥିଲେ। ପରେ ଦୁହେଁ ପ୍ରେମରେ ପଡ଼ି ୨୦୦୭ ରେ ବିବାହ କରିଥିଲେ। ଅମିତାଭ ବଚ୍ଚନଙ୍କ ଜୁହୁ ବଙ୍ଗଳା ‘ପ୍ରତୀକ’ରେ ଏହି ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ବିବାହର ପ୍ରାୟ ୩ ବର୍ଷ ପରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କୁ ଜନ୍ମ ଦେଇଥିଲେ।