ଘରକୁ ଫେରିବା ବାଟରେ ଆକ୍ରମଣ କଲା ମହୁମାଛି, ଜୀବନ ବଞ୍ଚାଇବା ପାଇଁ ବୃଦ୍ଧ ପାଣିକୁ ଡେଇଁବାରୁ ଘଟିଲା…

ଝରିଗାଁ,୨୨ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅନ୍ତର୍ଗତ ବାରବାକୁଲି ଗ୍ରାମର ଜଣେ ବୃଦ୍ଧଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ବାରବାକୁଲି ଗ୍ରାମର ପଦୁ ସାନ୍ତା(୫୫) କୌଣସି ଏକ କାମରେ ଫୁଫୁଗାଁ ଯାଇଥିଲେ। ସେଠାରେ କାମ ସାରିବା ପରେ ବୁଧବାର ସନ୍ଧ୍ୟାରେ ନିଜ ଘରକୁ ଫେରୁଥିଲେ। ଘରକୁ ଫେରିବା ସମୟରେ ବାରବାକୁଲି ଗ୍ରାମଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଜଙ୍ଗଲ ନିକଟରେ ହଠାତ ପଦୁ ସାନ୍ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା। ମହୁମାଛି ଆକ୍ରମଣ କରିବା ପରେ ଜୀବନ ବଞ୍ଚାଇବା ପାଇଁ ନିକଟରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲେ। ତେବେ ସେହି ପୋଖରୀ ଭିତରୁ ଆଉ ବାହାରକୁ ବାହାରି ନ ପାରି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୀର୍ଘ ସମୟ ପରେ ପଦୁଙ୍କ ନାତି ପ୍ରଦୀପ ସାନ୍ତା ସେହି ରାସ୍ତା ଦେଇ ଯାଉଥିବା ବେଳେ ଅଜାଙ୍କ ମୃତ ଶରୀର ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଝରଗାଁ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଦେହ ବାହାର କରିଥିବା ବେଳେ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?