ମା’ ଠାକୁରାଣୀଙ୍କ ଯାତ୍ରାରେ ନବମ ଦିନରେ ପ୍ରକମ୍ପିତ ଗୌଡ଼ ସାହି

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମା’ ଠାକୁରାଣୀଙ୍କ ଯାତ୍ରା ୯ମ ଦିନରେ ପହଞ୍ଚିଛି। ଏହି ୯ଦିନ ଧରି ଦାରିଙ୍ଗବାଡ଼ିି ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରତିଦିନ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଅଷ୍ଟମ ଦିନରେ ମା’ ଠାକୁରାଣୀ ଲୋହାରସାହି ଘଟ ପରିକ୍ରମାରେ ଯାଇ ସେଠାରେ ସାହି ବାସିନ୍ଦାଙ୍କୁ ଦର୍ଶନ ଦେଇଥଲେ ଓ ସାହିବାସିନ୍ଦା ବଡ଼ ଧୂମ୍‌ଧାମରେ ପୂଜାର୍ଚ୍ଚନା କରି ଯଜ୍ଞ ପୂଜାପାଠ କରି ମା’ଙ୍କୁ ବିଦାୟ ଦେଇଥିଲେ। ସେହିପରି ନବମ ଦିନରେ ଗୌଡ଼ ସାହି ବାସିନ୍ଦା ବିରାଟ ପଟୁଆରରେ ଆସି ମା’ଙ୍କ ବାପଘର ତଥା ଅସ୍ଥାୟୀ ମନ୍ଦିରରେ ଆସି ପହଞ୍ଚିଥିଲେ। ସେଠାରେ ପହଞ୍ଚି ମା’ବୁଢ଼ୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ସହ ଆଳତି କରାଯାଇଥିଲା। ଗୌଡ଼ସାହି ପକ୍ଷରୁ ଗଜା ମୁହାଁ ଓ ପଣା ହାଣ୍ଡି ନେଇ ମା’ଠାକୁରାଣୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିରାଟ ପଟୁଆରରେ ସାହି ବାସିନ୍ଦା ଗୌଡ଼ ସାହିରୁ ବାହାରିବା ବେଳେ ଚଇତି ଘୋଡା ନୃତ୍ୟ ସମେତ ଘଣ୍ଟ, ବାଦ୍ୟ, ସିଂଘ ବାଦ୍ୟ, ଦଣ୍ଡ ବାଦ୍ୟ, ଢୋଲ,ଦଣ୍ଡ ପତାକା ଆଦି ଶୋଭାଯାତ୍ରାରେ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଗୌଡ଼ ସାହିର କର୍ମକର୍ତ୍ତା ତଥା ଠାକୁରାଣୀ ଯାତ୍ରାର ମୁଖ୍ୟ ପୂଜକ ବୁଲୁ ତ୍ରିପାଠୀଙ୍କ ସମେତ ଚନ୍ଦନ ତ୍ରିପାଠୀ, ସାଲୁ ଗୌଡ଼, ଲେଙ୍କା ନାୟକ, ଯୁଧିଷ୍ଠିର ପ୍ରଧାନ, ଦିଲୀପ ବେଣିଆ, ଅଜିତ ସାହୁ, ଅବକାଶ ବେହେରା, ଅନିଲ ସାହୁ, ସୁଶୀଳ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ବିଳମ୍ବିତ ରାତିରେ ଗ୍ରୀନବାଡ଼ି ବାସିନ୍ଦାଙ୍କ ପକ୍ଷରୁ ସ୍ଥାନୀୟ କଳାକାରମାନେ ମୁକ୍ତ ମଞ୍ଚରେ ନାଟକ ପ୍ରତିଯୋଗିତାରେ ‘ଲୁହରେ ଲେଖା ମୋ କପାଳ ରେଖା’ ନାଟକ ପରିବେଷଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ମା’ ଠାକୁରାଣୀ ପୂଜା କମିଟି ପକ୍ଷରୁ ପରିଚାଳନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

ପୁଣି ଝାଲମୁଢି ଖାଇଲେ ମୋଦି: ଏଥର ଦୋକାନରେ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ହାତରୁ ଖାଇ…

ନୂଆଦିଲ୍ଲୀ,୧୧।୬:କେନ୍ଦ୍ରରେ ମୋଦି ସରକାର ଐତିହାସିକ ୧୨ ବର୍ଷ ଶାସନ ପୂରଣ କରିଛି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଦୀର୍ଘ ଦିନ ପାଇଁ ରେକର୍ଡ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ଚାଲିଛି: ଦେବସ୍ନାନ ପୂର୍ଣ୍ଣିମା ପାଇଁ ସେବାୟତଙ୍କ ସହ ଆଲୋଚନା

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ରଥାଯାତ୍ରା ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଗୁରୁବାର ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର…

ହର୍ମୁଜ ନିକଟରେ ଭାରତୀୟ ଜାହାଜ ଉପରେ ପୁଣି ଆକ୍ରମଣ: ଚେତାବନୀ ସତ୍ତ୍ୱେ MT Jalveerକୁ ଟାର୍ଗେଟ, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ/ମସ୍କାଟ,୧୧।୬: ଓମାନ ଉପକୂଳରେ ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି। ଓମାନ ତଟ ନିକଟରେ ‘ଏମଟି ଜଲବୀର’ (MT Jalveer) ନାମକ ଏକ…

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ଦୁର୍ଘଟଣା ଜନିତ ମୃତ୍ୟୁରେ ଗୃହିଣୀଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା କ୍ଷତିପୂରଣ!

ନୂଆଦିଲ୍ଲୀ,୧୧।୬: ଦୁର୍ଘଟଣାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ସେତେବେଳେ ତାଙ୍କର ରୋଜଗାର କିମ୍ୱା ଦରମା ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ। କିନ୍ତୁ ହୋମ ମେକର୍‌ (ଗୃହିଣୀ)…

ମମତାଙ୍କ ଦଳରେ ବିଦ୍ରୋହର ସ୍ବର: TMC ଛାଡ଼ିଲେ ଆଉ ଜଣେ ଏମ୍‌ପି, ଏବେ ମାତ୍ର…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (TMC)ର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା। ଦଳର ଏମ୍‌ପିମାନେ ଏକାଠି ହୋଇ ଜଣଙ୍କ ପରେ ଜଣେ ମମତାଙ୍କ ହାତ ଛାଡୁଛନ୍ତି।…

ପ୍ରି-ୱେଡିଂ ସୁଟ୍ ହେଲା କାଳ! ଗଭୀର ପାଣିରେ ଖସିପଡ଼ିଲେ ଯୁବକ, ବାନ୍ଧବୀ ସାମ୍ନାରେ ହେଲା ମୃତ୍ୟୁ

ଜୟପୁର,୧୧।୬: ରାଜସ୍ଥାନର ରାଜସମନ୍ଦ ଜିଲାର ଡିଭେରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ ପୂର୍ବ ଫଟୋସୁଟ୍ ସମୟରେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ…

ଓମାନ ଉପକୂଳରେ ବାଣିଜି୍ୟକ ଜାହାଜ ଉପରେ ଆମେରିକାର ଆକ୍ରମଣ: ୨ ଭାରତୀୟ ନାବିକ ମୃତ, ଚିଫ୍‌ ଇଞ୍ଜିନିୟର ନିଖୋଜ

ନୂଆଦିଲ୍ଲୀ,୧୧।୬: ଷ୍ଟ୍ରେଟ ଅଫ ହର୍ମୁଜ ନିକଟ ଓମାନ ଉପକୂଳରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ଦୁଇ ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri