ଏକାଦଶୀରେ ଟଣାହେବ ବ୍ରହ୍ମ ତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା ଅଫିସ, ୯।୭: ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ଆସନ୍ତା ଏକାଦଶୀରେ ରବିବାର ଶେଷ ହେବ। ଏଥିପାଇଁ ଜିଲା ପ୍ରଶାସନ ଓ ଦେବୋତର ଟ୍ରଷ୍ଟ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦଶମୀ ତିଥିରେ ଅର୍ଥାତ ଶନିବାର ସନ୍ଧ୍ୟାରୁ ଶ୍ରୀଜୀଉମାନେ ବାହୁଡା ବିଜେ ପାଇଁ ରଥାଋଢ଼ ହେବେ। ଅପରାହ୍ନରେ ଶ୍ରୀଜୀଉଙ୍କ ଖେଚୁଡି ଭୋଗ ପରେ ରଥ ଦକ୍ଷିଣ ମୋଡ ହେବ। ବାହୁଡା ଦ୍ୱାରରେ ସନ୍ଧ୍ୟା ପ୍ରାୟ ୭ଟାରେ ଶ୍ରୀଜୀଉଙ୍କୁ ଧାଡି ପହଣ୍ଡିରେ ରଥାରୁଢ଼ କରାଯିବ। ଏକାଦଶୀ ତିଥିରେ ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଟଣା ହେବ ବୋଲି ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ରଥାଋଢ଼ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ଓ ନୀତିସ୍ନାନ ବଢ଼ିଲା ପରେ ଶ୍ରୀଜୀଉଙ୍କ ରଘୁନାଥ ବେଶ ହେବ। ଏହି ବେଶରେ ଶ୍ରୀଜଗନ୍ନାଥଙ୍କ ଶ୍ରୀରାମ ବେଶ ହୋଇଥିବା ବେଳେ ବଡଭାଇ ଶ୍ରୀବଳଦେବଜୀଉଙ୍କୁ ସାନୁଜ ଲକ୍ଷ୍ମଣ ବେଶରେ ସଜ୍ଜିତ କରାଯିବ। ଶ୍ରୀଜୀଉଙ୍କ ଉଭୟପାର୍ଶ୍ୱରେ ହନୁମାନ, ଅଙ୍ଗଦ, ନଳ, ନୀଳ, ସୁଶେଣ, ଜାମ୍ବବାନଙ୍କ କାଷ୍ଠ ନିର୍ମିତ ମୂର୍ତି ଶୋଭା ପାଇଥାଏ। ଶ୍ରୀଜୀଉଙ୍କ ଶ୍ରୀଚରଣ ଓ ଶ୍ରୀଭୂଜ ଲାଗି ହୋଇ ପଦ୍ମ ଫୁଲ ଉପରେ ସେବାୟତମାନେ ଉପବେସନ କରାଇବେ। ସନ୍ଧ୍ୟାରେ ଶ୍ରୀଜୀଉଙ୍କ ଏହି ବେଶ ଉଲାଗି ହୋଇ ଅଧରପଣା ନୀତି ହେବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ପତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ବନ୍ଦ ହେବ ଅଧିକାରୀଙ୍କ ଦରମା

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ…

ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ…

ଶୁଖିଲା ପଡ଼ିଲାଣି ନଈ, ନାଳ: ଗୃହପାଳିତ ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ କରାଯାଉ

କେସିଙ୍ଗା,୧୮ା୪(ତୁମେଶ୍ୱର ସାହୁ)- ଗ୍ରୀଷ୍ମତାତିକୁ ଦୃଷ୍ଟିରେ ରଖି କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ରରେ ଗୃହପାଳିତ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

୪ ମାସ ତଳେ କରିଥିଲେ ପ୍ରେମ ବିବାହ: ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା, ଏଭଳି ଅଭିଯୋଗ ଆଣି…

ଥୁଆମୂଳ ରାମପୁର, ୧୮ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ କାଦୋବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟା…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri