ରୁଆର ୧୫ ଦିନରେ ଧାନଗଛରେ ଥୋଡ଼

ପଟ୍ଟାମୁଣ୍ଡାଇ, ୧୪ା୯(କଳ୍ପତରୁ ନାୟକ)କେନ୍ଦ୍ରପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷଜମିରେ ତଳି ରୋଇବାର ମାତ୍ର ୧୫ ଦିନରେ ଧାନ ଗଛରୁ ଥୋଡ଼ ବାହାରିଛି। ଏହାକୁ ନେଇ ଚାଷୀ ଭାଗ୍ୟକୁ ଆଦରି ବସି ଥିବା ବେଳେ କୃଷି ବିଭାଗ ଅଫିସରେ ଜଣାଇଛନ୍ତି। କୃଷି ଅଧିକାରୀ କ୍ଷେତ ବୁଲି ଅନୁଧ୍ୟାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିସମ ସମ୍ପର୍କରେ ଜାଣି ନ ଥିବାରୁ ବିହନ ଦୋକାନୀ ଠକି ଦେଇଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି।
ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବେଲତଳ ଗ୍ରାମର ଚାଷୀ ସନ୍ତୋଷ ପାଢୀ କହିଛନ୍ତି, ୨ ଏକର ବିଲ ଚାଷ ପାଇଁ ସମବାୟ ସମିତିରୁ ସରକାରୀ ବିହନ ପାଇଁ ଯାଇଥିଲି। ମାତ୍ର ସମବାୟ ସମିତିରେ ବିହନ ନ ମିଳିବାରୁ ବଜାରରୁ କିଣି ତଳି ପକାଇବା ପରେ ଧାନ ଗଜା ହୋଇ ନ ଥିଲା। ସ୍ବଳ୍ପ ବୃଷ୍ଟିପାତ କାରଣରୁ ଧାନଗଜା ନ ହେବା ଭାବି ପୁଣି ଥରେ ଧାନ କିଣି ତଳି ପକାଇ ୨ ଏକର ବିଲରେ ରୁଆ ପୋତା କରିଥିଲି। ହେଲେ ତଳି ରୁଆ ହେଉ ହେଉ ଧାନରେ ଥୋଡ ଆସିଥିବା ଦେଖିବାକୁ ପାଇଲି। ତଳି ରୋଇବାର ମାତ୍ର ୧୫ଦିନ ମଧ୍ୟରେ ଏହି ରୁଆ ଧାନରେ ଥୋଡ ବାହାରିବା ଚିନ୍ତାରେ ପକାଇଛି। ଯେଉଁ ଧାନ ସର୍ବନିମ୍ନ ସାଢେ ୪ ମାସରେ ଥୋଡ ବାହାରିବା କଥା, ତାହା ତଳିପଡ଼ି ରୁଆ ହେବାର ଦେଢ ମାସ ମଧ୍ୟରେ ଥୋଡ଼ ଆସିଛି। ବାହାରିଥିବା ଥୋଡ ଅତ୍ୟନ୍ତ ଦୁର୍ବଳ ଓ ନିମ୍ନମାନର ହୋଇଥିବାରୁ ତାହା ମଧ୍ୟ ଅମଳକ୍ଷମ ନ ହେବା ସନ୍ଦେହ ପ୍ରକାଶ ପାଇଛି ବୋଲି ସେ କହିଛନ୍ତି।

ସାମାଜିକ କର୍ମୀ ପ୍ରତାପ ପାଢୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ କୃଷି ବିଭାଗର ଖାମଖିଆଲି ନୀତି ଚାଷୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଚଳିତ ଖରିଫ ଚାଷ ଆରମ୍ଭରୁ ବର୍ଷାର ଲୁଚକାଳି ଖେଳ, ବିହନ ଅଭାବ ସହ ସଂଗ୍ରାମ କରି ଚାଷ କାର୍ଯ୍ୟ ଆଗେଇ ନେଇଥିଲେ। ମାତ୍ର ଧାନରୁଆ ହେବାର ୧୫ ଦିନ ମଧ୍ୟରେ ରୁଆଧାନରୁ ଥୋଡ଼ ବାହାରିବା ଚାଷୀମାନଙ୍କୁ ହତାଶ କରିଛି। ସରକାରୀ ଷ୍ଟାମ୍ପରେ କିଣା ଯାଉଥିବା ବିହନ ଅତ୍ୟନ୍ତ ନିମ୍ନମାନର ଓ ନକଲି ହୋଇଥିବାରୁ ଏପରି ଅଭାବନୀୟ ସ୍ଥିତି ଦେଖିବାକୁ ମିଳୁଛି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ଚାଷୀ ରଞ୍ଜିତ ପ୍ରଧାନ କହିଛନ୍ତି, ସରକାର ଚାଷୀମାନଙ୍କୁ ଉନ୍ନତମାନର ଧାନ ବିହନ, ସାର, ଔଷଧ ଯୋଗାଇ ଦେବେ ବୋଲି ପ୍ରଚାର କରୁଛନ୍ତି। ଚାଷୀଙ୍କୁ ଉନ୍ନତମାନର ବିହନ, ସାର, ଔଷଧ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରାଥମିକ ସମବାୟ ସମିତି ଗଠନ କରିଛନ୍ତି। ପ୍ରକୃତରେ ଉନ୍ନତମାନର ବିହନ ସରକାର ଯୋଗାଇ ଦେଉନାହାନ୍ତି। ମାତ୍ର ଚଳିତ ବର୍ଷ କୃଷି ସେବା ସମିତିରୁ ଚାଷୀ ଉନ୍ନତ ବିହନ ପାଇପାରୁ ନାହାନ୍ତି କିମ୍ବା ସାର, ଔଷଧ ମଧ୍ୟ ଠିକ୍‌ ସମୟରେ ମିଳୁନାହିଁ। ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ। ଯୁବଚାଷୀ ସୁଶାନ୍ତ ସାମଲ କହିଛନ୍ତି, ସରକାରୀ ସିଡ୍‌ସ କର୍ପୋରେଶନରୁ ବିହନ ନ ମିଳିବାରୁ ଚାଷୀ ବଜାରରୁ ବିହନ କିଣିଥିଲେ। ହେଲେ ଏବେ ସେମାନେ ଠକାମିର ଶିକାର ହୋଇଛନ୍ତି। ଠିକ୍‌ ସମୟରେ ଚାଷୀ ବିହନ ନ ପାଇଲେ ଗୋଟିଏ ବର୍ଷର ଧାନ ଫସଲ ଅମଳ କରିବା ସମ୍ଭବ ହେବନାହିଁ। ଫଳରେ ବର୍ଷକର ଆହର ହରାଇବା ସହ ଖର୍ଚ୍ଚ କରିଥିବା ଟଙ୍କା ନ ଉଠିଲେ ଋଣ ଶୁଝିବା କଷ୍ଟକର ହେବ। ଚାଷୀ ବଜାରରୁ କିଣୁଥିବା ଧାନ ବିହନ ଉନ୍ନତମାନର ନ ଥିବାରୁ ଏଭଳି ଠକାମିରେ ପଡିଛନ୍ତି। ସରକାର ତୁରନ୍ତ ଚାଷୀମାନଙ୍କୁ ନିମ୍ନମାନର ଧାନ ବିହନ ବିକ୍ରି କରିଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦରକାର। ଏ ସଂକ୍ରାନ୍ତରେ ଅତିରିକ୍ତ କୃଷି ଅଧିକାରୀ ଶରତ ନାୟକଙ୍କୁ ପଚାରିବାରେ ନିଗମ ଦ୍ୱାରା ଆଦୃତ ବିହନ ୪ଟି ସ୍ତରରେ ଚେକ୍‌ ହେବା ପରେ ଚାଷୀଙ୍କ ନିକଟକୁ ଆସିଥାଏ। ଯଦି ସେ ବିହନରୁ ଗଜା ହେବାରେ ଫେଲ୍‌ ମାରେ ନୂଆ ବିହନ ମିଳିଥାଏ। ବଜାରରୁ କିଣି ଚାଷ କରିଥିବା ବିହନ ଉପରେ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ନାହଁି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?