ବିନା ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌ରେ ବି ୧୮ରୁ ୪୪ ବର୍ଷ ବୟସ୍କ ନେଇପାରିବେ ଟିକା

ନୂଆଦିଲ୍ଲୀ,୨୪।୫: କରୋନା ଭାକ୍ସିନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ୧୮ରୁ ୪୪ବର୍ଷର ଲୋକମାନେ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ ନ କରି ମଧ୍ୟ କୋଭିଡ ଟିକା ନେଇପାରିବେ। ଏଣିକି ଅନ୍‌ଲାଇନ୍‌ରେ ନ କରି ସିଧାସଳଖ ଟିକାକରଣ କେନ୍ଦ୍ରରେ ଲୋକମାନେ ରେଜିଷ୍ଟ୍ରଶନ କରାଇ ଟିକା ନେଇପାରିବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏହି ସୁବିଧା କେବଳ ସରକାରୀ କେନ୍ଦ୍ରରେ ଉପଲବ୍ଧ ହେବ। ବେସକରାରୀ ହସ୍ପିଟାଲଗୁଡ଼ିକରେ ଏବେ ବି ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ କରାଇ ସ୍ଲଟ ବୁକ୍‌ କରିବାକୁ ପଡ଼ିବ। ସୂଚନାଯୋଗ୍ୟ, ମେ’ ମାସରୁ ୧୮ରୁ ୪୪ବର୍ଷର ବୟସ୍କଙ୍କୁ ଟିକା ନେବା ପାଇଁ ସରକାର ଘୋଷଣା କରିଥିଲେ। ପ୍ରଥମେ ଟିକାକରଣ କେନ୍ଦ୍ରରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସରକାର ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌କୁ ଗୁରୁତ୍ୱ ଦେଇଥିଲେ। କିନ୍ତୁ ଏହାଦ୍ୱାରା ୨ପ୍ରକାରର ସମସ୍ୟା ଦେଖାଦେଇଥିଲା। ପ୍ରଥମଟି ହେଲା ଗ୍ରାମାଞ୍ଚଳର ଯେଉଁ ଲୋକଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ ସେମାନଙ୍କୁ ସ୍ଲଟ ବୁକିଂ କରିବାରେ ସମସ୍ୟା ଉପୁଜିଥିଲା। ଦ୍ୱିତୀୟଟି ହେଉଛି ଅନେକ ରାଜ୍ୟରୁ ଖବର ଆସୁଛି ଯେ, ଲୋକମାନେ ସ୍ଲଟ ବୁକ କରିବା ପରେ ବି ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରକୁ ଆସୁନାହାନ୍ତି। ଫଳରେ ଟିକା ନଷ୍ଟ ହେଉଥିବା ଘଟଣା ସାମ୍ନାକୁ ଆସିଥିଲା। ତେବେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଯୋଗୁ ବର୍ତ୍ତମାନ ଅବଶିଷ୍ଟ ଟିକା ବିନା ରେଜିଷ୍ଟ୍ରଶନ୍‌ରେ ଆସୁଥିବା ଲୋକଙ୍କୁ ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସିସୋଡିଆ ପଛରେ ଏଏପି ଆଗରେ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ନିର୍ବାଚନ ଫଳାଫଳକୁ ଦେଖି ମହାରାଷ୍ଟ୍ର ଓ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କର୍ମୀମାନେ ବିଜୟ ପର୍ବ ପାଳନ କରିବା ଆରମ୍ଭ କରି ଦେଲେଣି।...

ହିନ୍ଦୁ ମହିଳାଙ୍କୁ ମନ୍ଦିର ଦର୍ଶନ କରାଇ ଦେବା ପାଇଁ କାନ୍ଧରେ ବସାଇ ନେଲେ ମୁସଲମାନ ଯବାନ

ଆନ୍ଧ୍ରପ୍ରଦେଶର ତିରୁମାଲାରେ ଧାର୍ମିକ ସମନ୍ବୟର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଜଣେ ମୁସଲମାନ ଯବାନ ହିନ୍ଦୁ ମହିଳାଙ୍କୁ କାନ୍ଧରେ ବସାଇ ୬ କିଲୋମିଟର ନେଇଥିଲେ।...

ଗନ୍‌ ପଏଣ୍ଟ୍‌ରେ ଯାନବାହନ ଚେକିଂ କରୁଛି ଉତ୍ତରପ୍ରଦେଶ ପୋଲିସ୍‌: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୨୫।୬: ପୂର୍ବରୁ ଉତ୍ତରପ୍ରଦେଶର ଜଣେ ହାବିଲଦାର୍‌ ଚୋରଙ୍କ ପିଛା କରୁଥିବା ସମୟରେ ବନ୍ଧୁକ ନ ଫୁଟିବାରୁ ପାଟିରେ ଠାଏ ଠାଏ କହୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ...

ରାୟ ପୂର୍ବରୁ ଆକ୍ରମଣ ଆଶଙ୍କା:ଅଯୋଧ୍ୟାରେ ପୋଲିସ ଛାଉଣୀ

ଅଯୋଧ୍ୟା/ନୂଆଦିଲ୍ଲୀ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ଅଯୋଧ୍ୟା ମାମଲାର ବହୁ ପ୍ରତୀକ୍ଷିତ ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବାବେଳେ ରାମଙ୍କ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଗୋଇନ୍ଦା...

ଦୃଢ଼ ରାଜନୈତିକ ଇଛାଶକ୍ତି ମାଧ୍ୟମରେ ପ୍ରଭାବଶାଳୀ ଢଙ୍ଗରେ କରାଯାଇ ପାରିବ ବାୟୁସେନାର ଉପଯୋଗ…

ନୂଆଦିଲ୍ଲୀ,୧୮।୪ : ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀ ୨୦୧୯ରେ ପାକିସ୍ତାନର ବାଲାକୋଟରେ କରାଯାଇଥିବା ଅପରେଶନ ନେଇ ଭାରତୀୟ ବାୟୁସେନାର ଶକ୍ତି ସମ୍ପର୍କରେ ସୂଚନା...

୨୦ରେ ବିଏମ୍‌ଏସ୍‌ର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୬ା୫: କରୋନା ଭାଇରସ୍‌ ଯୋଗୁ ଜାରି ଲକ୍‌ଡାଉନ୍‌ ଫଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ୯ ରାଜ୍ୟ ସେମାନଙ୍କ ଶ୍ରମ ଆଇନରେ ସଂଶୋଧନ ଆଣିଛନ୍ତି। ଭାଜପାର...

ବିପ୍ଲବ କୁମାର ଦେବ କରୋନା ପଜିଟିଭ୍‌

ଅଗରତାଲା,୭।୪: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ଏସମ୍ପର୍କରେ ବିପ୍ଲବ ନିଜ...

କରୋନାକୁ ପତ୍ନୀ ସହ ତୁଳନା କଲେ ଇଣ୍ଡୋନେସିଆ ମନ୍ତ୍ରୀ !

ଜାକର୍ତ୍ତା,୨୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଚିନ୍ତା ବଢାଇ ଚାଲିଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବାକୁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି। ନିକଟରେ...

Advertisement
Archives

Model This Week