ଉଦ୍ଦେଶ୍ୟମୂଳକ ଭାବେ ଦିଆଯାଉଛି ନିର୍ଯାତନା

ଢେଙ୍କାନାଳ ଅଫିସ,୨୩ା୮: ଢେଙ୍କାନାଳ ଜିଲା ସଦର ବ୍ଲକର କ୍ଲଷ୍ଟର ରିସୋର୍ସ ସେଣ୍ଟର କୋଅର୍ଡିନେଟର (ସିଆର୍‌ସିସି) ମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିର୍ଯାତନା ଦିଆଯାଉଥିବା ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ କରା ନ ଗଲେ ସିଆର୍‌ସିସିମାନେ ସାମୂହିକ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଏ ସମ୍ପର୍କରେ ସେମାନେ ଜିଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ସୂଚନା ଦେଇଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ, ସିଆର୍‌ସିସିମାନେ ବିଦ୍ୟାଳୟ ମନିଟରିଂ, ବିଦ୍ୟାଳୟ ପରିସର ଓ ଶୌଚାଳୟ ସଫାସୁତରା, ପାନୀୟ ଓ ପରିମଳ ବ୍ୟବସ୍ଥା, ଜମିପଟ୍ଟା ପାଇଁ ଆବେଦନ, ଫାଇଲେରିଆ ଔଷଧ ବଣ୍ଟନ, ମୋ ସ୍କୁଲ ଅଭିଯାନ ପାଇଁ ସଚେତନତା ସହ ପାଣ୍ଠି ସଂଗ୍ରହ, ମଧ୍ୟାହ୍ନ ଭୋଜନ, ନ୍ୟୁଟ୍ରିଶନ ବଗିଚା ପ୍ରସ୍ତୁତି, କ୍ୱାଲିଟି ୟୁନିଫର୍ମ ବଣ୍ଟନ, ୟୁସି ସଂଗ୍ରହ, ପାଠ୍ୟ ପୁସ୍ତକ, ଲାଇବ୍ରେରି ବହି ଓ ବିଜ୍ଞାନ କିଟ୍‌ ବଣ୍ଟନ, ୫-ଟି ବିଦ୍ୟାଳୟ ପାଇଁ ସର୍ଭେ ଓ ମନିଟରିଂ, ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଁ ମୂଲ୍ୟାୟନ, ଶ୍ରେଷ୍ଠ ସ୍କୁଲ ପୁରସ୍କାର ପାଇଁ ସର୍ଭେ, ୯ମ ଓ ୧୦ମ ଶ୍ରେଣୀ ପରୀକ୍ଷାରେ ପର୍ଯ୍ୟବେକ୍ଷକ କାର୍ଯ୍ୟ, ନିର୍ବାଚନ ସମୟରେ ନୋମିନେଶନ ଗ୍ରହଣ କାର୍ଯ୍ୟ, ଇଚ୍‌ ୱାନ ଟିଚ୍‌ ୱାନ ପାଇଁ ମନିଟରିଂ, ସ୍କୁଲ ଆସୁ ନ ଥିବା ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଅଭିଭାବକମାନଙ୍କୁ ପ୍ରବର୍ତ୍ତାଇବା, ପ୍ରଥମ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିଦିନ ପିଲାଙ୍କ ଉପସ୍ଥାନ ସଂଗ୍ରହ, ବିଦ୍ୟାଳୟକୁ ମିଳୁଥିବା ବିଭିନ୍ନ ଅନୁଦାନର ବିନିଯୋଗ, ବିଦ୍ୟାଳୟର ଶୁଖିଲା ଖାଦ୍ୟ ଓ ରନ୍ଧନ ଖର୍ଚ୍ଚ ବଣ୍ଟନ, ଛାତ୍ରୀଛାତ୍ରଙ୍କ ଆଧାରକାର୍ଡ ପଞ୍ଜୀକରଣ, ବେସ୍‌ଲାଇନ ଓ ଏଣ୍ଡ୍‌ ଲାଇନ ଆସେସମେଣ୍ଟର ତଦାରଖ, ଭ୍ୟାକ୍ସିନେଶନ ରିପୋର୍ଟ ପ୍ରଦାନ, ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମର ସହଯୋଗ ଓ ଅନୁଦାନର ପିପିଏ ପ୍ରସ୍ତୁତି ସୂଚାରୁରୂପେ କରୁଛନ୍ତି। ଏସସବୁ ସତ୍ତ୍ୱେ କୌଣସି ଦୋଷ ନ ଥାଇ ଜିଲା ଶିକ୍ଷା ଅଧିକାରୀ ଆକ୍ରୋଶମୂଳକ ଓ ଉଦ୍ଦେଶ୍ୟମୂଳକ ଭାବେ ସିଆର୍‌ସିସିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କିରାଣିଙ୍କ ଠାରୁ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କୁତ୍ସିତ ଭାଷାରେ ସମାଲୋଚନା କରୁଛନ୍ତି। ଏପରିକି ବିଦ୍ୟାଳୟସ୍ତରରୁ କୌଣସି ଭୁଲ ପାଇଁ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହୋଇ ସିଆର୍‌ସିସିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଦୁଇଜଣ କିରାଣି ସିଆର୍‌ସିସିମାନଙ୍କୁ ତାତ୍ସଲ୍ୟ କରିବା ସହିତ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର କାମ ଲଦି ଦିଆଯାଇଛି। ଗତ ମାଟ୍ରିକ ପରୀକ୍ଷାରେ ସିଆର୍‌ସିସିମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ଗେଙ୍ଗୁଟିଆ ସିଆର୍‌ସିସିଙ୍କୁ ୪୦ କିଲୋମିଟର ଦୂରରେ ଦାୟିତ୍ୱ ଦିଆଯାଇ ଉଦ୍ଦେଶ୍ୟମୂଳକ ଭାବେ ନିଲମ୍ବିତ କରାଯାଇଥିଲା। ସପ୍ତଶଯ୍ୟା କ୍ଲଷ୍ଟର ସିଆର୍‌ସିସି ରବି ନାରାୟଣ ନାୟକ ଓ ମଙ୍ଗଳପୁର କ୍ଲଷ୍ଟର ସିଆର୍‌ସିସି ଇଚ୍ଛାବତୀ ରାଉତଙ୍କ ଦରମା ବନ୍ଦ କରାଯିବା ସହ ମାନସିକ ନିର୍ଯାତନା ଦିଆଯାଉଛି। ନିକଟ ଅତୀତରେ ମାନସିକ ଅଶାନ୍ତି ଯୋଗୁ ସୋଗରପଶି କ୍ଲଷ୍ଟରର ୩ଜଣ ସିଆର୍‌ସିସିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଉଦ୍ଦେଶ୍ୟମୂଳକ ଭାବେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନର ତୁରନ୍ତ ସମାଧାନ ଓ ନିଲମ୍ବିତ ସମୟକୁ ରେଗୁଲାର କରିବାକୁ ସିଆର୍‌ସିସିମାନେ ଦାବି କରିଛନ୍ତି। ସପ୍ତାହକ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ସାମୂହିକ ଭାବେ କାର୍ଯ୍ୟରୁ ଇସ୍ତଫା ଦେବେ ବୋଲି ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ଭାପୁର ସିଆର୍‌ସିସି ନୃସିଂହ ଚରଣ ପତି, ବେଲଟିକିରି ସିଆର୍‌ସିସି ରସାନନ୍ଦ ମହାରଣା, ସପ୍ତଶଯ୍ୟା ସିଆର୍‌ସିସି ରବି ନାରାୟଣ ନାୟକ, ଗେଙ୍ଗୁଟିଆ ସିଆର୍‌ସିସି ରାଜେନ୍ଦ୍ର କୁମାର ନାୟକ ପ୍ରମୁଖ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି କହିଛନ୍ତି, ସିଧାସଳଖ ସିଆର୍‌ସିସିମାନଙ୍କ ସହିତ କୌଣସି ଲିଙ୍କ୍‌ ନାହିଁ। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ସେମାନେ ରହିଛନ୍ତି। ସମସ୍ତ କାର୍ଯ୍ୟ ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ହେଉଛି। ମୋ ନିକଟକୁ ମଧ୍ୟ କୌଣସି ଅଭିଯୋଗ ଆସିନାହିଁ। ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ କହିଛନ୍ତି, ମାଟ୍ରିକ ପରୀକ୍ଷାକୁ ନେଇ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ କାର୍ଯ୍ୟରେ ଅବହେଳା ଯୋଗୁ ଦୁଇ ସିଆର୍‌ସିସିଙ୍କ ଦରମା ବନ୍ଦ କରାଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସାମୁହୂିକ ଇସ୍ତଫା ଦେବା ସମ୍ପର୍କରେ ମୋ ନିକଟକୁ ଅଭିଯୋଗ ଆସିନାହିଁ। ଟୁର୍‌ରେ ବାହାରକୁ ଯାଇଥିଲି। ମଙ୍ଗଳବାର ସିଆର୍‌ସିସିମାନଙ୍କ ସହିତ ଆଲୋଚନା କରିବି ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଉତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri