ହିଟ୍‌ ଫିଲ୍ମ ଦେବା ପରେ ବି କାହିଁକି ବଲିଉଡ୍‌ରୁ ଦୂରେଇ ଯାଇଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ରେ ଏବେ ନେପୋଟିଜିମକୁ ନେଇ ବହୁ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଆସୁଛି। ଏଠି ଏମିତିବି କେତେଜଣ କଳାକାର ଅଛନ୍ତି ଯେଉଁମାନେ ହିଟ୍‌ ଫିଲ୍ମ ହେବା ପରେ ବି ମୁହଁ ଫେରାଇ ନେଇଛନ୍ତି। ଏମିତି ଜଣେ ନାୟିକା ହେଲେ ଗ୍ରେସି ସିଂ। ‘ଲଗାନ’ ‘ମୁନ୍ନାଭାଇ ଏମ୍‌ବିବିଏସ୍‌’ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିବା ଏହି ନାୟିକା କିନ୍ତୁ ବେଶିଦିନ ଇଣ୍ଡଷ୍ଟ୍ରିରେ ତିଷ୍ଠି ପାରି ନ ଥିଲେ। ୨୦ ଜୁଲାଇ ୧୯୮୦ରେ ଜନ୍ମ ନେଇଥିବା ଏହି ନାୟିକା ଆଜି ବଡ ପରଦାଠାରୁ ବହୁ ଦୂରରେ। ଗ୍ରେସିଙ୍କ ପିତା ଜଣେ ଘରୋଇ କମ୍ପାନୀର କର୍ମଚାରୀ ହୋଇଥିବା ବେଳେ ମା’ଥିଲେ ଶିକ୍ଷୟିତ୍ରୀ। ସେମାନେ ଚାହୁଁଥିଲେ ଗ୍ରେସି ଡାକ୍ତର ଅବା ଇଞ୍ଜିନୟର ହୁଅନ୍ତୁ। କିନ୍ତୁ ସମୟ କ୍ରମେ ଗ୍ରେସି ପାଲଟି ଯାଇଥିଲେ କ୍ଲାସିକାଲ ଡ୍ୟାନ୍ସର। ଟେଲିଭିଜନ ଧାରାବାହିକରୁ କ୍ୟାରିୟର ଆରମ୍ଭ କରି ଏକାଥରେ ଲମ୍ଫ ମାରିଥିଲେ ବଲିଉଡ୍‌କୁ। ପ୍ରଥମ ଅଡିସନରେ ସିଲେକ୍ଟ ହୋଇ ପ୍ରଥମରୁ ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିଲେ ଏହି ନାୟିକା। କିନ୍ତୁ ସେ କେବେ ଓ କାହିଁକି ବଲିଉଡ୍‌ ଦୁନିଆରୁ ଦୂରେଇ ଗଲେ ତାହା କେହି ଜାଣନ୍ତି ନାହିଁ। ନିକଟରେ ଏକ ସାକ୍ଷାତ୍‌କାରରେ ଗ୍ରେସି କହିଛନ୍ତି, ମୁଁ ପରିଶ୍ରମ କରପାରେ କିନ୍ତୁ କାହାର ଚାଟୁକାର ହୋଇ ନ ପାରେ। ଗୋଟିଏ ଚରିତ୍ର ପାଇଁ ପ୍ରଯୋଜକଙ୍କ ନିକଟକୁ ଯିବା, ପାର୍ଟି ଆଟେଣ୍ଡ କରିବା ଏସବୁ ତାଙ୍କ ପାଇଁ ସହଜ କାମ ନ ଥିଲା। ତେଣୁ ସେ ଜାଣନ୍ତି ନାହିଁ କେବେ ସେ ବଲିଉଡ୍‌ରୁ ବାହାରୁକ ଚାଲି ଆସିଛନ୍ତି। ଏବେ ଏହି ନାୟିକା ଟେଲିଭିଜନ ପରଦାରେ ଅଭିନୟ କରୁଥିବା ବେଳେ ନିଜର ଏକ ଡ୍ୟାନ୍ସ ଏକାଡେମୀ ଖୋଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋମାନ୍ସ, ସସ୍‌ପେନ୍ସରେ ଭରପୂର ରହିବ ଭାଲେଣ୍ଟାଇନ୍‌ ସପ୍ତାହ: ପରଦାକୁ ଆସୁଛି ଏସବୁ ଫିଲ୍ମ

ବମ୍ବେ: ଆଗକୁ ଆସୁଛି ଭାଲେଣ୍ଟାଇନ୍‌ ଡେ। ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଦୃଷ୍ଟିରେ ରଖି ରୋମାନ୍ସ ଏବଂ ସସ୍‌ପେନ୍ସ ଉପରେ ଆଧାରିତ ଏକାଧିକ ଫିଲ୍ମ ଭେଟିଦେବାକୁ ଯାଉଛନ୍ତି।...

ସରିଲା ‘ଶକୁନ୍ତଳା ଦେବୀ’ ପ୍ରଥମ ସିଡ୍ୟୁଲର ଶୁଟିଂ

ମୁମ୍ବାଇ: ବଲିଉଡ୍‌ ମୁଭି ‘ଶକୁନ୍ତଳା ଦେବୀ’ର ପ୍ରଥମ ସିଡ୍ୟୁଲର ଶୁଟିଂ ଶେଷ ହୋଇଛି। ଏହାପରେ ଏଥିରେ ଅଭିନୟ କରୁଥିବା କଳାକାରମାନେ ପାର୍ଟି କରୁଥିବା ନଜର ଆସିଛି।...

ଟ୍ବିଙ୍କିଲଙ୍କୁ ମେକ୍‌ଅପ୍‌ କଲେ ଝିଅ ନିତାରା: ମା’ କହିଲେ ଏଭଳି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ ଖନ୍ନା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ନିଜର ପର୍ସନାଲ ଲାଇଫ୍‌ ହେଉ ଅବା କାର୍ଯ୍ୟକଳାପର କେତେକ ଫଟୋ ଓ...

ଅପ୍ରେଲରେ ବିବାହ କରିବେ ରିଚା ଚଢ଼ା-ଅଲ୍ଲୀ ଫାଜଲ୍‌: ୩ ସ୍ଥାନରେ ଦେବେ ରିସେପ୍‌ସନ୍‌ ପାର୍ଟି

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି। ନିକଟରେ ଅଭିନେତ୍ରୀ କରିସ୍ମା ଏବଂ କରୀନା କପୁରଙ୍କ ଭାଇ ଅରମାନ ଜୈନ୍‌ ବିବାହ କରିଥିଲେ। ଏବେ ଆଉ ଏକ...

ବାଥ୍‌ରୁମ ସେଲ୍‌ଫି ଶେୟାର କଲେ ଏହି ଅଭିନେତ୍ରୀ, ଦର୍ଶକ ପଚାରିଲେ ଏମିତି ପ୍ରଶ୍ନ

ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏକି ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେବେ...

ଅଭିନେତ୍ରୀଙ୍କ ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଚ୍ୟାଲେଞ୍ଜ: ଭାଇରାଲ ହେଉଛି ଫଟୋ

ଲକ୍‌ଡାଉନ୍‌ ସମୟରେ ଘରେ ରହି ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଚ୍ୟାଲେଞ୍ଜକୁ ଆସେପ୍ଟ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଚ୍ୟାଲେଞ୍ଜ।...

ବଲିଉଡ୍‌ କଳାକାର ଦିନୟାରଙ୍କ ଦେହାନ୍ତ

ମୁମ୍ବାଇ: ଅଭିନେତା ଭାବେ ଅନେକଙ୍କ ମୁହଁରେ ହସ ଫୁଟାଇଥିବା ବଲିଉଡ୍‌ କଳାକାର ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟରଙ୍କର ବୁଧବାର ପରଲୋକ ହୋଇଛି। ବେଶ୍‌ କିଛି ଦନ ହେବ...

‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର ରିଲିଜ୍‌, ପରେଶଙ୍କ ସହ ନଜର ଆସୁଛନ୍ତି ଶିଳ୍ପା

ବମ୍ବେ: ରିଲିଜ୍‌ ହୋଇଛି ‘ହଙ୍ଗାମା-୨’ର ପୋଷ୍ଟର। ଟ୍ରେଡ୍‌ ଆନାଲିଷ୍ଟ ତରନ୍‌ ଆଦର୍ଶ ନିଜର ଟୁଇଟର ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟରକୁ ରିଲିଜ୍‌ କରିଛନ୍ତି। ଏଥିସହ ଫିଲ୍ମଟି ଆସନ୍ତାବର୍ଷ...

Advertisement
Archives

Model This Week