Posted inଜାତୀୟ

ଚୁଟି ଧରି ମୁଥା ମରାମରି ହେଲେ ଦୁଇ ମହିଳା ସ୍ବାସ୍ଥ୍ୟକର୍ମୀ

ପାଟଣା,୨୪।୧: ବିହାରର ଜାମୁଇ ଜିଲାର ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ମହିଳା ସ୍ବାସ୍ଥ୍ୟ କର୍ମୀ ପରସ୍ପରର ଚୁଟି ଧରି ମୁଥା ମରାମରି ଘଟଣାର ଭିଡିଓ ଭାଇରାଲ ହୋଇଛି। ଘଟଣାଟି ଘଟିଛି ଜାମୁଇ ଜିଲାର ଲକ୍ସମିପୁର ବ୍ଲକର ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ। ଭିଡିଓରେ ଦୁଇ ମହିଳା ସ୍ବାସ୍ଥ୍ୟକର୍ମୀ ପରସ୍ପରକୁ ଆକ୍ରମଣ କରୁଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

ଆଶା କର୍ମୀ ରିଣ୍ଟୁ କୁମାରୀ ଏକ ନବଜନ୍ମିତ ଶିଶୁକୁ ଏଏନ୍‌ଏମ୍‌ ରଞ୍ଜନା କୁମାରୀଙ୍କ ନିକଟକୁ ବିସିଜି ଟିକା ପାଇଁ ନେଇଥିଲେ। ଟିକା ଦେବା ପରେ ଏଏନ୍‌ଏମ୍‌ କର୍ମୀ ୫୦୦ ଟଙ୍କା ଦାବି କରିଥିଲେ। ଏଥିଯୋଗୁ ଦୁହିଁଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ପରେ ମାଟରନିଟି ଓ୍ବାର୍ଡ ନିକଟରେ ମାରପିଟ ଲାଗିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

”ନେହେରୁଙ୍କ ଭୁଲ୍ ପାଇଁ ସୃଷ୍ଟି ହୋଇଛି ପିଓକେ, ଅନ୍ୟଥା ଆଜି ଭାରତରେ ରହିଥାନ୍ତା: ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,୬।୧୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ କଂଗ୍ରେସ ଉପରେ ବଡ଼ ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଯେ ନେହେରୁଙ୍କ ଭୁଲ ଯୋଗୁଁ ପିଓକେ ସୃଷ୍ଟି...

ଜମ୍ମୁ କଶ୍ମୀର ସଂରକ୍ଷଣ ଏବଂ ପୁନର୍ଗଠନ ବିଲ୍ ଲୋକସଭାରେ ପାରିତ

ନୂଆଦିଲ୍ଲୀ,୬।୧୨: ଜମ୍ମୁ କଶ୍ମୀର ସଂରକ୍ଷଣ (ସଂଶୋଧନ) ଏବଂ ଜମ୍ମୁ କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୩ ଲୋକସଭାରେ ପାରିତ ହୋଇଛି। ଜୁଲାଇ ୨୬, ୨୦୨୩ ରେ...

ମାନସିକ ଚାପରେ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ନିର୍ମମ ହତ୍ୟା ପରେ ଆତ୍ମହତ୍ୟା କଲେ ଡାକ୍ତର

ନୂଆଦିଲ୍ଲୀ, ୬।୧୨: ଉତ୍ତରପ୍ରଦେଶର ରାଏ ବରେଲିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଡାକ୍ତର ମାନସିକ ଚାପରେ ଆସି ନିଜର ସ୍ତ୍ରୀ ଏବଂ ଦୁଇ...

ହାଇକୋର୍ଟରେ ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ, ଅଧାରେ ବନ୍ଦ ହେଲା ବିଚାର…

ବେଙ୍ଗାଲୁରୁ,୬।୧୨ : ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ ଚାଲିବା ଖେଳାଯିବା କାରଣରୁ କର୍ନାଟକ ହାଇକୋର୍ଟ ଏହି ସୁବିଧାକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି।...

କ୍ଷମତାଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀଙ୍କ ସମେତ ଅନ୍ୟ ୩ ଭାରତୀୟ…

ନୂଆଦିଲ୍ଲୀ,୬।୧୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ମହିଳାଙ୍କ ଫୋର୍ବସ ତାଲିକାରେ ୩୨ ତମ ସ୍ଥାନରେ ରହିଛନ୍ତି। ଯେଉଁଥିରେ ଆମେରିକାର ଉପରାଷ୍ଟ୍ରପତି...

ପ୍ରଣବ ମୁଖାର୍ଜୀ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ, ମନା କରିଥିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏକ ବଳିଷ୍ଠ ବ୍ୟକ୍ତିତ୍ୱର ଉଦାହରଣ। ତାଙ୍କ ରାଜନୈତିକ ଜୀବନ କାହାଣୀ ସହ ବଳିଷ୍ଠ ବ୍ୟକ୍ତିତ୍ୱ ଉପରେ ଏକ ବହି...

୧୦ ଭାଜପା ଏମପି ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୬।୧୨ : ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ତିନୋଟି ରାଜ୍ୟରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ପରେ ବର୍ତ୍ତମାନ ୧୦ ଜଣ...

ଦେଶରେ ବଢୁଛି ପ୍ରତିଶୋଧ ହତ୍ୟା: ଏନସିଆରବି ରିପୋର୍ଟ…

ନୂଆଦିଲ୍ଲୀ,୬।୧୨ : ଏନସିଆରବି (ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ଭାରତରେ ହୋଇଥିବା ଅପରାଧ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଆଶ୍ଚର୍ଯ୍ୟଜନକ ଅଟେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri