କଟକ ଅଫିସ, ୨୫।୯ :ତିନୋଟି କୃଷି ଆଇନ ଓ ବିଦ୍ୟୁତ ବିଲ୍ ବାତିଲ୍, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସମ୍ମତ କରିବା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସଫଳ କରିବା ଉଦ୍ଦେଶ୍ୟରେ ଏସ୍ୟୁସିଆଇ(ସି) କଟକ ଜିଲା କମିଟି ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଗାନ୍ଧୀଭବନଠାରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସ୍ୟୁସିଆଇ(ସି) କଟକ ଜିଲା ସମ୍ପାଦକ ବିଶ୍ୱାବସୁ ଦାସ ଯୋଗଦେଇ କହିଥିଲେ, ଚାଷୀମାନେ କୃଷି ଆଇନ ବାତିଲ ଭଳି ବିଭିନ୍ନ ଦାବି ନେଇ ପ୍ରାୟ ୧୦ମାସ ହେବ ଆନ୍ଦୋଳନ ଜାରି ରଖିଛନ୍ତି ା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ କୃଷକ, ଶ୍ରମିକ, ମହିଳା, ଯୁବକ, ଛାତ୍ର ଓ ଜନସାଧାରଣ ଚାଷୀ ଆନ୍ଦୋଳନ ସମର୍ଥନରେ ଆଗେଇ ଆସିଛନ୍ତି। ଚାଷୀ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଆସନ୍ତା ୨୭ ତାରିଖ ଭାରତ ବନ୍ଦକୁ ସଫଳ କରିବା ଲାଗି ଜନସାଧାରଣଙ୍କୁ ଦାସ ଆହ୍ବାନ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏସ୍ୟୁସିଆଇ(ସି) କଟକ ଜିଲା ଅଫିସ ସମ୍ପାଦକ ଖଗେଶ୍ୱର ସେଠୀ, ଜିଲା କମିଟି ସଭ୍ୟ ରାଜକିଶୋର ମଲ୍ଲିକ ଓ ସସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, କଟକ, ରାଜ୍ୟ View All

ଶ୍ରୀନିବାସ ଭାଜପାର ନୂତନ ଜିଲା ମିଡିଆ ସଂଯୋଜକ
ବାଲେଶର ଅଫିସ, ୨୦ା୫-ଭାଜପାର ବାଲେଶର ଜିଲା ନୂତନ ମିଡିଆ ସଂଯୋଜକ ଓ ମୁଖପାତ୍ର ଭାବେ ଶ୍ରୀନିବାସ ପ୍ରଧାନଙ୍କୁ ଜିଲା ସଭାପତି ଉମାକାନ୍ତ ମହାପାତ୍ର ବିଧିବଦ୍ଧ ଭାବେ...

କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲରେ କପିକରି ଧରାପଡ଼ିଲେ ୨୭ ଛାତ୍ରୀଛାତ୍ର
ଭବାନୀପାଟଣା,୨୫।୨(ଡି.ଏନ୍.ଏ.): ସୋମବାର ଦଶମ ବୋର୍ଡ ପରୀକ୍ଷାର ହିନ୍ଦୀ ଓ ସଂସ୍କୃତ ବିଷୟ ପରୀକ୍ଷା ହୋଇଥିଲା। ଏଥିରେ କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲର ୨୭ ଜଣଙ୍କୁ...

ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ଅନିୟମିତତା: ଆରମ୍ଭରୁ ଉଠିଲାଣି ପିଚୁ
ପରଜଙ୍ଗ, ୨୦।୧୨(ଡି.ଏନ.ଏ.)-ସରିଯାଇଥିଲା ନିର୍ମାଣ ଅବଧି। ତଥାପି କାମ ନ କରି ଗଡ଼ାଇ ଚାଲିଥିଲେ ଦିନ। ଏହାକୁ ନେଇ ପ୍ରତିବାଦ ସ୍ବର ଉଠିବା ପରେ ତରବରିଆ ଭାବେ...

ପୁଣି କରୋନା ଆକ୍ରାନ୍ତ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ
ଭୁବନେଶ୍ୱର,୧୯।୪(ବୁ୍ୟୁରୋ): ବିରୋଧୀ ଦଳ ନେତା ତଥା ଭାଜପାର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ ପୁଣି କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ପୂର୍ବରୁ ମଧ୍ୟ କରୋନା ପଜିଟିଭ୍...

ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି ସୂଚନା ଫଳକ
ପଦ୍ମପୁର, ୩୧।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର-ବିରସ ରାସ୍ତାରେ ଲଗାଯାଇଥିବା ସୂଚନା ଫଳକ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ପୂର୍ତ୍ତ ବିଭାଗ...

ସେଲୁନ, ପାର୍ଲର୍ ଖୋଲିବାକୁ ଅନୁମତି ମାଗିଲା ବାରିକ ସଂଘ
ରାୟଗଡ଼ା ଅଫିସ,୩ା୫: ଦୀର୍ଘ ଦିନ ଧରି ଲକ୍ଡାଉନ ଯୋଗୁ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସେଲୁନ ଓ ପାର୍ଲର୍ଗୁଡ଼ିକ ବନ୍ଦ ଯୋଗୁ ବାରିକମାନେ ମଧ୍ୟ...

୨୯ବର୍ଷ ପରେ ପ୍ରକାଶ ପାଇଲା ରାୟ: ୭ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ
ଖୋର୍ଦ୍ଧା ଅଫିସ,୨୦।୩: ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ରାୟ ଦୀର୍ଘ ୨୯ବର୍ଷ ପରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଖୋର୍ଦ୍ଧା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ...

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଆରମ୍ଭ
ଭୁବନେଶ୍ୱର,୧୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାବାଚନର ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସକାଳ ୭ ଟାରୁ ବୁଥ୍ଗୁଡ଼ିକରେ ମତଦାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦...